ଆପଣଙ୍କ ରୋଷେଇ ଘରୁ ଆସୁଛି କି ଦୁର୍ଗନ୍ଧ, ଏହାକୁ ଦୂର କରିବା ପାଇଁ ଆପଣାନ୍ତ କିଛି ଘରୋଇ ଉପଚାର

ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍‌। କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଚାଲି ଯାଇଥାଏ। ବେଳେ ବେଳେ ଦେଖାଯାଏ ଯେ ରୋଷେଇ ଘର ଯେତେ ସଫା ରଖିଲେ ବି ସେଠାରୁ ଦୁର୍ଗନ୍ଧ ବାହାରିଥାଏ। ରୋଷେଇ ଘରେ ପଶିବା ମାତ୍ରେ ଏ ଗନ୍ଧ ସିଧା ନାକରେ ପଶିଯାଏ। ଏହାର କାରଣ ହେଉଛି ଆପଣଙ୍କ କିଚେନ୍‌ର ବେସିନ୍‌ର ଦୁର୍ଗନ୍ଧ, ଯାହାକୁ ନେଇ ଅଧିକାଂଶ ମହିଳା ବହୁ ଚିନ୍ତିତ ରୁହନ୍ତି। ଯଦି ଆପଣବି ବେସିନ୍‌ରୁ ଆସୁଥିବା ଏହି ଗନ୍ଧକୁ ନେଇ ଚିନ୍ତିତ, ତେବେ ଏହାର ସମାଧାନ ପାଇଁ ଆପଣାନ୍ତୁ କିଛି ଘରୋଇ ଟିପ୍ସ।

ଲୁଣ: ରୋଷେଇଘର ବେସିନ୍‌ରେ ବାସନ ଧୋଇବା ଫଳରେ ବାସନରେ ଲାଗି ରହିଥିବା ଖାଦ୍ୟ ପଡ଼ି ବେସିନ ଜାମ ହୋଇଯାଇଥାଏ। ତେଣୁ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଆପଣ ବାସନ ସଫା କରିସାରିଲା ପରେ ବେସିନ୍‌ରେ ଲୁଣ ପକାଇ ବ୍ରଶ ମାଧ୍ୟମରେ ଭଲରେ ସଫା କରନ୍ତୁ। ଏହା କଲେ ଦୁର୍ଗନ୍ଧ ଦୂର ହେବା ସହ ଜୀବାଣୁ ବ୍ୟାପିବା ଆଶଙ୍କା ମଧ୍ୟ କମ୍‌ ହୋଇଥାଏ।

ଲେମ୍ବୁ: ବେସିନ୍‌ର ଗନ୍ଧକୁ ଦୂର କରିବାକୁ ହେଲେ ଆପଣଙ୍କୁ ଲେମ୍ବୁ ଓ ଲୁଣରେ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ପେଷ୍ଟରେ ବେସିନକୁ ବ୍ରସ ସାହାଯ୍ୟରେ ଭଲ ଭାବେ ସଫା କରନ୍ତୁ। ଏଭଳିି କରିବା ଦ୍ୱାରା ବେସିନ ସଫା ହୋଇ ଚମକିବା ସହ ଗନ୍ଧ ମଧ୍ୟ ଦୂର ହୋଇଯିବ।

କଳା ଭିନେଗାର୍‌: ଯେପରି ବାସନ ଧୋଇବା ଜରୁରୀ ହୋଇଥାଏ, ସେହିପରି ବେସିନ ସଫା କରିବା ମଧ୍ୟ ଜରୁରୀ ହୋଇଥାଏ। ବେସିନ ସଫା କରିବା ସମୟରେ ଆପଣ କଳା ଭିନେଗାରର ବ୍ୟବହାର କରିପାରିବେ। ବାସନ ଧୋଇବା ପରେ ଭିନେଗାର ଦ୍ୱାରା ବେସିନ୍‌ର ଚାରିପାଖ ବ୍ରସ ଦ୍ୱାରା ସଫା କଲେ ବେସିନର ଦୁର୍ଗନ୍ଧ ଦୂର ହେବା ସହ ପରିଷ୍କାର ହୋଇ ଚିକ୍‌ ଚିକ୍‌ ଦେଖାଯିବ।

kitchen smell

ବେକିଂ ସୋଡା: ନିଜ ବେସିନ୍‌କୁ ଚମକାଇବା ପାଇଁ ଆପଣ ବେକିଂ ସୋଡାର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ବେସିନ୍‌ରେ ବେକିଂ ସୋଡା ପକାଇ ୫ ମିନିଟ ଛାଡ଼ି ନିଅନ୍ତୁ। ଏହାପରେ ସ୍କ୍ରବ ଦ୍ୱାରା ଏହାକୁ ସଫା କରି ଦିଅନ୍ତୁ। ଏହାଫଳରେ ବେସିନ ପୂରାପୂରି ସଫା ହେବା ସହ ଏଥିରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+