Get Updates
Get notified of breaking news, exclusive insights, and must-see stories!

ସକାଳୁ ଉଠି ଲେମନ ଟି ପିଉଛନ୍ତି କି ? ଜାଣନ୍ତୁ କ’ଣ ରହିଛି ଫାଇଦା

ସକାଳୁ ଉଠି ଚାହା ପିଇବା ଅଭ୍ୟାସ ପ୍ରାୟ ସମସ୍ତଙ୍କର ରହିଛି । ସକାଳୁ ଚାହା ନ ପିଇଲେ କିଛି ଲୋକଙ୍କ ଦିନ ଭଲ ଯାଏ ନାହିଁ । ସମୟ ବଦଳିବା ସାଙ୍ଗରେ ଲୋକମାନେ ମଧ୍ୟ ନିଜ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆଣିଛନ୍ତି ।

ଏବେ ସକାଳୁ ଉଠିଲେ ଲୋକ କ୍ଷୀର ଚାହା ବଦଳରେ ଲେମନ ଟି ପିଇବାକୁ ପସନ୍ଦ କରୁଛନ୍ତି । ସ୍ୱାସ୍ଥ୍ୟ ପ୍ରତି ବହୁତ ହିତକାରକ ଏହି ଲେମନ ଟି । ତେଣୁ ଏବେ ଏହି ଚାହାର ଚାହିଦା ଅଧିକା । ତେବେ ଜାଣିଛନ୍ତି କି ଲେମନ ଟି ର ଉପାକାରିତା ବିଷୟରେ ? ଆସନ୍ତୁ ଜାଣିବା ଲେମନ ଟି ପିଇବା ଦ୍ୱାରା କଣ କଣ ଫାଇଦା ମିଳିଥାଏ ।

ପ୍ରତ୍ୟହ ଲେମନ ଟି ପିଇଲେ ଆପଣଙ୍କୁ ସହଜରେ ଥଣ୍ଡା ଧରେ ନାହିଁ, କି କାଶ ହେବ ନାହିଁ । ଖାଲି ସେତିକି ନୁହେଁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଏହା ଶୀତ ଋତୁରେ ବି ଶରୀରକୁ ଗରମ ରଖିଥାଏ । ଲେମ୍ବୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ଏହାଛଡ଼ା କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ପ୍ରତିଦିନ ସକାଳେ ଲେମନ ଟି ପିଇଲେ ନିଜକୁ ସତେଜ ମନେ କରିବେ ।

Do you drink lemon tea in the morning

ଲେମନ ଟି ପିଇଲେ ଆପଣଙ୍କ ମନ ଖୁସି ରହେ । ଏହା ମାନସିକ ସ୍ତରରେ ଆପଣଙ୍କୁ ଶାନ୍ତି ପ୍ରଦାନ କରିଥାଏ । ଏହି କାରଣରୁ ମୁଡ୍ ସବୁବେଳେ ଭଲ ରହେ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ ।ଲେମନ ଟି ପିଇବା ଦ୍ୱାରା ମୁଣ୍ଡ ଥଣ୍ଡା ରହିଥାଏ । ଏହାଦ୍ୱାରା ମସ୍ତିଷ୍କର ସ୍ନାୟୁତନ୍ତ୍ର ମଧ୍ୟ ଶାନ୍ତ ରହିଥାଏ । ଏହାଦ୍ୱାରା ଶରୀରକୁ ଏକ ଅଫୁରନ୍ତ ଶକ୍ତି ପ୍ରଦାନ କରିଥାଏ । ସମସ୍ତ ଚିନ୍ତା ଓ ବିରକ୍ତିଭାବରୁ ଦୂରେଇ ରଖିଥାଏ ଲେମନ ଟି ।

ପେଟ ସମ୍ବନ୍ଧୀୟ ବିଭିିନ୍ନ ପ୍ରକାର ରୋଗକୁ ଭଲ କରିବାରେ ସହାୟକ ହୋଇଥାଏ ଲେମନ ଟି । ଏକ ପ୍ରାକୃତିକ ଓøଷଧ ପରି କାମ କରିଥାଏ ଲେମନ ଟି । ନିୟମିତ ଲେମନ ଟି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ରହିଥାଏ । ଅନ୍ୟ ଚାହାଠାରୁ ଏହା ବେଶ ସ୍ୱାସ୍ଥ୍ୟ ଉପଯୋଗୀ । ଏହାଛଡା ଯଦି ଆପଣଙ୍କ ହାତରୁ ଗନ୍ଧ ଆସୁଥାଏ ତେବେ ଲେମ୍ବୁ ଚାହାରେ ହାତ ଧୋଇବା ଦ୍ୱାରା ଏହି ଗନ୍ଧ ଦୂର ହୋଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଲେମନ ଟି ପିଇବା ଦ୍ୱାରା ହୃଦରୋଗକୁ ମଧ୍ୟ ରୋକାଯାଇ ପାରିବ । ହୃତପିଣ୍ଡରେ ଜମା ହୋଇଥିବା ଦୂଷିତ ପଦାର୍ଥକୁ ବାହାର କରିବାରେ ଲେମନ ଟି ସହାୟକ ହୋଇଥାଏ ।

ଯଦି ଖାଇବାର ୧ ଘଣ୍ଟା ପୂର୍ବରୁ ଲେମନ ଟି ପିଉଥାନ୍ତି ତେବେ ଆପଣଙ୍କୁ ଅଧିକ ଭୋକ କରିବ ଏହାଛଡା ଖାଇବା ପରେ ଲେମନ ଟି ପିଇଲେ ଏହା ହଜମ ପ୍ରକିୟାରେ ସାହାଯ୍ୟ କରିଥାଏ । ଏହାଛଡା ଲେମନ ଟି ପିଇବା ଦ୍ୱାରା ଆପଣ ସର୍ବଦା ସତେଜ ଦେଖାଯିବେ । ତେଣୁ ପ୍ରତିଦିନ ସକାଳର ଆରମ୍ଭ ଲେମନ ଟି ପିଇବା ସହ ଆରମ୍ଭ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+