ପେଟ ଗ୍ୟାସ୍ କିମ୍ବା ଫୁଲା ସମସ୍ୟା ଦେଖାଦେଉଛି କି? ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ
ସକାଳୁ ଉଠିବା ମାତ୍ରେ ଆପଣ ପେଟରେ ଭାରୀ ଅନୁଭବ କରୁଛନ୍ତି କି? ଯଦି ହଁ, ତେବେ ଏହି ନ୍ୟୁଜଟି ଆପଣଙ୍କ ପାଇଁ ବେଷ୍ଟ ହେବ । ଆଜିକାଲି ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ସାଧାରଣ ହୋଇଗଲାଣି ।
ଭୁଲ ଖାଦ୍ୟପେୟ ଏବଂ ଜୀବନଶୈଳୀରେ କିଛି ଭୁଲ ଏହାର ମୁଖ୍ୟ କାରଣ ହୋଇପାରେ । ଯେପରିକି କିଛି ଲୋକ ରାତିରେ ଅତ୍ୟଧିକ ଖାଦ୍ୟ ଖାଇଥାନ୍ତି, ଯାହା ଫଳରେ ଗ୍ୟାସ୍ ସମସ୍ୟା ସୃଷ୍ଟି ହୁଏ ଏବଂ ପେଟ ଫୁଲିବା ଭଳି ସମସ୍ୟା ଦେଖାଦିଏ ।
ସେହି ସମୟରେ କିଛି ଭୁଲ ଖାଇବା ଯୋଗୁଁ ମଧ୍ୟ ଏହି ସମସ୍ୟା ହୋଇପାରେ । ଏଥିପାଇଁ କିଛି ଲୋକ ଔଷଧ ଉପରେ ନିର୍ଭର କରନ୍ତି, ଯାହା ଭବିଷ୍ୟତରେ ସେମାନଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।
ଏପରି ପରିସ୍ଥିତିରେ ଆପଣ କିଛି ପ୍ରାକୃତିକ ପଦ୍ଧତି ଗ୍ରହଣ କରିପାରିବେ । ଏହା ସହିତ ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ଆପଣ ଏହି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ତେବେ ଅପଣଙ୍କୁ ଏପରି କିଛି ପ୍ରାକୃତିକ ଜିନିଷ ଏବଂ ଅଭ୍ୟାସ ବିଷୟରେ କହିବୁ ଯାହାକୁ ଆପଣାଇବା ଉଚିତ । ଏହା ଆପଣଙ୍କୁ ଶୀଘ୍ର ଫଳାଫଳ ମଧ୍ୟ ଦେବ ।

ଗ୍ୟାସ ସମସ୍ୟା : ପେଟରେ ଗ୍ୟାସ୍ ଯୋଗୁଁ ଅନେକ ସମସ୍ୟା ହୋଇପାରେ । କେତେବେଳେ ଖାଦ୍ୟ ଯୋଗୁଁ ଗ୍ୟାସ୍ ହୁଏ ତ କେତେବେଳେ ଏହାର ଗମ୍ଭୀର କାରଣ ମଧ୍ୟ ହୋଇପାରେ । ଆମେ ଖାଉଥିବା ଖାଦ୍ୟର କିଛି ଅଂଶ ସହଜରେ ହଜମ ହୁଏ, କିନ୍ତୁ କାର୍ବୋହାଇଡ୍ରେଟ୍, ଚିନି, ଫାଇବର ଏବଂ କିଛି ଷ୍ଟାର୍ଚ ଭଳି କିଛି ଜିନିଷ ଶୀଘ୍ର ହଜମ ହୁଏ ନାହିଁ । ଗ୍ୟାସ୍ କେବଳ ଭୁଲ ଖାଦ୍ୟ ଅଭ୍ୟାସ ଉପରେ ନୁହେଁ ବରଂ ପାଚନ ପ୍ରକ୍ରିୟା ଉପରେ ମଧ୍ୟ ନିର୍ଭର କରେ । କିଛି ଲୋକ ଏହି ସମସ୍ୟାକୁ ହାଲୁକା ଭାବରେ ନିଅନ୍ତି । କିନ୍ତୁ ଗ୍ୟାସ୍ ଗଠନ ଅନେକ ଅନ୍ୟାନ୍ୟ ରୋଗର କାରଣ ମଧ୍ୟ ହୋଇପାରେ । ତେଣୁ ଏଥିରୁ ମୁକ୍ତି ପାଇବା ନିହାତି ଜରୁରୀ ।
