ରାତିରେ ଲାଇଟ୍ ଲଗେଇକି ଶୋଉଛନ୍ତି କି?
କିଛି ଲୋକ ରାତିରେ ଲାଇଟ୍ ଲଗାଇ ଶୋଇଥାନ୍ତି, ଯେତେବେଳେ କି କିଛି ଲୋକ ସମ୍ପୂର୍ଣ୍ଣ ଅନ୍ଧାରରେ ଶୋଇଥାନ୍ତି । କିନ୍ତୁ ଶୋଇବାର ସର୍ବୋତ୍ତମ ଉପାୟ ଆପଣ ଜାଣନ୍ତି କି? କ'ଣ ଆପଣ ଜାଣନ୍ତି ଯେ ରାତିରେ ଲାଇଟ୍ ଲଗାଇ ଶୋଇବା ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ? ରାତିରେ ଲାଇଟ୍ ଲଗାଇ ଶୋଇବା ଆମ ସ୍ୱାସ୍ଥ୍ୟ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇପାରେ । ତେବେ ଆସନ୍ତୁ ଜାଣିବା ଏହି ସବୁ ସମସ୍ୟା ବିଷୟରେ ।

ସ୍ଲିପ୍ ସାଇକେଲ୍ ବାଧାପ୍ରାପ୍ତ ହୋଇପାରେ:
କ'ଣ ଆପଣ ଜାଣନ୍ତି କି ଆପଣଙ୍କ ଶରୀର ଭିତରେ ଏକ ପ୍ରାକୃତିକ ଘଣ୍ଟା ଅଛି? ଏହି ଘଣ୍ଟା ଯୋଗୁଁ ଆଲୋକରେ ଉଠିବା ଏବଂ ଅନ୍ଧାରରେ ଶୋଇବାର ସିଗ୍ନାଲ ଆକ୍ଟିଭ ହୋଇଯାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ଆଲୋକରେ ଶୋଇବାକୁ ଚେଷ୍ଟା କରନ୍ତି ତେବେ ଆପଣଙ୍କ ମସ୍ତିଷ୍କ ଦ୍ୱନ୍ଦ୍ୱରେ ପଡ଼ିଯିବ ଏବଂ ଆପଣଙ୍କୁ ଶୋଇବାରେ ଅସୁବିଧା ହେବ ।
ବ୍ରେନ ଆଲର୍ଟ ହୋଇଯାଏ:
ଯେତେବେଳେ ରୁମର ଲାଇଟ୍ ଜଳେ, ଆଖି ବନ୍ଦ କରିବା ପରେ ମଧ୍ୟ ଆପଣଙ୍କ ମସ୍ତିଷ୍କ ସତର୍କ ରହିଥାଏ । ସେହି ସମୟରେ ଏକ ଭଲ ନିଦ ପାଇଁ ମସ୍ତିଷ୍କକୁ ଆରାମ ଦେବା ବହୁତ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ ଘରର ଲାଇଟ୍ ଜଳାଇ ଶୋଇଥାନ୍ତି, ସେମାନେ ପ୍ରାୟତଃ ଗଭୀର ଏବଂ ଶାନ୍ତିପୂର୍ଣ୍ଣ ନିଦ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
କିପରି ଶୋଇବା ଉଚିତ?
ଶରୀର ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ରାତିରେ ଲାଇଟ୍ ବନ୍ଦ କରି ଶୋଇବା ଆବଶ୍ୟକ । ରିସର୍ଚ୍ଚ ଅନୁସାୟୀ ରାତିରେ ଶୋଇବା ସମୟରେ କୃତିମ ଆଲୋକ ଆପଣଙ୍କ ନିଦରେ ବାଧା ଦେଇଥାଏ । ଆପଣମାନେ ତ ଜାଣିଥିବେ ପ୍ରତ୍ୟେକ ବ୍ୟକ୍ତି ୭ ରୁ ୮ ଘଣ୍ଟା ଶୋଇବା ଉଚିତ । କେବଳ ଶୋଇବା ନୁହେଁ ଗଭୀର ଦିନରେ ଶୋଇବା ଉଚିତ । କିନ୍ତୁ ଲାଇଟ୍ ଲଗାଇ ଶୋଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଏବଂ ଶରୀର ଗଭୀର ନିଦରେ ପହଞ୍ଚିପାରିନଥାଏ । ଏହାଦ୍ୱାରା ମସ୍ତିଷ୍କରେ ପ୍ରଭାବ ପଡ଼ିବା ସହ ଆପଣଙ୍କୁ ନିଦରୁ ଉଠିବା ପରେ ଦୁର୍ବଳ ଅନୁଭବ ହୋଇଥାଏ ।
ବିଶେଷଜ୍ଞଙ୍କ ମତରେ, ଆପଣ ରୁମର ଲାଇଟ୍ ବନ୍ଦ କରି ଅନ୍ଧାରରେ ଶୋଇବାକୁ ଚେଷ୍ଟା କରିବା ଉଚିତ । ଯଦି ଆପଣ ଅନ୍ଧାରକୁ ଭୟ କରନ୍ତି କିମ୍ବା ଅସହଜ ଅନୁଭବ କରନ୍ତି, ତେବେ ଆପଣ ଡିମ୍ ଲାଇଟ୍ ବ୍ୟବହାର କରିପାରିବେ । କିନ୍ତୁ ଏକ ଶାନ୍ତିପୂର୍ଣ୍ଣ ନିଦ ପାଇଁ, ଶୋଇବା ସମୟରେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରୁ ଦୂରେଇ ରହିବା ଉଚିତ, ନଚେତ୍ ଆପଣଙ୍କର ସ୍ଲିପ୍ ସାଇକେଲ୍ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇପାରେ ।












Click it and Unblock the Notifications