ଚା’ସହିତ ଖାଆନ୍ତୁ ନାହିଁ ଏହି ଜିନିଷ
ଅଧିକାଂଶ ଲୋକ ଚା 'ସହିତ ଦିନ ଆରମ୍ଭ କରିଥାନ୍ତି । ଚା'ର ସାଦ ବଢାଇବା ପାଇଁ ବିଭିନ୍ନ ଜିନିଷ ଖାଇଥାନ୍ତି । ଅନେକ ଲୋକଙ୍କୁ ଠିକ୍ ସମୟରେ ଚା' ନମିଳିଲେ ମୁଣ୍ଡବିନ୍ଧାର ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଖାଲି ପେଟରେ ଚା' ପିଇବା ଦ୍ୱାରା ଅମ୍ଳତା ଏବଂ ପେଟ ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ଅଧିକାଂଶ ଲୋକ ଚା ସହିତ ବିଭିନ୍ନ ଜିନିଷ ଖାଇଥାନ୍ତି । ଲୋକମାନେ ସାଧାରଣତଃ ଚା'ସହିତ ବିସ୍କୁଟ କିମ୍ବା ପକୃତି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଚା'ସହିତ କେଉଁ ଜିନିଷ ଖାଇବା ଦ୍ୱାରା ସାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ ।

ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ । ବେସନରେ ପ୍ରସ୍ତୁତ ଜିନିଷ: ବିଶେଷ କରି ବର୍ଷା ସମୟରେ ଲୋକମାନେ ଚା'ସହିତ ପକୁଡି ଖାଇବାକୁ ପସନ୍ଦ କରିଥାନ୍ତି କିନ୍ତୁ ଏହା ସାସ୍ଥ୍ୟ ପାଇଁ କ୍ଷତିକାରକ । ଆପଣ ଚା'ସହିତ ବେସନ ପକୁଡି ଏବଂ ଲୁଣ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ ଏବଂ ହଜମ ଜନିତ ସମସ୍ୟା ବିଢିଯାଇଥାଏ ।
ଖଟା ଜିନିଷ: ଅଧିକାଂଶ ଲୋକ ଚା'ସହିତ ଲେମ୍ବୁ ମିଶାଇ ପିଇବାକୁ ପସନ୍ଦ କରିଥାନ୍ତି । ଅଧିକ ପରିମାଣର ଲେମ୍ବୁ ଗ୍ୟାସ୍ ଏବଂ ଅମ୍ଳତା ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଲେମ୍ବୁ ଚା'ପସନ୍ଦ କରନ୍ତି, ତେବେ ଅଳ୍ପ ପରିମାଣର ଲେମ୍ବୁ ମିଶାନ୍ତୁ । ଚା'ସହିତ ଖଟା ଜିନିଷ ଖାଇବା ଉଚିତ ନୁହେଁ । ଏହା ଆପଣଙ୍କ ସାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।
ହଳଦୀ ଜନିତ ଜିନିଷ: ଚା'ସହିତ ହଳଦୀ ଜନିତ ଜିନିଷ ଖାଆନ୍ତୁ ନାହିଁ । ଏହି ଦୁଇଟି ଜିନିଷ ପ୍ରତିକ୍ରିୟା କରେ, ଯେଉଁ କାରଣରୁ ହଜମ ପ୍ରକ୍ରିୟାରେ ଭାରି କ୍ଷତି ହୋଇଥାଏ । ଚା ପିଇବାର କିଛି ସମୟ ପରେ ଆପଣ ହଳଦୀ ଜିନିଷ ଖାଇପାରିବେ ।
କଞ୍ଚା ଜିନିଷ: ଚା'ସହିତ କିମ୍ବା ପରେ କଞ୍ଚା ଜିନିଷ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ପେଟ ଏବଂ ସାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇପାରେ । ଚା'ସହିତ ସାଲାଡ୍, ଶସ୍ୟ ଏବଂ ସିଝା ଅଣ୍ଡା ଖାଇବା ଅନୁଚିତ୍ ।












Click it and Unblock the Notifications