ସନ୍ଧ୍ୟାରେ ରହିଛି କି ଚା ପିଇବାର ଅଭ୍ୟାସ, ତାହେଲେ ପିଅନ୍ତୁ ଏହି ଚା; ମିଳିବ ଅନେକ ଫାଇଦା

ଚାହାରେ ଅନେକ ଲୋକଙ୍କ ସକାଳ ଆରମ୍ଭ ହୋଇଥାଏ । ଶୁଭସକାଳର ସନ୍ଦେଶ ନେଇ ଆସୁଥିବା କିନ୍ତୁ ବେଳେବେଳେ ଚାହାର ମାତ୍ରା ଅତ୍ୟଧିକ ଯୋଗୁଁ ଶରୀରରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ।

tea

ଚାହାରେ ଥିବା କାଫିନ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଡାକ୍ତର ମଧ୍ୟ ଉପଦେଶ ଦିଅନ୍ତି। କିନ୍ତୁ ଚାହା ଅଭ୍ୟସ୍ତ ଲୋକେ ଦିନକୁ ୧୦ ରୁ ୧୫ କପ ଚାହା ପିଇଥାନ୍ତି।

ସନ୍ଧ୍ୟା ସମୟର ଚାହା ଆପଣଙ୍କ ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଆପଣଙ୍କ ମେଟାବୋଲିକ୍ ରେଟକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ଦ୍ୱାରା ଶରୀରରେ ବେଳେବେଳେ ରିଆକ୍ସନ୍ ବି ହୋଇଥାଏ ଏବଂ ଗ୍ୟାସ୍ , ବାନ୍ତି ହେଲା ଭଳି ସମସ୍ୟା ଉପୁଜେ ।

ତେବେ ଏହି ସନ୍ଧ୍ୟା ସମୟରେ କେଉଁ ଚାହା ପିଇବା ଆବଶ୍ୟକ ତାହା ଆସନ୍ତୁ ଜାଣିବା।

ସନ୍ଧ୍ୟାରେ ପିଇବେ କେଉଁ ଚାହା: ସନ୍ଧ୍ୟା ସମୟରେ କ୍ଷୀର ଚାହା ପିଇବା ଅପେକ୍ଷା ଲେମ୍ବୁ ଚାହା ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ ଭଲ। ଲେମନ୍ ଟି ପିଇବା ଦ୍ବାରା ପେଟର ମେଟାବୋଲିକ୍ ରେଟ୍ ବଢିଥାଏ।

ଏହାପରେ ଯାହା ବି ଆପଣ ଖାଉଛନ୍ତି ପେଟରେ ହଜମ କରିବାର ଶକ୍ତି ବଢିଥାଏ। ଏହାଛଡ଼ା ଲେମ୍ବୁ ଚାହା ଡାଇଜେଷ୍ଟିଭ୍ ଏନ୍ଜାଇମ୍ କୁ ମଧ୍ୟ ବଢାଇଥାଏ ଯାହା ଓଜନ କମାଇବାରେ ସହାୟକ ହୁଏ ।

ଲେମ୍ବୁ ଚାହା ହଜମ ପ୍ରକ୍ରିୟାରେ ସହାୟକ ହେବା ସହ ତ୍ବଚାର ସୁସ୍ଥତା ଦିଗରେ ମଧ୍ୟ କାମ କରେ । କାଫିନ୍ ଯୁକ୍ତ ଚାହା ଶରୀରକୁ କ୍ଷତି ପହଞ୍ଚାଉଥିବା ବେଳେ ଲେମ୍ବୁ ଚା' ପିଇଲେ ଶରୀରରେ ଫୁର୍ତ୍ତିପଣ ଆସିଥାଏ ।

ଏହାଛଡ଼ା ହାଇଡ୍ରେଟିଙ୍ଗ୍ ଏବଂ କ୍ଷାରୀୟ ପ୍ରଭାବ ଆପଣଙ୍କ ଶରୀରର ପିଏଚ୍ ସ୍ତରକୁ ସନ୍ତୁଳିତ କରିଥାଏ । ଯାହାଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହାଛଡ଼ା ୱେଟ୍ ଲସ୍ ପାଇଁ ମଧ୍ୟ ଲେମ୍ବୁ ଚା' ଖୁବ୍ ଭଲ ହୋଇଥାଏ । ଏହା ଶରୀରକୁ ଡିଟକ୍ସ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+