କଦଳୀ ଖାଇବା ପରେ ତୁରନ୍ତ ପିଅନ୍ତୁ ନାହିଁ ପାଣି, ଜାଣନ୍ତୁ କାହିଁକି ?
ସୁସ୍ଥ ଶରୀର ପାଇଁ ଆମେ ଅନେକ ପ୍ରକାର ପନିପରିବା ଏବଂ ଫଳମୂଳ ଆଦି ଖାଇଥାଉ । ସେଥି ମଧ୍ୟରୁ କଦଳୀ ହେଉଛି ଅନ୍ୟତମ । କଦଳୀକୁ ଆମ ଶରୀର ପାଇଁ ଲାଭଦାୟକ ମାନାଯାଇଥାଏ । ଏହା ସମସ୍ତଙ୍କୁ ଯେତିକି ସ୍ବାଦିଷ୍ଟ ଲାଗେ ଦେହ ପାଇଁ ହିତକର ହୋଇଥାଏ । ଯାହା ସବୁ ଋତୁରେ ସହଜରେ ଏବଂ ସୁଲଭ ମୁଲ୍ୟରେ ମିଳିଯାଇଥାଏ । କଦଳୀରେ ଭିଟାମିନଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ଥାଏ । ଯାହା ଖାଇବା ଦ୍ବାରା ଶରୀରରେ ଅନେକ ଭଲ ପ୍ରଭାବ ପକାଇଥାଏ । ବିପି ନିୟନ୍ତ୍ରଣ କରିବାରେ କଦଳୀ ସାହାଯ୍ୟ କରିଥାଏ । ତା ସହିତ ଓଜନ ବୃଦ୍ଧି କରିବାରେ ମଧ୍ୟ ସହାୟକ କରିଥାଏ । ସଠିକ୍ ଉପାୟରେ ଖାଇବା ଦ୍ବାରା ଏହା ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହୋଇଥାଏ । ଯଦି କଦଳୀ ଖାଇବା ପରେ ଆପଣ ଏହି ସବୁ ଖାଉଛନ୍ତି କିମ୍ବା ପିଉଛନ୍ତି । ତେବେ ସେଥିପ୍ରତି ସାବଧାନ ରୁହନ୍ତୁ, ନଚେତ୍ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ ।

ହଁ, ଆଜ୍ଞା କିଛି ଜିନିଷ ଏମିତି ରହିଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ତ ଭଲ ହୋଇଥାଏ କିନ୍ତୁ ଆମର ସାମାନ୍ୟ ଭୁଲ ଆମକୁ ବିପଦରେ ପକାଇଦେଇଥାଏ । ଆମର କିଛି ଖରାପ ଅଭ୍ୟାସ ଆମ ସମସ୍ୟାର କାରଣ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା କଦଳୀ ଖାଇବା ପରେ କେଉଁ ସବୁ ଖରାପ ଅଭ୍ୟାସ ଦୂର କରିବା ଉଚିତ୍ ।
କଦଳୀ ଖାଇବା ପରେ ପାଣି ପିଅନ୍ତୁ ନାହିଁ :
କଦଳୀ ଖାଇବା ପରେ ପାଣି ନ ପିଇବାକୁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି । କାରଣ କଦଳୀ ଖାଇବା ପରେ ସହଜରେ ହଜମ ହୋଇନଥାଏ । ଯଦି କଦଳୀ ଖାଇ ସାରିବା ପରେ ପାଣି ପିଉଛନ୍ତି ତେବେ ଆପଣଙ୍କୁ ଥଣ୍ଡା, କାଶ ଏବଂ ଜ୍ବର ହେବାର ଆଶଙ୍କା ରହିଥାଏ । ଏହା ସହିତ ଆପଣ ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ କରିବାକୁ ମଧ୍ୟ ପଡିପାରେ । ଏହା କରିବା ଦ୍ବାରା ଆଲର୍ଜି ସମସ୍ୟା ଏବଂ ଇନସୁଲିନ୍ ପରିମାଣ ବୃଦ୍ଧି ପାଇଥାଏ । ରକ୍ତରେ ସୁଗାର ଲେବଲ ବଢି ଆପଣଙ୍କ ଚିନ୍ତାର କାରଣ ସାଜିପାରେ ।
କଦଳୀ ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍ :
ଫଳ ଖାଇବାର ପ୍ରାୟ ୧ଘଣ୍ଟା ପରେ ପାଣି ପିଇବା ଉଚିତ୍ । ଫଳ ଖାଇବାର ୧ ଘଣ୍ଟା ପରେ ଲିକ୍ବିଡ୍ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ଏହି ନିୟମ ସମସ୍ତ ଫଳ ଉପରେ ଲାଗୁ କରାଯାଇଛି । ତେଣୁ ଏଥିପ୍ରତି ସାମଧାନ୍ ରହିବା ଉଚିତ୍ ।
କଦଳୀ କେତେବେଳେ ଖାଇବା ଉଚିତ୍ :
ରାତିରେ ଏବଂ ସନ୍ଧ୍ୟାରେ କଦଳୀ ଖାଇବା ଉଚିତ୍ ନୁହେଁ ବୋଲି ଆୟୁର୍ବେଦ ପରାମର୍ଶ ଦେଇଥାନ୍ତି । ରାତିରେ ଖାଇବା ଦ୍ବାରା ଥଣ୍ଡା, କାଶ ସମସ୍ୟା ଦେଖାଦେଇଥାଏ ।କଦଳୀ ଖାଇବାର ସଠିକ୍ ସମୟ ହେଉଛି ଜଳଖିଆ ଖାଇବା ପରେ ନଚେତ୍ ଜଳଖିଆ ଖାଇବା ସମୟରେ ଖାଇବା ଉଚିତ୍ । ଯାହା ଆମ ସ୍ବାସ୍ଥ୍ୟ ଉପରେ ଭଲ ଫାଇଦା ପକାଇଥାଏ ।
କଦଳୀ ଖାଇବା ପରେ କ'ଣ ଖାଇବା ଉଚିତ୍ ନୁହେଁ :
କଦଳୀ ସହିତ କ୍ଷୀର, ବଟରମିଲ୍କ କିମ୍ବା ଦହି ଖାଇବା ଉଚିତ୍ ନୁହେଁ । ଯାହା ପାଚନକ୍ରିୟା ଉପରେ କୁପ୍ରଭାବ ପକାଇଥାଏ । କଦଳୀ ଖାଇବା ସମୟରେ ଘିଅ ଏବଂ ମହୁ ପରି ଖାଦ୍ୟଠାରୁ ଦୂରରେ ରୁହନ୍ତୁ । ସାଧାରଣତଃ କଦଳୀ ସହିତ ଅନେକ ଲୋକ ଅଣ୍ଡା ଖାଇଥାନ୍ତି । ଯାହାକୁ ଆମ ସ୍ବାସ୍ଥ୍ୟ ପାଇଁ ଖରାପ ବୋଲି ବିବେଚନା କରାଯାଇଛି । କଦଳୀ ଥଣ୍ଡା ଜାତୀୟ ହୋଇଥିବାବେଳେ ଅଣ୍ଡା ଗରମ ଜାତୀୟ ଖାଦ୍ୟ । ତେଣୁ ଏହା ଉପରେ ଭଲ ଫାଇଦା ପକାଇବା ପରିବର୍ତ୍ତେ ଖରାପ ପ୍ରଭାବ ପକାଇଥାଏ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ











Click it and Unblock the Notifications