ପ୍ରତ୍ୟେକ ଦିନ ଘଣ୍ଟାଏ କରନ୍ତୁ ଏହି ୩ ଯୋଗ, ପାଖ ମାଡ଼ିବନି ବଡ ବଡ ରୋଗ

ଆଜିର ଡିଜିଟାଲ୍ ଯୁଗରେ ଲୋକଙ୍କ ସ୍କ୍ରିନ୍ ଟାଇମ୍ ବୃଦ୍ଧି ପାଇଛି। ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ ଘଣ୍ଟା ଘଣ୍ଟା ସ୍କ୍ରିନ୍‌କୁ ଚାହିଁ ରହୁଛନ୍ତି, ତାହା ଫୋନ୍ ହେଉ କି ଲାପଟପ୍ କିମ୍ବା ଟିଭି। ସ୍କ୍ରିନକୁ ଚାହିଁ ରହି ଲଗାତାର ସମୟ ବିତାଇବା ଦ୍ୱାରା ଆଖିରେ ଚାପ, ଶୁଷ୍କତା ଏବଂ ଦୃଷ୍ଟି ଦୁର୍ବଳତା ମଧ୍ୟ ହୋଇପାରେ।

yoga

ଏହି ସମସ୍ୟାଗୁଡ଼ିକୁ ଏଡାଇବା ଏବଂ ଦୃଷ୍ଟିଶକ୍ତିକୁ ତୀକ୍ଷ୍ଣ ରଖିବା ପାଇଁ, ଆଖିକୁ ବିଶ୍ରାମ ଦେବା ଜରୁରୀ। କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ଏମିତି କିଛି ଯୋଗ ଅଛି ଯାହା ମାଧ୍ୟମରେ ଆଖିଙ୍କୁ ସୁସ୍ଥ ରଖାଯାଇ ପାରେ।

କିଛି ଯୋଗାସନ ଏବଂ ସରଳ ଆଖି ବ୍ୟାୟାମ ଆଖିର ମାଂସପେଶୀକୁ ମଜବୁତ କରିପାରିବ। ଯୋଗ ଆଖି ଚାରିପାଖରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ତେବେ ଆସନ୍ତୁ ଏମିତି କିଛି ପ୍ରଭାବଶାଳୀ ଯୋଗ ବିଷୟରେ ଜାଣିବା ଯାହା ଆଖିର ଚାପକୁ କମାଇବା ସହିତ ଦୃଷ୍ଟିଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ।

ଆଖି ମିଟିମିଟି କରିବା ଏକ ସରଳ କିନ୍ତୁ ଶକ୍ତିଶାଳୀ ବ୍ୟାୟାମ ଯାହା ଆଖିକୁ ଆର୍ଦ୍ର ରଖେ ଏବଂ ଚାପ ହ୍ରାସ କରେ। ଏହି ବ୍ୟାୟାମ ବିଶେଷକରି ଯେଉଁମାନେ ସ୍କ୍ରିନ୍ ସାମ୍ନାରେ ଦୀର୍ଘ ସମୟ ଧରି କାମ କରନ୍ତି ସେମାନଙ୍କ ପାଇଁ ଖୁବ ଉପକାରୀ।

ଏହା ଅଭ୍ୟାସ କରିବା ପାଇଁ, ଆରାମରେ ବସି ଧିରେ ଧିରେ ଆଖି ମିଟିମିଟି କରନ୍ତୁ। ଏହାକୁ ଗୋଟିଏ ମିନିଟ୍ ପାଇଁ ଜାରି ରଖନ୍ତୁ। ତା'ପରେ ଆଖି ବନ୍ଦ କରନ୍ତୁ ଏବଂ ୩୦ ସେକେଣ୍ଡ ପାଇଁ ଆରାମ କରନ୍ତୁ।

ଚକ୍ଷୁ ଘୂର୍ଣ୍ଣନ:
ଏହାକୁ ଚକ୍ର କ୍ରିୟା ମଧ୍ୟ କୁହାଯାଏ। ଏହି ଚକ୍ଷୁ ଘୂର୍ଣ୍ଣନ ବ୍ୟାୟାମ ଆଖିର ଗତିକୁ ନିୟନ୍ତ୍ରଣ ଏବଂ ନମନୀୟତାରେ ଉନ୍ନତ କରିବାରେ ସାହାଯ୍ୟ କରେ, ଯାହା ଚାପ ହ୍ରାସ କରେ। ଏହା ଅଭ୍ୟାସ କରିବା ପାଇଁ, ସିଧା ବସି ଉପରକୁ ଦେଖନ୍ତୁ, ତା'ପରେ ଧୀରେ ଧୀରେ ଆପଣଙ୍କ ଆଖି ଡୋଳାକୁ କିଛି ସମୟ ପାଇଁ ଘଣ୍ଟାକଣ୍ଟା ଭଳି ବୁଲାନ୍ତୁ। ଏହା ପରେ କିଛି ସମୟ ପାଇଁ ଘଣ୍ଟାକଣ୍ଟାର ବିପରୀତ ଦିଗରେ ବୁଲାନ୍ତୁ। ଏହା ପ୍ରାୟ ଗୋଟିଏ ମିନିଟ୍ ପାଇଁ କରନ୍ତୁ।

ଭ୍ରାମରୀ ପ୍ରାଣାୟମ୍:
ଏହା ଏକ ଶ୍ୱାସକ୍ରିୟାଜନିତ ବ୍ୟାୟାମ। ଏହା ସ୍ନାୟୁତନ୍ତ୍ରକୁ ଶାନ୍ତ କରିଥାଏ ଏବଂ ଆଖି ଉପରେ ପଡିଥିବା ଚାପକୁ କମ କରିଥାଏ। ଏହି ଅଭ୍ୟାସ କରିବାକୁ, ଏକ ଆରାମଦାୟକ ସ୍ଥିତିରେ ବସନ୍ତୁ। ଦୁଇ କାନକୁ ଆଙ୍ଗୁଠିରେ ବନ୍ଦ କରନ୍ତୁ। ଆଖି ବନ୍ଦ କରି ଗଭୀର ଶ୍ୱାସ ନିଅନ୍ତୁ। ଏହା ପରେ ଶ୍ୱାସ ଛାଡି ମହୁମାଛି ପରି ଗୁଣୁଗୁଣୁ ଶବ୍ଦ କରନ୍ତୁ। ଏହାକୁ ୫-୭ ଥର ପୁନରାବୃତ୍ତି କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+