ଆପଣ ସକାଳ ଉଷୁମ ପାଣି ସହିତ ଦିନଟି ଆରମ୍ଭ କରନ୍ତୁ: ଯଦି ଆପଣଙ୍କର ବହୁତ ଗ୍ୟାସ୍ ସମସ୍ୟା ଅଛି, ତେବେ ଆପଣ ସକାଳେ ଉଠିବା ପରେ ଖାଲି ପେଟରେ ଉଷୁମ ପାଣି ପିଇ ଦିନଟିକୁ ଆରମ୍ଭ କରିବା ଉଚିତ । ଏହା ଆପଣଙ୍କ ପେଟକୁ ହାଲୁକା କରିବାରେ ସାହାଯ୍ୟ କରେ । ଯଦି ଆପଣ ଚାହାଁନ୍ତି ତେବେ ଆପଣ ଏଥିରେ ଲେମ୍ବୁ ମିଶାଇ ଉଷୁମ ପାଣି ମଧ୍ୟ ପିଇପାରିବେ । ଏହା ଶରୀରରୁ ସୋଡିୟମ୍ ବାହାର କରିଦିଏ ଏବଂ ପେଟ ଫୁଲିବା କମ କରିବାରେ ସାହାଯ୍ୟ ମଧ୍ୟ କରେ ।
ରାତିରେ ଭାରୀ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ: କିଛି ଲୋକ ରାତିରେ ଅତ୍ୟଧିକ କିମ୍ବା ଭାରୀ ଖାଦ୍ୟ ଖାଆନ୍ତି, ଯାହା ଗ୍ୟାସ ଏବଂ ପେଟ ଫୁଲିବାର ସବୁଠାରୁ ବଡ଼ ଏବଂ ସାଧାରଣ କାରଣ । ଏପରି ପରିସ୍ଥିତିରେ ରାତିରେ ଭାରୀ ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏହା ବଦଳରେ ରାତ୍ରୀ ଭୋଜନରେ ଏପରି ଜିନିଷ ଖାଆନ୍ତୁ ଯାହା ସହଜରେ ହଜମ ହେବ। ଏହା ଦ୍ୱାରା ସକାଳେ ଆପଣଙ୍କ ପେଟ ହାଲୁକା ଅନୁଭବ ହେବ ଏବଂ ଗ୍ୟାସର ସମସ୍ୟା ହେବ ନାହିଁ ।
ହର୍ବାଲ୍ ଚା: ପୁଦିନା, ଅଦା ଏବଂ ମେଥି ଦାନା ଭଳି ଜିନିଷ ପେଟ ଫୁଲିବା ଦୂର କରିବାରେ ସହାୟକ ହୋଇଥାଏ । ଏଥିରୁ ତିଆରି ଚା ପିଇବା ଦ୍ୱାରା ଗ୍ୟାସରୁ ମୁକ୍ତି ମିଳିଥାଏ । ଏହି ଜିନିଷଗୁଡ଼ିକ ପାଚନ ତନ୍ତ୍ରରେ ମାଂସପେଶୀ ସଙ୍କୋଚନକୁ ହ୍ରାସ କରିଥାଏ, ଯାହା ଫଳରେ ଗ୍ୟାସ ସହଜରେ ବାହାରକୁ ଆସିଥାଏ ଏବଂ ପେଟ ହାଲୁକା ଅନୁଭବ ହୁଏ । ଏଥିସହ ଯଦି ଆପଣଙ୍କର ଏହିଭଳି ସମସ୍ୟା ଦେଖାଦେଉଛି, ତେବେ ଏହି ଟିପ୍ସକୁ ନିଶ୍ଚିତ ଭାବରେ ଫଲୋ କରନ୍ତୁ ।












Click it and Unblock the Notifications