ଏହିସବୁ ଖାଦ୍ୟକୁ ବାରମ୍ବାର ଗରମ କରି ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ

ସାଧାରଣତଃ କୁହାଯାଏ ଯେ ଖାଦ୍ୟକୁ ଗରମ କରିଲେ ସେଥିରେ ଥିବା ବ୍ୟାକ୍ଟେରିଆ ମରିଯାଏ । କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହାକୁ ଗରମ କରିଲେ ସେଥିରେ ଟକ୍ସିନ୍ସ ଓ ବ୍ୟାକ୍ଟେରିଆ ଅଧିକ ବଢିଥାଏ। ଯାହାକି ଶରୀର ପକ୍ଷେ ହାନିକାରକ। ଭାତ ପରି କିଛି ଖାଦ୍ୟ ଯାହାକୁ ରାନ୍ଧିଲାବେଳେ ଏହାର ରନ୍ଧ୍ରଗୁଡିକ ଖୋଲିଯାଏ।

ତେଣୁ ଏଗୁଡିକ ଥଣ୍ଡା ହୋଇଗଲେ ଏଥିରେ ବସିଲସ୍ ସେରେୟସ୍ ବ୍ୟାକ୍ଟେରିଆ ବହୁ ତୀବ୍ର ଗତିରେ ଜାତ ହୋଇଥାଏ। ଏହା ଏପରି ଏକ ବ୍ୟାକ୍ଟେରିଆ ଯାହାକୁ ଗରମ କରିଲେ ବି ମରେନାହିଁ । ଆମେ ଯଦି ଭାତକୁ ବାରମ୍ବାର ଗରମ କରିବା ତେବେ ଥଣ୍ଡା ହେବା ମାତ୍ରେ ହିଁ ଏଥିରେ ଏହି ବ୍ୟାକ୍ଟେରିଆ ଅଧିକ ମାତ୍ରାରେ ଜାତ ହେବ।

୧)ଆଳୁ- ଆଳୁକୁ ବାରମ୍ବାର ଗରମ କଲେ ଏଥିରେ ବସିଲସ୍ ବ୍ୟାକ୍ଟେରିଆ ମାତ୍ରା ବଢିଥାଏ ଯାହା ଦ୍ୱାରା ଖାଦ୍ୟ ବିଷାକ୍ତ ହେବାର ସମ୍ଭାବନା ବଢିଥାଏ ।

୨)ଭାତ- ନର୍ଥ କେରୋଲିନା ୟୁନିଭରସିଟି ଅନୁଯାୟୀ ଭାତକୁ ବାରମ୍ବାର ଗରମ କରି ପୁଣି ଥଣ୍ଡା କଲେ ଏଥିରେ ବସିଲସ୍ ସେରେୟସ ବ୍ୟାକ୍ଟେରିଆ ୨ଗୁଣ ବଢିଯାଏ । ଏଥିପାଇଁ ଡାଇରିୟା ମଧ୍ୟ ହୋଇପାରେ।

୩)ପାଳଙ୍ଗ ଶାଗ- ଏଥିରେ ଥିବା ନାଇଟ୍ରେଟ୍ କାର୍ସିନୋଜେନିକରେ ପରିଣତ ହୋଇଥାଏ ଯାହାଦ୍ୱାରା ଟକ୍ସିନ୍ସ ଜାତ ହୋଇଥାଏ।

୪)ବିଟ୍- ଏଥିରେ ଅଧିକ ମାତ୍ରାରେ ନାଇଟ୍ରେଟ୍ ଥାଏ ଯାହାଦ୍ୱାରା ଖାଦ୍ୟରେ ଟକ୍ସିନ୍ସ ଜାତ ହୋଇଥାଏ ଓ ଅନେକ ରୋଗର ସମ୍ଭାବନା ମଧ୍ୟ ବଢିଥାଏ ।

heat food again amp amp again

୫) ଚିକେନ୍- ବ୍ରିଟିସ୍ ଫୁଡ୍ ଷ୍ଟଡି ଏଜେନ୍ସି ଅନୁଯାୟୀ ଚିକେନକୁ ବାରମ୍ବାର ଗରମ କରିଲେ ଏଥିରେ ଥିବା ପ୍ରୋଟିନର କଂପୋଜିସନ ବଦଳିଥାଏ। ଯାହାଦ୍ୱାରା ହଜମ ପକ୍ରିୟା ବାଧାପ୍ରାପ୍ତ ହୋଇଥାଏ ।

୬)ଅଣ୍ଡା- ଅଣ୍ଡାକୁ ବାରମ୍ବାର ଗରମ କରିଲେ ଏହା ଟକ୍ସିକ ହେଇଯାଏ ଏବଂ ଏହାର କୁପ୍ରଭାବ ହଜମକ୍ରିୟା ଉପରେ ପଡିଥାଏ ।

୭)ଛତୁ- ଛତୁକୁ ବାରମ୍ବାର ଗରମ କଲେ ଚିକେନ ପରି ଏହାର ମଧ୍ୟ କଂପୋଜିସନ୍ ବଦଳିଯାଏ ୟାହାଦ୍ୱାରା ହଜମକ୍ରିୟାରେ କୁପ୍ରଭାବ ପଡିବା ସହ ହୃଦଜନିତ ସମସ୍ୟା ବୃଦ୍ଧି ପାଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+