ସକାଳୁ ଉଠି ଭୁଲରେ ବି ସଙ୍ଗେ ସଙ୍ଗେ ଦେଖନ୍ତୁ ନାହିଁ ଟଏଲେଟ କମୋଡ୍; ଜାଣନ୍ତୁ କ’ଣ କହୁଛି ବାସ୍ତୁ ?
ସବୁ ବ୍ୟକ୍ତି ଚାହାନ୍ତି କି, ସେମାନଙ୍କ ଦିନର ଆରମ୍ଭ ଭଲରେ ହେଉ। ଯେତେବେଳେ ଲୋକଙ୍କ ଦିନ ଭଲରେ ଯାଏ ନାହିଁ, ତ ସେମାନେ କହିଥାଆନ୍ତି କି, କେଜାଣି ସକାଳୁ ଆଜି ମୁଁ କାହା ମୁହଁ ଚାହିଁଥିଲି। ଏମିତିରେ ଜରୁରୀ କି, ସକାଳୁ ଆଖି ଖୋଲୁ ଖୋଲୁ ଆପଣ ଏମିତି କିଛି କରନ୍ତୁ, ଯଦ୍ଦ୍ଵାରା ଆପଣଙ୍କ ଦିନ ଭଲରେ କଟିବ। ଆସନ୍ତୁ ଜାଣିବା ସେହି କାର୍ଯ୍ୟଗୁଡ଼ିକ ବିଷୟରେ, ଯାହାକୁ ସକାଳୁ ଉଠି ଆଦୌ କରିବା ଉଚିତ ନୁହେଁ।

୧. ସକାଳୁ ଉଠି କେବେ ବି ଆଇନା ଦେଖିବା ଉଚିତ ନୁହେଁ। ଏମିତି କୁହାଯାଏ କି, ସକାଳୁ ଉଠି ଆଇନା ଦେଖିବା ଦ୍ୱାରା ସାରା ରାତିର ସମସ୍ତ ନକାରାତ୍ମକତା ଆଇନରୁ ଆପଣଙ୍କୁ ପ୍ରାପ୍ତ ହୋଇଥାଏ।
୨. ସକାଳୁ ଉଠିଲେ ସିଧା ଟଏଲେଟର କମୋଡ ଦେଖିବା ଉଚିତ ନୁହେଁ। କାରଣ, ଏଥିରେ ରାହୁଙ୍କର ବାସ ହୋଇଥାଏ।
୩. ସକାଳୁ ଉଠି କଦାପି ଅଇଁଠା ବାସନ ଦେଖିବା ଉଚିତ ନୁହେଁ। ଏଥିପାଇଁ ବାସ୍ତୁ ଅନୁସାରେ କୁହାଯାଇଥାଏ କି, ରାତିରେ ସବୁ ବାସନ ସଫା କରି ନେବା ଉଚିତ।
୪. ସେହିପରି ସକାଳୁ ଉଠୁ ଉଠୁ ଜଙ୍ଗଲି ଜନ୍ତୁଙ୍କ ମୁହଁ ଦେଖିବା ଅଶୁଭ ହୋଇଥାଏ। ଏପରି କି, ନିଜ ପୋଷା ପ୍ରାଣୀର ବି ମୁହଁ ଦେଖିବା ଉଚିତ ନୁହେଁ।
୫. ସକାଳୁ ଉଠି ନିଜର କି ଅନ୍ୟ କାହାର ଛାଇ ବିଲକୁଲ ଦେଖିବା ଉଚିତ ନୁହେଁ।












Click it and Unblock the Notifications