ଆପଣ ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା' ପିଉଛନ୍ତି କି ?

ଆପଣ ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା' ପିଉଛନ୍ତି କି ? ଆପଣ ବି ଯଦି ଏପରି କରୁଛନ୍ତି ତେବେ ଏହି ଖବର ନିଶ୍ଚୟ ପଢ଼ନ୍ତୁ । ଆପଣ ପେପର କପ୍ କିମ୍ବା ପ୍ଲାଷ୍ଟିକ କପ ବ୍ୟବହାର କରି ଯେଉଁ କଫି ଓ ଚା'କୁ ସୁରକ୍ଷିତ ଭାବୁଛନ୍ତି, ବାସ୍ତବରେ ତାହା ବହୁତ କ୍ଷତିକାରକ ।

ସୁବିଧା ପାଇଁ ବଜାରରେ ଫ୍ଲାଷ୍ଟିକ, ପେପର କପ୍ ବେଶ ଲୋକପ୍ରିୟ । ଆପଣ ଜାଣନ୍ତି କି ଏହି କପ୍ ଗୁଡ଼ିିକ ସ୍ୱାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କପ ଗୁଡ଼ିକ ୫୨ ପ୍ରକାର କ୍ୟାନସରର କାରଣ ହୋଇ ପାରନ୍ତି । ପ୍ରାୟତଃ ଅଫିସ, ମେଡ଼ିକାଲ, ବିବାହ ଉତ୍ସବ, ଦୋକାନ ଗୁଡ଼ିକରେ ପେପର କପ୍ କିମ୍ବା ପ୍ଲାଷ୍ଟିକ୍ କପରେ ଚା' ଦିଆଯାଏ ।

Do you drink tea in a plastic or paper cup

ଯଦି କେହି ପ୍ଲାଷ୍ଟିକ କପକୁ କ୍ଷତିକାରକ ଭାବି ପେପର କପରେ ଚା' ପିଇବା ଆରମ୍ଭ କରିଛନ୍ତି, ତେବେ ସେମାନେ ବି ଏନେଇ ଚିନ୍ତା କରିବା ଜରୁରୀ । କାରଣ ପେପର କପ ମଧ୍ୟ କମ କ୍ଷତିକାରକ ନୁହେଁ । ପେପର କପରେ ଚା' କିମ୍ବା କୌଣସି ବି ଗରମ ଚିଜର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ସୂଚନା ଅନୁସାରେ ଏହି ପ୍ରକାର କପ୍ ତିଆରି ସମୟରେ ଏକ ପତଳା ମହମ ପରସ୍ତ ଦିଆଯାଇଥାଏ ।

ଯେତେବେଳ ଗରମ ଚା' କିମ୍ବା କଫି ପେପର କପରେ ଦିଆଯାଏ, ସେତେବେଳେ ସେହି ମହମ ପରସ୍ତକୁ ଆମେ ଚା' ସହ ପିଇଯାଉ । ବିଶେଷଜ୍ଞଙ୍କ ମୁତାବକ ପେଟରେ ଥିବା ଏସିଡ଼ ଅଳ୍ପ ମାତ୍ରାକୁ ସମ୍ଭାଳିପାରେ । କିନ୍ତୁ ଅଧିକ ମାତ୍ରାରେ ମହମ ଜମା ହେବା ପରେ ଅନ୍ତନଳୀରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ଏପରି କପରେ ଚା' କମ୍ବା କଫି ପିଇବାରୁ ଦୂରେଇ ରୁହନ୍ତୁ । କାଚରେ କିମ୍ବା ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+