ପ୍ରତିଦିନ ସକାଳେ ଉଠିଲେ ଆପଣଙ୍କ ମୁଣ୍ଡ ବିନ୍ଧୁଛି କି?

ପ୍ରତିଦିନ ସକାଳେ ଉଠିଲେ ଆପଣଙ୍କ ମୁଣ୍ଡ ବିନ୍ଧୁଛି କି? ପ୍ରତିଦିନ ମୁଣ୍ଡ ବିନ୍ଧା ଔଷଧ ଖାଇ ଦିନର ଆରମ୍ଭ କରିବାକୁ ପଡ଼ୁଛି କି? ଯଦି ହଁ ତେବେ, ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ସାଧାରଣତଃ ସମସ୍ତେ ଭାବନ୍ତି ଯେ କାମର ଚାପ ଓ ଅନିୟମିତ ଜୀବନଶୈଳୀ ଯୋଗୁ ମୁଣ୍ଡ ବିନ୍ଧେ। ହେଲେ କେବଳ କାମର ଚାପ ଓ ବିଳମ୍ବ ରାତି ଯାଏ ଜଗିବା ହିଁ ମୁଣ୍ଡ ବିନ୍ଧାର କାରଣ ହୋଇ ନଥାଏ। ଏହା ପଛରେ ଆହୁରି ଅନେକ କାରଣ ରହିଥାଏ। ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା।
ସକାଳ ମୁଣ୍ଡବିନ୍ଧାର କାରଣ: ପ୍ରତିଦିନ ସକାଳୁ ବିଛଣାରୁ ଉଠିବା ମାତ୍ରେ ହିଁ ଅନେକ ଲୋକଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ। ଏହା ପଛରେ ଅନେକ କାରଣ ରହିଥାଏ। ସେଥିମଧ୍ୟରୁ ମାଇଗ୍ରେନ୍‌ ଏକ ମୁଖ୍ୟ କାରଣ।
ବିଶେଷଜ୍ଞଙ୍କ ଅନୁଯାୟୀ ସକାଳ ୮ଟାରୁ ୯ଟା ଭିତରେ ଶରୀର କିଛି ପେନ୍‌କିଲର୍ସ ଓ ଏଣ୍ଡାଫ୍ରିନ୍ ଓ ଏନ୍‌କ୍ୟାଫଲିନୋ ରିଲିଜ୍‌ କରିଥାଏ। ଏହା ଆମର ଶରୀରର ରକ୍ତସଞ୍ଚାଳନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ବିଶେଷ କରି ମାଇଗ୍ରେନ୍‌ ରୋଗୀକୁ ଏହାର ଅନୁଭବ ଶୀଘ୍ର ହୋଇଥାଏ। ସେଥିପାଇଁ ସେମାନଙ୍କୁ ସକାଳୁ ଉଠିବା ମାତ୍ରେ ହିଁ ଅତିମାତ୍ରାରେ ମୁଣ୍ଡବିନ୍ଧା ହୋଇଥାଏ।

every morning with a headache

ଏସବୁ ରୋଗ ମଧ୍ୟ ହୋଇପାରେ କାରଣ: ମାଇଗ୍ରେନ୍‌ ବ୍ୟତୀତ ଆହୁରି ଅନେକ କାରଣ ରହିଛି ଯାହା ସକାଳର ମୁଣ୍ଡବିନ୍ଧାର ସମସ୍ୟାକୁ ସୃଷ୍ଟି କରିଥାଏ। ସେଥିମଧ୍ୟରେ ସାଇନୋସାଇଟ୍‌, ବ୍ରେନ୍‌ ଟ୍ୟୁମର, ଉଚ୍ଚ ରକ୍ତଚାପର ସମସ୍ୟା, ଡିପ୍ରେସନ୍‌, ସ୍ଲିପ୍‌ ଏମ୍ପିନିଆ, ଇନ୍‌ସୋମେନିଆ ବା ରାତିରେ ଠିକ୍‌ଭାବେ ନିଦ ନଆସିବାର ସମସ୍ୟା ପ୍ରଭୃତି ହେଉଛି ମୁଖ୍ୟ କାରଣ।
କେତେକ ସ୍ଥିତିରେ ଅନେକ ପ୍ରକାରର ଔଷଧ ସେବନ, ରାତିରେ ଅତ୍ୟଧିକ କଫି କିମ୍ବା ଆଲକହଲ ସେବନ ମଧ୍ୟ ସକାଳ ମୁଣ୍ଡବିନ୍ଧାର କାରଣ ସାଜିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+