ଭୁଲରେ ବି ଖାଆନ୍ତୁ ନାହିଁ ଏହିଥିରେ ଖାଦ୍ୟ ପ୍ରସ୍ତୁତ କରି, ଆଜି ହିଁ ବଦଳାନ୍ତୁ ଅଭ୍ୟାସ

ସମୟ ସହିତ ବଦଳିଛି ଖାଦ୍ୟ ପ୍ରସ୍ତୁତ କରିବା ପାତ୍ର। ପୂର୍ବେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମାଟିର ପାତ୍ର ବ୍ୟବହାର କରାଯାଉଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ଘରେ ପ୍ରାୟ ନନଷ୍ଟିକର ପାତ୍ର ଦେଖାଯାଉଛି। ତେବେ ଏଥିରେ କମ ତେଲରେ ଖାଦ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ଶରୀର ପ୍ରତି ହୋଇଥାଏ ହାନିକାରିକ । ଆସନ୍ତୁ ଜାଣିବା ନନଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତର ଖରାପ କାରଣ ବିଷୟରେ....

nonstick

ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ନନଷ୍ଟିକ ପ୍ରାତ୍ରର ବ୍ୟବହାର କରାଯାଉଛି। ଏହା ଦେଖିବାକୁ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଏଥିରେ ଅନେକ ବଡ଼ବଡ଼ ରୋଗର ସୂତ୍ର ରହିଛି। ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ବହୁ ବର୍ଷ ଧରି ପ୍ରତି ଦିନ ନନଷ୍ଟିକରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ଶରୀରରେ ଟେକ୍ଲୋନର ମାତ୍ରା ବୃଦ୍ଧି ହୋଇଥାଏ। ଯାହା ଦ୍ୱାରା ବିଭିନ୍ନ ରୋଗର ସମ୍ନା କରିବା ପାଇଁ ପଡ଼ିଥାଏ । ପ୍ରକୃତରେ ନନଷ୍ଟିକ ପାତ୍ରରେ ସିନେଥିକ୍‌ର ବ୍ୟବହାର କରାଯାଇଥାଏ ଯାହାକୁ ପ୍ଳାଲିଟେଟ୍ରା ଫ୍ଲୁରୋଏଥଲିନ ମଧ୍ୟ କୁହାଯାଇଥାଏ। ଅଧିକ ଗରମ ହେଲେ ଏଥିରୁ ବହାରୁ୍‌ଥିବା କେମିକାଲ ଇନଫରଟିଲିଟି ଏବଂ ହୃଦରୋଗର କାରଣ ପାଲିଟିଥାଏ। ନନଷ୍ଟିକ ପାତ୍ରର ବାରମ୍ବାର ବ୍ୟବହାର ଯୋଗୁଁ ଏଥିରୁ ଏକ କଳା ରଙ୍ଗର ପସସ୍ତ ବାହାରିଥାଏ। ଏହା ଖାଦ୍ୟ ମିଶି ଶରୀରକୁ କ୍ଷତି ପହଞ୍ଚାଇଥାଏ।

"ନନଷ୍ଟିକରୁ ବାହାରୁଥିବା ଏହି କେମିକାଲ ଦ୍ୱାରା ଥାଏରଏଡ଼ ଏବଂ କର୍କଟ ଭଳି ରୋଗ ହୋଇଥାଏ । ଏଥିପାଇଁ ମହିଳାଙ୍କ ଶରୀରରେ ଟେକ୍ଲୋନର ପରିମାଣ ବୃଦ୍ଧି ପାଇଥାଏ ଯାହା ଫଳରେ ଗର୍ଭବସ୍ଥା ସମୟରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ । ତେବେ ନନଷ୍ଟିକ ପାତ୍ରକୁ କେବେ ମଧ୍ୟ ଖାଲି ଗରମ କରିବା ଉଚିତ ନୁହଁ । ଏଥିରୁ ବାହାରି ଥିବା ବାଷ୍ପ ଶରୀର ପାଇଁ ହାନିକାରକ ହୋଇଥାଏ " ବୋଲି କହିଛନ୍ତି ଅୁନିର୍ଭସିଟି ଅଫ କେଲିଫୋର୍ନିଆର ରିପ୍ରୋଡ଼କ୍ଟଭ ହେଲ୍‌ଥ ଏଣ୍ଡ ଏନଭାରୋନମେଣ୍ଟ ପ୍ରୋଗ୍ରାମର ମୁଖ୍ୟ ଡ଼ା. ଡ଼୍ରେସି ବୁଡ଼ରଫ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+