ପିଆଜ କାଟିବା ସମୟରେ କରନ୍ତୁ ଏହି ୬ କାମ, ଆଉ ଆଖିରେ ଆସିବନି ପାଣି
ଭାରତୀୟ ଖାଦ୍ୟରେ ପିଆଜ ଏମିତି ଏକ ଖାଦ୍ୟ ପଦାର୍ଥ ଯାହାକୁ ପ୍ରାୟ ସବୁ ଦିନ ବ୍ୟବହାର କରାଯାଇଥାଏ। ପରିବା ହେଉ କିମ୍ବା ମସଲା ସବୁ ଖାଦ୍ୟ ପଦାର୍ଥରେ ପିଆଜ ବିନା ଅଧୁରା ହୋଇଥାଏ। ବହୁତ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କୁ ପିଆଜ କାଟିବା ବେଳେ ଆଖିରୁ ଲୁହ ବାହାରିଥାଏ। ଆଉ ମଧ୍ୟ ଏମିତି ଲୋକ ଅଛନ୍ତି ଯେଉଁ ମାନେ କଟା ପିଆଜ ପାଖରେ ଛିଡା ହେଲେ ଆଖିରୁ ଲୁହ ବାହାରିଥାଏ। ଏପରି ହେବାର କାରଣ ହେଉଛି ପିଆଜରେ ମହଜୁଦ ଥିବା ପ୍ରାକ୍ରୁତିକ ଆମିନୋ ଏସିଡ୍। ଏହା ଦ୍ବାରା ହିଁ ଆମ ଆଖିରେ ଲୁହ ବାହାରିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଜଣାଇବୁ ଯାହା ସାହାଯ୍ୟରେ ଆପଣ ପିଆଜକୁ ସହଜରେ କାଟି ପାରିବେ ଏବଂ ଆପଣଙ୍କ ଆଖିରୁ ମଧ୍ୟ ଲୁହ ବାହାରିବନାହିଁ।

ପିଆଜକୁ ଫ୍ରୀଜରେ ରଖିଦିଅନ୍ତୁ
Female-hands-cutting-bulb-onion-on-red-onions-ssଯେତେବେଳେ ଭି ଆପଣଙ୍କୁ ପିଆଜ କାଟିବାର ଥିବ ତେବେ ଏହାର ଏକ ଦୁଇ ଘଣ୍ଟା ପୁର୍ବରୁ ଫ୍ରୀଜରେ ରଖିଦିଅନ୍ତୁ। ଏହା ଥଣ୍ଡା ହେବା ପରେ ପିଆଜରୁ ବାହାରୁଥିବା ଆମିନୋ ଏସିଡ୍ ଗ୍ୟାସର ମାତ୍ରା କମି ଯାଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଯେପରି କଟା ହୋଇଥିବା ପିଆଜକୁ ଫ୍ରୀଜରେ ରଖିବେ ନାହିଁ କାରଣ ଫ୍ରୀଜରେ ପିଆଜର ବାସ୍ନା ଖେଳି ଯାଇଥାଏ।
onionଯେଉଁଠି ପିଆଜ କାଟୁଛନ୍ତି ସେହି ଯାଗାରେ ମହମବତୀ ଜଳାଇ ରଖନ୍ତୁ। ଏଥିରୁ ବାହାରୁଥିବା ଧୂଆଁ ଆପଣଙ୍କ ଆଖପାଖରେ ୱାଟର ଏୟାର ବାଉଣ୍ଡେରୀ କରାଇଦିଏ। ଏହି କାରଣରୁ ଆପଣଙ୍କ ଆଖିରେ ପିଆଜର ପ୍ରଭାବ କମ୍ ହୋଇଥାଏ।
ପିଆଜକୁ କାଟିବା ପୂର୍ବରୁ ତାହାର ଚୋପାକୁ କାଢ଼ି ପାଣିରେ ଭିଜାଇ ଦିଅନ୍ତୁ । ଏହି କାରଣରୁ ପିଆଜରୁ ବାହାରୁଥିବା ଗ୍ୟାସ ବସିଯାଇଥାଏ। ଏବଂ ପିଆଜ କାଟବା ସମୟରେ ଆଖିରେ ଲୁହ ମଧ୍ୟ ଆସି ନଥାଏ। ପିଆଜକୁ କାଟିବାର ଅଧାଘଣ୍ଟା ପୁର୍ବରୁ ଆପଣ ତାକୁ ପାଣିରେ ଭିଜାଇ ରଖନ୍ତୁ ।
ପିଆଜ କାଟିବା ସମୟରେ ବ୍ରେଡ ଖାଆନ୍ତୁ
breadପିଆଜକୁ କାଟିବା ସମୟରେ ଆପଣ ମୁହଁରେ ବ୍ରେଡର ଏକ ଛୋଟ ଖଣ୍ଡ ରଖି ଦିଅନ୍ତୁ । ଏହାକୁ ଚୋବାଇବା ଦ୍ବାରା ଆପଣଙ୍କ ଆଖିରେ ପିଆଜର ଗ୍ୟାସ କମ୍ ହୋଇଥାଏ। ଯାହା ଦ୍ବାରା ଲୁହ ବାହାରି ନଥାଏ। ବ୍ରେଡକୁ ଚୋବାଇବାର କାରଣ ହେଉଛି ବ୍ରେଡ ପିଆଜରୁ ବାହାରୁଥିବା ଗ୍ୟାସକୁ ଶୀଘ୍ର ଶୋଷି ନେଇଥାଏ।
ଚଷମା ପିନ୍ଧି ପିଆଜ କାଟନ୍ତୁ
ଯେତେବେଳେ ମଧ୍ୟ ପିଆଜ କାଟିବାକୁ ଯାଉଛନ୍ତି ତେବେ ସନଗ୍ଲାସ, ସ୍ବିମିଙ୍ଗ ଗ୍ଲାସ କିମ୍ବା କୌଣସି ନର୍ମାଲ ଗ୍ଲାସକୁ ପିନ୍ଧି ଦିଅନ୍ତୁ। ଏହି ଉପାୟରେ ମଧ୍ୟ ପିଆଜର ଗ୍ୟାସ ଆଖି ମଧ୍ୟକୁ ଯାଇ ନଥାଏ ଏବଂ ଆପଣଙ୍କ ଆଖିରେ ଲୁହ ଆସି ନଥାଏ।












Click it and Unblock the Notifications