ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ.....
ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ସାଧାରଣତଃ ଲୋକଙ୍କର ଏକ ଅଭ୍ୟାସ । କିନ୍ତୁ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରଥମେ ପାଚନ ପ୍ରକ୍ରିୟାକୁ ବୁଝିବା ଆବଶ୍ୟକ, ଯାହାଦ୍ୱାରା ଖାଇବାର କେତେ ସମୟ ପରେ ପାଣି ପିଇବା ଆବଶ୍ୟକ ତାହା ବୁଝିବା ସହଜ ହେବ ।

ବୈଜ୍ଞାନିକ ଦୃଷ୍ଟିରୁ ଦେଖିବାକୁ ଗଲେ ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ । ତାହା ଆମେ ସମସ୍ତେ ଜାଣୁ । ଘରର ବୟସ୍କ ଲୋକମାନେ ଖାଇବା ପରେ ପାଣି ପିଇବା ମଝିରେ କିଛି ସମୟର ଗ୍ୟାପ୍ ଦେବା ପାଇଁ କହିଥାନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବା ଶରୀର ପାଇଁ ଯେତିକି ଜରୁରି, ପାଣି ପିଇବା ମଧ୍ୟ ଠିକ୍ ସେତିକି । ଏହା ଆମ ଶରୀରକୁ କେବଳ ସତେଜ ରଖି ନଥାଏ, ବରଂ ଶରୀର ଭିତରେ ହେଉଥିବା ପ୍ରକ୍ରିୟାରେ ମଧ୍ୟ ସହଯୋଗ କରିଥାଏ । କୁହାଯାଏ ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ମଧ୍ୟ ତ୍ୱଚାରେ ଚମ୍କ ଆସିଥାଏ । କିନ୍ତୁ ଖାଇବାର କେତେ ସମୟ ପରେ ପାଣି ପିଇବା ଆବଶ୍ୟକ । ଚାଲନ୍ତୁ ସେ ବିଷୟରେ ଜାଣିବା । ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଇବାର ତୁରନ୍ତ ପରେ ଆଦୌ ପାଣି ପିଇବା ଅନୁଚିତ୍ । ବିଶେଷଜ୍ଞଙ୍କ ମତରେ ଖାଇବାର ଅଧା ଘଣ୍ଟା ପୂର୍ବରୁ ଓ ଖାଇବାର ୩୦ ମିନିଟ୍ ପରେ ପାଣି ପିଇବା ଉଚିତ୍ । କାରଣ ତରଳ ଖାଦ୍ୟ ପେଟରୁ ପ୍ରାୟ ୨୦ରୁ ୩୦ ମିନିଟ୍ରେ ବାହାରି ଯାଇଥାଏ । ଯେତେବେଳେ ଖାଦ୍ୟ ହଜମ ହେବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥାଏ । ଯଦି ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି, ତେବେ ହଜମ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରୁଥିବା ଏନ୍ଜାଇମ୍ଗୁଡିକ ଖାଦ୍ୟକୁ ହଜମ କରିବାରେ ବାଧା ସୃଷ୍ଟି କରିଥାନ୍ତି । ଫଳରେ ବ୍ଲୋଟିଂ ପରି ସମସ୍ୟା ସୃଷ୍ଟି ହୋଇଥାଏ । ଅବଶ୍ୟ ଯେଉଁମାନେ କମ୍ ଖାଦ୍ୟ ଖାଇଥାନ୍ତି, ସେମାନେ ଖାଇବା ସମୟରେ ସାମାନ୍ୟ ପାଣି ପିଇପାରିବେ । କାରଣ ଏମାନଙ୍କ କ୍ଷେତ୍ରରେ ଓଭର୍ଇଟିଂ ଆଶଙ୍କା କମ୍ ରହିଥାଏ ।
ପାଚନତନ୍ତ୍ର ଉପରେ ପାଣିର ପ୍ରଭାବ
ଯେତେବେଳେ ଆମେ ଖାଦ୍ୟ ଖାଉଛେ, ଆମ ଶରୀରରେ ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଖାଦ୍ୟକୁ ହଜମ କରାଇବା ପାଇଁ ଲାଳ ଓ ହଜମ କରାଉଥିବା ଏନ୍ଜାଇମ୍ କ୍ଷରଣ ହୋଇଥାଏ । ଖାଦ୍ୟ ଖାଇବାର ଠିକ୍ ପୂର୍ବରୁ ପାଣି ପିଇବା ଦ୍ୱାରା ଏନ୍ଜାଇମ୍ଗୁଡିକ ଠିକ୍ ଭାବେ କାମ କରିପାରି ନଥାନ୍ତି । ଫଳରେ ଭୋଜନକୁ ହଜମ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ପେଟ ଭରିଯାଏ, ତେଣୁ ଆବଶ୍ୟକ ଖାଦ୍ୟ ଖାଇବା ସମ୍ଭବ ହୁଏନା । ତେଣୁ କିଛି ସମୟ ପରେ ପୁଣି ଭୋକ ଲାଗିବା ସ୍ୱାଭାବିକ । ଏପରି କରିବା ଦ୍ୱାରା ଅଧିକ ଖାଇବାର ଆଶଙ୍କା ବଢିଥାଏ । ତେଣି ବିଶେଷଜ୍ଞଙ୍କ ମତରେ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରିବା ପାଇଁ ଖାଦ୍ୟ ଖାଇବାର ଅଧିା ଘଣ୍ଟା ପୂର୍ବରୁ ଏକ ଗ୍ଲାସ୍ ପାଣି ପିଇବା ଉଚିତ୍ । କିନ୍ତୁ ଖାଇବାର ୩୦ ମିନିଟ୍ ପରେ ପାଣି ପିଇବା ଉଚିତ୍ । ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଗ୍ୟାସ୍, ଏସିଡିଟି ଓ ପେଟ ଯନ୍ତ୍ରଣା ପରି ସମସ୍ୟା ସୃଷ୍ଟି ହୋଇଥାଏ । କାରଣ ପାଣି ଖାଦ୍ୟକୁ ହଜମ କରୁଥିବା ଏନ୍ଜାଇମ୍କୁ ପତଳା କରିଦେଇଥାଏ । ତେଣୁ ଖାଦ୍ୟ ଖାଇବାର ଅଧା ଘଣ୍ଟା ପରେ ପାଣି ପିଇବା ଉଚିତ୍
-
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ












Click it and Unblock the Notifications