ଅତ୍ୟଧିକ ଚୀନ ଖାଉଛନ୍ତି କି, ହୋଇ ଯାଆନ୍ତୁ ସାବଧାନ ଦେଖା ଦେଇପାରେ ଏହି ସମସ୍ୟା
Lifestyle News: ଯଦି ଆପଣ ଅତ୍ୟଧିକ ଚୀନ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସତର୍କ । କାରଣ ଅଧିକ ଚିନି ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପର, ମଧୁମେହ ପରି ରୋଗ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମାଇଥାଏ । ତେବେ ଯେ କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଲୁଣ କିମ୍ବା ଚିନିର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ଏବଂ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିଥାଏ ।
ହୃଦ୍ରୋଗ: ଚିନିକୁ ଅଧିକ ଖାଇବା ଦ୍ୱାରା ହୃଦ୍ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଯେଉଁମାନେ ଅଧିକ ମୃଦୁ ପାନୀୟ ପିଉଛନ୍ତି ସେମାନେ ନିଜ ଭୋକକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ । ଯେଉଁ କାରଣରୁ ଓଜନ ବୃଦ୍ଧି ପାଇଥାଏ, ଯାହା ହୃଦଘାତର ଏକ କାରଣ ହୋଇପାରେ ।

ମଧୁମେହ: ଅଧିକ ଚିନି ଖାଇବା ଶରୀରରେ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ । ଯେଉଁ କାରଣରୁ ମଧୁମେହ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଏହା ବ୍ୟତୀତ ଚିନ୍ତା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେବ ।
କୋଲେଷ୍ଟ୍ରଲ: ଚିନିକୁ ଅଧିକ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧି ପାଇଥାଏ । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଚିନିର ଅତ୍ୟଧିକ ବ୍ୟବହାର ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ଥରକୁ ବୃଦ୍ଧି କରିଥାଏ ।












Click it and Unblock the Notifications