ଜୁସ୍ ସହ ସେବନ କରୁଛନ୍ତ କିି ଔଷଧ ? ଶୀଘ୍ର ବଦଳାନ୍ତୁ ଏଭଳି ଅଭ୍ୟାସ......

ସାଧାରଣତଃ ଅନେକ ବ୍ୟକ୍ତି ଅସୁସ୍ଥତା ସମୟରେ ଫଳରସ ବା ଜୁସ୍‌ ସହ ଔଷଧ ସେବନ କରିବା ଅଧିକ ଲାଭଦାୟକ ବୋଲି ଚିନ୍ତା କରିଥାନ୍ତି। କିନ୍ତୁ ପ୍ରକୃତରେଏହା ଶରୀର ପ୍ରତି ଲାଭଦାୟକ ନୁହଁ ବରଂ ବହୁ ମାତ୍ରାରେ କ୍ଷତିକାରକ ହୋଇଥାଏ । ଏହା ଦ୍ୱାରା ଔଷଧ ଶରୀରରେ ସଠିକ୍‌ ପ୍ରଭାବ ଦେଖାଇନଥିବା ବେଳେ ବିଭିନ୍ନ ପ୍ରକାରର ସଂକ୍ରମଣ ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି ତେବେ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

ଜୁସ୍‌ ସହିତ ଔଷଧ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନିକଟରେ କାନାଡାର ୟୁନିଭରସିଟି ଅଫ୍‌ ବେଷ୍ଟର୍ଣ୍ଣ ଓଣ୍ଟାରିଓରେ ହୋଇଥିବା ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି। ଏହାଫଳରେ ରୋଗୀଙ୍କର ରକ୍ତଚାପ ବୃଦ୍ଧି , କଲେଷ୍ଟ୍ରାଲରେ ବୃଦ୍ଧି ସହ ହୃତ୍‌ ସ୍ପନ୍ଦନରେ ଅନିୟମିତତା ଦେଖାଯାଇଥାଏ। ଫଳରସ ସହ ଔଷଧ ଖାଇବା ଦ୍ୱାରା ଔଷଧର ପ୍ରଭାବ କମ ହୁଏ, ଯାହାଫଳରେ ଅଧିକ ମାତ୍ରାରେ ଶରୀର ଅସୁସ୍ଥ ହୋଇଥିଲା ।

medicine
ଗବେଷଣା ସମୟରେ ରୋଗୀଙ୍କୁ ବିଭିନ୍ନ ପ୍ରକାରର ଫଳରସ ସହ ଭିନ୍ନ ଭିନ୍ନ ଔଷଧ ସେବନ କରିବାକୁ ଦିଆଯାଇଥିଲା । ଯାହା ଦ୍ୱାରା ଫଳରସ ସହ ଔଷଧ ସେବନ କଲେ ଔଷଧର ଉପକାରୀ ତତ୍ତ୍ୱ କମ ହୋଇଥିବା ଜଣାପଡ଼ିଥିଲା । କିଛି ଔଷଧ ତ ଶରୀରକୁ ସୁସ୍ଥ କରିବା ସ୍ଥାନରେ ଅଧିକ କ୍ଷତି ପହଞ୍ଚାଇଥାନ୍ତି ।

ଏଣୁ ଔଷଧକୁ ସର୍ବଦା ପାଣି ସହ ହିଁ ସେବନ କରିବା ଉଚିତ । ଏହା ଦ୍ୱାରା ଶରୀରରେ ଔଷଧ ସଠିକ୍‌ ଭାବେ ମିଶିବା ସହ ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇଥାଏ। ତେବେ ଏଥିପାଇଁ ସର୍ବଦା ହାଲୁକା ଉଷୁମ୍‌ ପାଣି ବ୍ୟବହାର କରିବା ଆବଶ୍ୟକ କେବେ ମଧ୍ୟ ଥଣ୍ଡା ପାଣି ସହ ଔଷଧ ସେବନ କରନ୍ତୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+