ଦହି ସହ ଖାଆନ୍ତୁ ନାହିଁ ଏହିସବୁ ଜିନିଷ..
ଆପଣ ଜାଣନ୍ତି କି ଦହି ସହିତ କିଛି ଜିନିଷ ମିଶାଇ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷକୁ ଦହି ସହ ଖାଇଲେ ହେବ ଅସୁବିଧା।
ପ୍ରାୟ ଲୋକଙ୍କ ଡାଏଟ୍ ରେ ଦହି ସାମିଲ ଥିବା ଦେଖାଯାଏ। ଖାଦ୍ୟ ସହ ଯଦି ଦହି ନଥାଏ, ତେବେ ଅନେକଙ୍କୁ ଖାଦ୍ୟ ଅଧୁରା ଲାଗେ। ଦହି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି ଦହି ସହିତ କିଛି ଜିନିଷ ମିଶାଇ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷକୁ ଦହି ସହ ଖାଇଲେ ହେବ ଅସୁବିଧା।

ଅନେକ ଲୋକ କଚୁମ୍ବର୍ ବନେଇ ପାଇଁ ଦହି ସହ ପିଆଜ ମିଶେଇ ଥାଆନ୍ତି। ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କର ଏହି ଅଭ୍ୟାସକୁ ବଦଳାଇବାକୁ ପଡିବ। କାରଣ ଦହି ସହ ପିଆଜ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପରେ। ଦହି ଏବଂ ପିଆଜର ପ୍ରଭାବ ଭିନ୍ନ ଭିନ୍ନ ରହିଛି। ଏପରି ସ୍ଥିତିରେ, ଯଦି ଆପଣ ଦହି ଏବଂ ପିଆଜକୁ ମିଶାଇ ଖାଆନ୍ତି, ତେବେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଯେପରିକି କୁଣ୍ଡେଇ ହେବା, ଏଗ୍ଜିମା, ଆଲର୍ଜି, ଏବଂ ପେଟ ସହିତ ଜଡିତ ଅନ୍ୟାନ୍ୟ ରୋଗ ହୋଇପାରେ।
ସେହିପରି ଡାଲି ସହ ଦହି ଖାଇବା ମଧ୍ୟ ଉଚିତ ନୁହେଁ। କାରଣ ଏହି ଦୁଇଟି ଜିନିଷ ଏକା ସହ ଖାଇବା ଦ୍ୱାରା ଶାରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଦହି ଓ ଡାଲିକୁ ମିଶାଇ ଖାଇବା ଦ୍ୱାରା, ଝାଡା, ଗୋଡ ହାତ ଯନ୍ତ୍ରଣା ହେବା ଏବଂ ଗ୍ୟାସ୍ ଭଳି ସମସ୍ୟା ଉତ୍ପନ୍ନ ହୋଇପାରେ। ସେହିପରି ତେଲ ଯୁକ୍ତ ଖାଦ୍ୟ ସହ ଦହି ଖାଇବା ଉଚିତ ନୁହେଁ। ଲୋକେ ପରଟା ସହ ଦହି ଖାଇବାକୁ ପସନ୍ଦ କରନ୍ତି। ଏଭଳି ବିଲକୁଲ କରନ୍ତୁ ନାହିଁ। ନଚେତ୍ ଅନେକ ସମସ୍ୟାର ସାମ୍ନା କରିବା ପାଇଁ ପଡିବ। ଏହା ଆପଣଙ୍କ ହଜମ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ।
ଯଦି ଆଣ ମାଛ ଖାଉଛନ୍ତି ତେବେ ସେହି ସମୟରେ ଦହି ଖାଇବା ଉଚିତ ନୁହେଁ। ଦହି ଏବଂ ମାଛକୁ ଏକାଠି ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ଖାଦ୍ୟ ହଜମ ହେବା ଡେରି ହୋଇଥାଏ। ଯାହା ଦ୍ଵାରା ପେଟ ଯନ୍ତ୍ରଣା ହୋଇଥାଏ। କ୍ଷୀର ଏବଂ ଦହିକୁ ଏକାଠି ଖାଇବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଅମ୍ଳତା, ଗ୍ୟାସ୍ ଏବଂ ବାନ୍ତି ସମସ୍ୟା ଦେଖାଦେଇଥାଏ। ହଜମ ହେବାରେ ବିଳମ୍ୱ ହୋଇଥାଏ।












Click it and Unblock the Notifications