ସନ୍ଧ୍ୟାରେ ବନ୍ଦ କରିଦେଉଛନ୍ତି କି ଘରର ମୁଖ୍ୟ ଦ୍ଵାର, କରନ୍ତୁ ନାହିଁ ଏମିତି ଭୁଲ; ଜାଣନ୍ତୁ ବାସ୍ତୁ କଣ କହୁଛି
କେମିତି ଜୀବନ ଭଲରେ କଟିବ ସେନେଇ ମଣିଷ ସବୁ ପ୍ରକାର ପ୍ରୟାସ କରିଥାଏ । ଆଉ ଏଥିପାଇଁ କିଛି ନିୟମ ଧର୍ମରେ ବନ୍ଧା ହୋଇଛି । ଅନେକ ଅନୁଶାସନ ମଧ୍ୟ ପାଳନ କରୁଛି ମଣିଷ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢ଼ିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ। ତେବେ ଚାଲନ୍ତୁ ସେହି ସବୁ ଅନୁଚିନ୍ତା ବିଷୟରେ ଆଜି ଏଠାରେ ଜାଣିବା।

ବୈଦିକ ଶାସ୍ତ୍ର ଅନୁସାରେ ସକାଳେ ଠାକୁର ପୂଜା କରିବା ସମୟରେ ଦୀପରେ ଦୁଇଟି ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଯଦି ଘରର କୌଣସି ସଦସ୍ୟ ବାରମ୍ବାର ରୋଗଗ୍ରସ୍ତ ହେଉଥାନ୍ତି। ତେବେ ସାତଟି ଲବଙ୍ଗ ଜଳାଇ ଚାରିଦିନକୁ ଥରେ ଘରର କୌଣସି କୋଣରେ ରଖିବା ଦ୍ଵାରା ମଙ୍ଗଳ ହୋଇଥାଏ।
ଯଦି ଅଧିକ ପରିଶ୍ରମ କରି ବି ଆର୍ଥିକ ସ୍ଥିତି ଖରାପ ରହୁଥାଏ। ତେବେ ସାତଟି ଲବଙ୍ଗ ଏବଂ ସାତଟି ଗୋଲମରୀଚକୁ ମୁଣ୍ଡ ଚାରିପଟରେ ବୁଲାଇ ନିର୍ଜନ ସ୍ଥାନରେ ଚାରିଦିଗକୁ ପକାଇ ଦେବା ଦ୍ଵାରା ସ୍ଥିତିରେ ସୁଧାର ଆସିଥାଏ।ଘର ଭିତରେ କେବେବି କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। ଏଥିସହ ପରିବାର ସଦସ୍ୟଙ୍କ ସ୍ଵାସ୍ଥ ଅବସ୍ଥା ଖରାପ ହେବାର ଆଶଙ୍କା ରହିଥାଏ।












Click it and Unblock the Notifications