Get Updates
Get notified of breaking news, exclusive insights, and must-see stories!

ଏହି ଦିଗରେ ରଖନ୍ତୁ ନାହିଁ ଆସବାବପତ୍ର, ପରିବାର ଉପରେ ପଡ଼ିପାରେ ନକରାତ୍ମକ ପ୍ରଭାବ

ଯେଉଁ ଘରେ ବାସ୍ତୁ ଦୋଷ ଥାଏ, ସେଠାରେ ରହୁଥିବା ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଏହା ସହ ସୁଖ-ସମୃଦ୍ଧି ଉପରେ ମଧ୍ୟ ଅନେକ ନକରାତ୍ମକ ପ୍ରଭାବ ପଡ଼ିଥାଏ। ବାସ୍ତୁଦୋଷ ଯୋଗୁଁ ଘରର କୌଣସି କାମ ସୁରୁଖୁରୁରେ ସମାପ୍ତ ହୋଇନଥାଏ। ଏଣୁ ବାସ୍ତୁ ଅନୁସାରେ ଘରେ ଜିନିଷ ରଖାଯାଏ ଯାହା ଦ୍ବାରା ଘରେ ସକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ଭାଗ୍ୟ ମଧ୍ୟ ସାଥ୍ ଦେଇଥାଏ। ଏବେ ନଜର ପକାନ୍ତୁ ଘରର କେଉଁ ଜାଗାରେ କେଉଁ ଜିନିଷ ରଖିବେ।

ଘରର ଉତ୍ତର-ପୂର୍ବ ଦିଗ: ଯଦି ଏହି ଦିଗରେ କୌଣସି ଅଦରକାରୀ ଜିନିଷ ରଖିଛନ୍ତି, ତେବେ ତାକୁ ହଟେଇ ଦିଅନ୍ତୁ । କାରଣ ଏହି ଦିଗ ଦେବାଦେବୀଙ୍କ ସହ ସମ୍ବର୍ଦ୍ଧିତ। ଯଦି ଏହି ଦିଗରେ ଅଦରକାରୀ ଜିନିଷ ରଖାଯାଏ ତେବେ ଧନହାନୀ ହୋଇଥାଏ।

ଶୋଇବା ଘର ଉତ୍ତର-ପୂର୍ବ : ଏହି ଦିଗରେ ଭାରି କିମ୍ବା ଅଧିକ ଜିନିଷ ରଖନ୍ତୁ ନାହିଁ । ଏହି ଦିଗ ଖାଲି ରଖନ୍ତୁ କିମ୍ବା ହାଲୁକା ଜିନିଷ ରଖନ୍ତୁ। ଭାରି ଜିନିଷ ଘରର ପଶ୍ଚିମ-ଦକ୍ଷିଣ ଦିଗରେ ରଖନ୍ତୁ।

Do not place furniture in this direction

ପୂଜା ଘର ଉତ୍ତର- ପୂର୍ବ ଦିଗ: ଏହି ଦିଗରେ ଠାକୁରଙ୍କୁ ରଖିବା ଶୁଭ ହୋଇଥାଏ । ଏହା ଛଡ଼ା ଅନ୍ୟ କେଉଁ ଦିଗରେ ରଖିଲେ ବାସ୍ତୁଦୋଷ ବଢ଼େ। ଉତ୍ତର କିମ୍ବା ପୂର୍ବ ଦିଗରେ ପୂଜାଘର ନରହିଲେ ଭଲ।

ଉତ୍ତର- ପୂର୍ବ ଦିଗରେ ବାଥରୁମ୍ : ଘର ତିଆରିକରିବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ, ଉତ୍ତର- ପୂର୍ବ ଦିଗରେ ବାଥରୁମ୍ ନରହିବା ଦରକାର। ଏହା ଦ୍ବାରା ପରିବାର ସଦସ୍ୟଙ୍କ ପ୍ରତି ଖରାପ ପ୍ରଭାବ ପଡ଼ିଥାଏ। ଫ୍ୟାକ୍ଟ୍ରି, କାରଖାନା, ଅଫିସ ଆଦି ଉତ୍ତର- ପୂର୍ବ ଦିଗରେ ସର୍ବଦା ସଫା-ସତୁରା ରହିବା ଆବଶ୍ୟକ। ଶୋଇବା ଘରେ ପଲଙ୍କ ପଶ୍ଚିମ-ଦକ୍ଷିଣ ଦିଗରେ ରଖନ୍ତୁ। ଶୋଇବା ସମୟରେ ମୁଣ୍ଡକୁ ଦକ୍ଷିଣ ଦିଗରେ ରଖନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+