ଭୁଲରେ ବି ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଜିନିଷ, ନେଇପାରେ ଜୀବନ
ଶରୀରକୁ ସୁସ୍ଥ ଓ ନୀରୋଗ ରଖୀବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ବ ଦିଆଯାଏ। ସେହିଭଳି ସୁସ୍ଥ ଓ ସନ୍ତୁଳିତ ଆହାର ଗ୍ରହଣ କରିବା ଦ୍ବାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ବ ମିଳିଥାଏ। କିନ୍ତୁ ଏପରି କିଛି ଖାଦ୍ୟ ଅଛି, ଯାହାକୁ ସକାଳେ ଖାଲିପେଟରେ ଖାଇବା ଦ୍ବାରା ଅଜୀର୍ଣ୍ଣ, ଏସିଡିଟି, ଗ୍ୟାସ୍ ସମସ୍ୟା ଆଦି ଦେଖାଯାଇପାରେ। ଅଧିକାଂଶ ଲୋକଙ୍କ ଦିନଚର୍ଯ୍ୟା କପେ କଫିରୁ ଆରମ୍ଭ ହୋଇଥାଏ। ଖାଲିପେଟରେ ଜଣେ କଫି ପିଇବା ଦ୍ବାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ଖାଲିପେଟରେ ଏନର୍ଜି ଡ୍ରିଙ୍କ୍ କିମ୍ବା କୋଲଡ୍ ଡ୍ରିଙ୍କସ୍ ପିଇବା ଅନୁଚିତ। ଏଥିଯୋଗୁଁ ଏସିଡିଟି ସମସ୍ୟା ଦେଖାଦେଇଥାଏ।

ସକାଳେ ଖାଲି ପେଟରେ ମିଠା ମଧ୍ୟ ଖାଇବା ଅନୁଚିତ। ଏହାଦ୍ବାରା ଜଣେ ଦିନ ସାରା ଥକା ଅନୁଭବ କରନ୍ତି। ସେହିଭଳି ଛଣାଛଣି ଓ ଅଧିକ ମସଲା ଯୁକ୍ତ ଖାଦ୍ୟ ମଧ୍ୟ ସକାଳେ ଖାଲିପେଟରେ ଖାଇବା ଅନୁଚିତ। ଏଥିଯୋଗୁଁ ଗ୍ୟାସ୍ ଓ ଏସିଡିଟି ସମସ୍ୟା ବୃଦ୍ଧି ପାଏ। ସକାଳେ ଖାଲି ପେଟରେ ଫଳ ଖାଇବା ଅନୁଚିତ। ଏହା ଏସିଡ୍ ସମସ୍ୟା ସୃଷ୍ଟି କରିଥାଏ। ଖାଲି ପେଟରେ ଦହି ଖାଇବା ଅନୁଚିତ। ଦହିରେ ପ୍ରୋବାୟୋଟିକ୍ସ ଥାଏ, ଯାହାକି ପେଟ ଫୁଲାଇ ଦେବା ସହ ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ। ଖାଲିପେଟରେ ମଦ୍ୟପାନ କରିବା ଅନୁଚିତ। ଏହା ଡିହାଇଡ୍ରେସନ୍ ସମସ୍ୟା ସୃଷ୍ଟି କରିଥାଏ।












Click it and Unblock the Notifications