ରାତିରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ ,ନଚେତ୍ ଭୋଗିବେ .....
ଫଳ: ଫଳରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ । ତା'ଛଡ଼ା ଏହାଦ୍ଵାରା ଛାତିରେ କଫ ଜମା ହେବାର ବି ଆଶଙ୍କା ଥାଏ ।
ତେଲ ମସଲାଯୁକ୍ତ ଖାଦ୍ୟ: ରାତ୍ରଭୋଜନରେ ଏଭଳି ଖାଦ୍ୟ ଖାଇଲେ ହଜମ ନ ହୋଇପାରି ଏସିଡିଟି, ଗ୍ୟାସ୍ ଏବଂ ଛାତି ଜଳିବା ଭଳି ସମସ୍ୟା ଉପୁଜିଥାଏ । ଏଣୁ ନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ। ଏହା ବଦଳରେ ଆପଣ ଅଳ୍ପ ତେଲ ମସଲାଯୁକ୍ତ ସୁଷମ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ହିତକର।

ଚା କିମ୍ବା କଫି : ଅନେକଙ୍କର ସକାଳୁ ଉଠିଲେ ଏବଂ ଶୋଇବା ପୂର୍ବରୁ ଚା କିମ୍ବା କପି ପିଇବାର ଅଭ୍ୟାସ ରହିଛି। ହେଲେ ଆପଣ ଜାଣନ୍ତି କି ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ରାତିରେ ଏକ କପ୍ ଷ୍ଟ୍ରଙ୍ଗ୍ କଫି ପିଇବା ଦ୍ଵାରା ଏଥିରେ ଥିବା କ୍ୟାଫିନ୍ ଯୋଗୁ ୨ ଘଣ୍ଟାର ନିଦ୍ରା ନଷ୍ଟ ହୋଇଥାଏ । ତେଣୁ ଭଲ ନିଦ୍ରା ପାଇଁ ରାତିରେ ଏସବୁ ପିଇବା ଆଦୌ ହିତକର ନୁହେଁ।
ଚକୋଲେଟ୍: ଖାଇ ସାରିବା ପରେ କିଛି ମିଠା କିମ୍ବା ଚକୋଲେଟ୍ ଖାଇବାକୁ ଅନେକେ ପସନ୍ଦ କରନ୍ତି। ହେଲେ ରାତିରେ ଚକୋଲେଟ୍ ଖାଇଲେ ଏଥିରେ ଥିବା କ୍ୟାଫିନ୍ ନିଦ୍ରାହୀନତାର କାରଣ ସାଳିଥାଏ। ଏହା ବ୍ୟତୀତ ଏଥରେ ଅଧିକ ମାତ୍ରାରେ ଥିବା ଚିନି ବା ସୁଗାର ମଣିଷଠାରେ ମେଦବହୁଳତା ସମସ୍ୟା ସୃଷ୍ଟି କରିଥାଏ।












Click it and Unblock the Notifications