ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ. ନଚେତ ....

ଖାଦ୍ୟ ଓ ପାନୀୟ ପରି ନିଦ ମଧ୍ୟ ମନୁଷ୍ୟ ଶରୀର ପାଇଁ ନିହାତି ଜରୁରୀ। କିନ୍ତୁ ଏବେ ଅଧିକାଂଶ ଲୋକ ନିଦ୍ରହୀନତାର ଶିକାର ହେଉଛନ୍ତି। ରାତିରେ ସଠିକ୍ ଭାବରେ ନଦ ହେଉନାହିଁ। ତେବେ ଆପଣଙ୍କୁ ଏମିତି ଏକ ସମାଧାନର ବାଟ କହିବୁ ଯାହା ଆପଣଙ୍କ ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ଦେବାରେ ବେଶ ସହାୟକ ହେବ।

ନିଦ୍ରାହୀନତା ସମସ୍ୟା ବେଶୀ ଦିନ ରହିଲେ ଏହା ସ୍ବାସ୍ଥ୍ୟ ପାଇଁ ବଡ଼ ବିପଦ ଆଣିପାରେ । ତେବେ ଏମିତି କିଛି ଉପାୟ ଅଛି ଯାହାକୁ ପାଳନ କଲେ ଆପଣ ରାତିରେ ଗାଢ ନିଦରେ ଶୋଇପାରିବେ ।

ଶୋଇବା ପୂର୍ବରୁ କରୁଥିବା କାମ ଆପଣଙ୍କ ନିଦକୁ ପ୍ରଭାବିତ କରିଥାଏ। ରାତିରେ ଶୋଇବା ପୂର୍ବରୁ ବ୍ରଶ କରିବା, ନିଜ ତ୍ବଚାର ଯତ୍ନ ନେବା, ଶୋଇବା ପାଇଁ ଆରାମ ଦାୟକ ପରିବେଶ ତିଆରି କରିବା ଅର୍ଥାତ କୋଠାରୀର ତାପମାତ୍ରା ଠିକ ରଖିବା ଓ ବିଛଣା ସଜାଡିବା ପରି କାମ କରନ୍ତୁ। ଯାହା ଆପଣଙ୍କ ମସ୍ତିଷ୍କରେ ଶୋଇବା ପାଇଁ ଏକ ଅନୁକୂଳ ଭାବନା ଆଣିଥାଏ।

ମନୋବିଜ୍ଞାନୀଙ୍କ ଅନୁସାରେ, ମସ୍ତିକଷ୍କକୁ ଚିନ୍ତାଶୂନ୍ୟ ରଖିଲେ ଓ ଶରୀରକୁ ଆରାମ ଦେଲେ ନିଦ ଆପେ ଆପେ ଆସିଥାଏ । ରାତିରେ କିଛି ଜର୍ଣ୍ଣାଲ ଲେଖିବା କିମ୍ବା ଡାୟରୀରେ ଦିନସାରାର ଘଟଣାବଳୀ ଲେଖିବା ଦ୍ବାରା ଆପଣଙ୍କ ମସ୍ତିଷ୍କରୁ ଅନେକ ଚିନ୍ତାଧାରା ବାହାରିଯାଇଥାଏ । ଫଳରେ ଆପଣଙ୍କୁ ଜଲଦି ଭଲ ନିଦ ଆସିବାର ସମ୍ଭାବନା ରହିଛି ।

sleep

ରାତିରେ ହାଲକା ଖାଦ୍ୟ ଗ୍ରହଣ କରିବା ବେଶ ଉପଯୋଗୀ ହୋଇଥାଏ । ରାତିରେ ଚିନି, କାର୍ବୋହାଇଡ୍ରେଟ, ଫ୍ୟାଟ ଓ କ୍ୟାଫିନ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଶୋଇବା ପୂର୍ବରୁ କ୍ଷୀର କିମ୍ବା ପାଚିଲା କଦଳୀ ଗ୍ରହଣ କରିପାରିବେ । ଏଥିରେ ମହଜୁଦ ଥିବା ଟ୍ରିପ୍ଟୋଫେନ ନାମକ ରସାୟନ ଆପଣଙ୍କୁ ସୁଖନିଦ୍ରା ଦେଇଥାଏ ।

ଯଦି ଆପଣଙ୍କୁ ନିଦ ଆସୁନି ତେବେ ଆପଣ କିଛି ସମୟ ପାଇଁ ପ୍ରାଣାୟମ ମଧ୍ୟ କରିପରିବେ। ଶୋଇବା ସେଜରେ ନିଜ ଜିଭକୁ ବିଶ୍ରାମ ଦିଅନ୍ତୁ ଓ ତାକୁ ପାଟିର ତଳ ପାର୍ଶ୍ବରେ ସ୍ପର୍ଶ କରନ୍ତୁ। ସେହି ଅବସ୍ଥାରେ ୪ ସେକେଣ୍ଡ ପାଇଁ ଧୀରେ ଧୀରେ ନିଶ୍ବାସ ନିଅନ୍ତୁ। ପରେ ୭ ସେକେଣ୍ଡ ପାଇଁ ନିଶ୍ବାସକୁ ବନ୍ଦ କରି ପରବର୍ତ୍ତୀ ସମୟରେ ଛାଡ଼ନ୍ତୁ। ଏହି ପ୍ରାଣାୟମକୁ କିଛି ସମୟ ପାଇଁ କଲେ ଆପଣଙ୍କୁ ନିଦ ଆସିବ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆପଣ ନିଜର ସ୍କ୍ରିନଟାଇମକୁ କମାନ୍ତୁ। ଅର୍ଥାତ ଶୋଇବାର ଏକ ଘଣ୍ଟା ପୂର୍ବରୁ କୈାଣସି ପ୍ରକାର ଉଜ୍ଜ୍ବଳ ସ୍କ୍ରିନଠାରୁ ଦୂରରେ ରୁହନ୍ତୁ। ମୋବାଇଲ ଓ ଟିଭି ଦେଖିବା ଦ୍ବାରା ସେଥିରୁ ଆସୁଥିବା ନୀଳ ଆଲୋକ ଶରୀରେ ନିଦ ଆଣୁଥିବା ମେଲାଟୋନିନ ହରମୋନ କ୍ଷରଣକୁ କମ କରିଥାଏ। ତେଣୁ ଆପଣଙ୍କୁ ଭଲ ନିଦ ହୋଇନଥାଏ। ଶୋଇବାର ଏକ ଘଣ୍ଟା ପୂର୍ବରୁ ମୋବାଇଲକୁ ସାଇଲେଣ୍ଟ ମୋଡ କରି ନିଜଠାରୁ ଦୂରରେ ରଖନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+