ବର୍ଷା ଦିନେ ମକା ଖାଉଥିଲେ ସାବଧାନ ! ହୋଇପାରେ....

ସ୍ବିଟ କର୍ଣ୍ଣ ଯଥା ମକା ପାଟିକୁ ସୁଆଦିଆ ଲାଗିବା ସହିତ ଏହାକୁ ଖାଇବା ଦ୍ବାରା ବହୁତ ଫାଇଦା ହୋଇଥାଏ ସତ କିନ୍ତୁ ବର୍ଷା ଦିନେ ରାସ୍ତା ପାର୍ଶ୍ବରେ ବିକ୍ରି ହେଉଥିବା ମକାକୁ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ବହୁତ କ୍ଷତି ପହଁଚାଇ ଥାଏ। ରାସ୍ତା କଡରେ ମିଳୁଥିବା ମକାର ବାସ୍ନାରେ ଆପଣଙ୍କୁ ମକା ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହିଭଳି ୫ଟି କାରଣ ଜଣାଇବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣଙ୍କୁ ରାସ୍ତା କଡରେ ମିଳୁଥିବା ମକାକୁ ଆଦୌ ଖାଇବା ଉଚିତ ନୁହେଁ।

୧ . ରାସ୍ତା କଡରେ ବିକ୍ରି ହେଉଥିବା ମକାରେ ମାଛି ମାନେ ବୁଲୁଥାନ୍ତି, ଏଥିଯୋଗୁଁ ମକାରେ ବ୍ୟାକ୍ଟେରିଆ ଏବଂ ଜୀବାଣୁ ରହିଥାଏ। ଏମିତିରେ ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଅନେକ ପ୍ରକାରର ରୋଗର ଶିକାର ହେବାକୁ ପଡିଥାଏ। ତେଣୁ ଅପରିଷ୍କାର ସ୍ତାନରୁ ମକା ଖାଇବା ଉଚିତ ନୁହେଁ।

2.ବର୍ଷା ଦିନରେ ମକାର ବିକ୍ରି ବହୁତ ଅଧିକ ହୋଇଥାଏ। ଯେଉଁ କାରଣରୁ ମକା ବିକାଳି ମାନେ ବହୁତ ବ୍ୟସ୍ତ ରହିଥାନ୍ତି। ଏହି କାରଣରୁ ସେମାନେ ମକାକୁ ଧ୍ୟାନ ଦେଇ ନଥାନ୍ତି। ଏହାଛଡା ମକାକୁ ସେକିବା ପାଇଁ ଯେଉଁ ପାତ୍ରକୁ ବ୍ୟବହାର କରାଯାଇଥାଏ ତାହା କୋଇଲାରେ ଢ଼ଙ୍କା ହୋଇଥାଏ। ଯେଉଁଥି ପାଇଁ ଆପଣଙ୍କୁ କ୍ୟାନ୍ସରର ଶୀକାର ହେବାକୁ ପଡିପାରେ।

bhutta maka

୩ . ମକା ବିକାଳୀଙ୍କ ପାଖରେ ହାତ ଧୋଇବା ପାଇଁ ପରୁଣା ପାଣୀର ବୋତଲ ଥାଏ ଯାହା ବହୁତ ଅପରିଷ୍କାର ହୋଇଥାଏ। ଅଧିକାଂଶ ମକା ବିକାଳୀ ମାନେ ତାଙ୍କର ହାତକୁ ମାଟି କିମ୍ବା ପାଣିରେ ସଫା କରିଥାନ୍ତି, ଯାହା ବହୁତ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଥିରେ କେତେକ ସୂକ୍ଷ୍ମଜୀବୀ ଥାଏ ଯାହା ମକା ଜରିଆରେ ଆପଣଙ୍କ ଶରୀର ମଧ୍ୟକୁ ଯାଇ ରୋଗ ସୃଷ୍ଟି କରିପାରେ।

୪ . ଲେମ୍ବୁରସ ଏବଂ ମସଲା ଏହାର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ କିନ୍ତୁ ମକା ବିକାଳୀଙ୍କ ପାଖରେ ଏହି ସବୁ ଜିନିଷ ବହୁ ସମୟ ଧରି ପଡି ରହିଥାଏ। ଟଙ୍କା ବଞ୍ଚାଇବାକୁ ଯାଇ ଅଧିକାଂଶ ଲୋକ ଆପଣଙ୍କୁ ଖରାପ ମସଲା ଏବଂ ଲେମ୍ବୁର ରସ ଦେଇଥାନ୍ତି ଯାହା ରୋଗର କାରଣ ହୋଇଥାଏ।

୫ . ମକାକୁ ଦିନ ସାରା ଖୋଲାରେ ରଖା ଯାଇଥାଏ ଏବଂ ସମସ୍ତ ପ୍ରକାରର ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିଥାଏ। ଏସବୁ ଜିନିଷ ମକା ଦ୍ବାରା ଆପଣଙ୍କ ଶରୀର ମଧ୍ୟକୁ ଯାଇ ଅନେକ ରୋଗ ସୃଷ୍ଟି କରିଥାଏ। ଏଥିଯୋଗୁଁ ଯଦି ଆପଣ ବର୍ଷା ଦିନେ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ରାସ୍ତାକଡର ମକା ଠାରୁ ଦୁରେଇ ରୁହନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+