ଖାଲିପେଟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ୍‌.....

ଖାଦ୍ୟ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଆଜିକାଲିର ସମୟରେ ସଭିଏଁ ନିଜର ଫିଟନେସକୁ ଗୁରୁତ୍ବ ଦେଉଥିବା ବେଳେ ଖାଦ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଅନେକ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ, କିନ୍ତୁ ଖାଲି ପେଟରେ ସେଗୁଡ଼ିକ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ସ୍ୱାସ୍ଥ୍ୟକର ହୋଇଥିଲେ ମଧ୍ୟ ଖାଲି ପେଟରେ ଖାଇବା ଲାଭ ଅପେକ୍ଷା ଅଧିକ କ୍ଷତି ପହଞ୍ଚାଇଥାଏ। କଫି, କମଳା ଜାତୀୟ ଫଳ, ଟମାଟୋ, ଦହି ଏବଂ ମସଲାଯୁକ୍ତ ଖାଦ୍ୟ ଶରୀର ପାଇଁ ଆବଶ୍ୟକ। ମାତ୍ର ଏହାକୁ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ:

କଫି -ଖାଲି ପେଟରେ କଫି ପିଇବା ଦ୍ୱାରା ପାକସ୍ଥଳୀରେ ଏସିଡ୍ ଉତ୍ପାଦନ ହୋଇଥାଏ। ଏହା ଦ୍ବାରା ଏସିଡିଟି ଓ ଅନ୍ୟାନ୍ୟ ପେଟ ଗୋଳମାଳ ସମସ୍ୟା ସୃଷ୍ଟି ହୋଇପାରେ। ନିୟମିତ ଏଭଳି କରିବା ଦ୍ବାରା ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି କରିଥାଏ। ଏହା ଆପଣଙ୍କୁ ଅସ୍ୱସ୍ତି ଅନୁଭବ କରାଇପାରେ।

କମଳା ଓ ଅନ୍ୟାନ୍ୟ ଖଟା ଫଳ- କମଳା ଓ ଅନ୍ୟାନ୍ୟ ସାଇଟ୍ରସ ଜାତୀୟ ଫଳ ଖାଲି ପେଟରେ ଖାଇଲେ ପେଟରେ ଜଳାପୋଡ଼ା ଓ ଗ୍ୟାସ୍ ହୋଇପାରେ। କମଳା କିମ୍ବା ଲେମ୍ବୁ ଜାତୀୟ ଫଳରେ ଥିବା ସାଇଟ୍ରିକ୍ ଏସିଡ୍ ରହିଥାଏ। ଏହାର ଏସିଡିକ୍ ଗୁଣ ପାକସ୍ଥଳୀର ପାଚନ ସମସ୍ୟାକୁ ପ୍ରଭାବିତ କରେ।

fruits

ଟମାଟୋ - ଟମାଟୋରେ ଥିବା ଟାନିନ୍ ଏସିଡ୍ ପାଇଁ ଏହାକୁ ଖାଲି ପେଟରେ ଖାଇଲେ ପେଟ ଫୁଲିବା ଓ ଅସୁବିଧା ହୋଇପାରେ। ତେଣୁ ଖାଲି ପେଟରେ ଟମାଟୋ ଆଭଏଡ କରିବା ଉଚିତ।

ଦହି- ଦହି ଏକ ବଢିଆ ଖାଦ୍ୟ। ଏହା ହଜମ କ୍ରିୟାରେ ସାହାଯ୍ୟ କରୁଥିବା ବେଳେ ଏହା ପ୍ରୋବାୟୋଟିକ୍ ଗୁଣରେ ସମୃଦ୍ଧ। ତେବେ ଖାଲି ପେଟରେ ଦହି ଖାଇଲେ ଏହାର ପ୍ରୋବାୟୋଟିକ୍ ଗୁଣ ନଷ୍ଟ ହୋଇଯାଏ। ଖାଲିପେଟ ରହିଥିବା ବେଳେ ପେଟରେ ଏସିଡର ସ୍ତର ଅଧିକ ଥାଏ। ତେଣୁ ଖାଲି ପେଟରେ ଦହି ଖାଇବା ଦ୍ବାରା କୌଣସି ପ୍ରକାରର ଫାଇଦା ମିଳି ନ ଥାଏ।

କଦଳୀ - ଖାଲି ପେଟରେ କଦଳୀ ଖାଇଲେ ରକ୍ତରେ ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ସ୍ତରରେ ଅସନ୍ତୁଳନ ହୋଇପାରେ। ଡାଇବେଟିସ ରୋଗୀଙ୍କ ଶରୀରରେ ରକ୍ତ ଶର୍କରା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ। ସେହିପରି ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ସ୍ତରରେ ଅସନ୍ତୁଳିତ ହେଲେ ଏହା ହୃଦୟ ପାଇଁ କ୍ଷତିକାରକ ହୋଇପାରେ।

ମସଲାଯୁକ୍ତ ଖାଦ୍ୟ- ମସଲାଯୁକ୍ତ ଖାଦ୍ୟ ଶରୀର ପାଇଁ ଏତେଟା ଲାଭଦାୟକ ହୋଇନଥାଏ। ତେବେ ଖାଲି ପେଟରେ ଖାଇଲେ ଏହା ଅଧିକ କ୍ଷତି କରିଥାଏ। ପେଟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ।

ଏହି ଖାଦ୍ୟ ସବୁ ଖାଇବା ପୂର୍ବରୁ ଅଳ୍ପ କିଛି ଖାଦ୍ୟ ଗ୍ରହଣ କରିବା ଉଚିତ। ଏହା ପେଟକୁ ସୁରକ୍ଷା ଦେଇ ଏସିଡର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ସକାଳୁ ଉଠି ପ୍ରଥମେ ଗୋଟିଏ ଗ୍ଲାସ୍ ପାଣି ପିଇବା ମଧ୍ୟ ଉପକାରୀ ହୋଇଥାଏ। ଏହି ଖାଦ୍ୟଗୁଡ଼ିକ ସ୍ୱାସ୍ଥ୍ୟକର ହେଲେ ମଧ୍ୟ ସଠିକ୍ ସମୟରେ ଖାଇବା ଜରୁରୀ। ଖାଲି ପେଟରେ ଏହାକୁ ଏଡ଼ାଇବା ଦ୍ୱାରା ପେଟ ଅସୁବିଧାରୁ ନିଜକୁ ରକ୍ଷା କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+