ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏହି ସମସ୍ତ ଖାଦ୍ୟ
ଚା ବା କଫି: ରାତ୍ରୀରେ ଶୋଇବା ପୂର୍ବରୁ ଚା କିମ୍ବା କଫି ପିଅନ୍ତୁ ନାହିଁ । ନିଦ ନ ହେବାର ଏହା ଏକ ମୁଖ୍ୟ କାରଣ । ଅନେକ ଲୋକ ରାତିରେ କଫି, ଚା ପିଇବା ପସନ୍ଦ କରନ୍ତି ଯାହା ପ୍ରଭାବ ଶୀରରେ ପ୍ରାୟ ୬ ଘଣ୍ଟା ଯାକେ ରହିଥାଏ

ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ସହ ସଠିକ୍ ସମୟରେ ଶୋଇବା ଏବଂ ନିଦ ମଧ୍ୟ ଜରୁରୀ । ନିରାମୟ ଜୀବନ , ଶାରୀରକ, ମାନସିକ ସୁସ୍ଥତା ପାଇଁ ଆବଶ୍ୟକ ନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ବିଶେଷଜ୍ଞ ମାନେ ଦିନକୁ ୮ରୁ ୯ ଘଣ୍ଟା ଶୋଇବା ପାଇଁ କହିଥାନ୍ତି । ହେଲେ ଆଜିକା ତାରିଖରେ ଅନେକ ଲୋକଙ୍କୁ ଠିକ୍ ସେ ନିଦ ହେଉ ନାହିଁ ଯେଉଁଥି ପାଇଁ ଅନେକ ସମସ୍ୟାର ସମ୍ମଖୀନ ହେବା ପାଇଁ ପଡୁଛି । ଠିକ୍ ସେ ନିଦ ନ ହେବା କାରଣରୁ ସ୍ୱାସ୍ଥ୍ୟ ମଧ୍ୟ ବାରମ୍ବାର ଖରାପ ହେଉଛି ।
ତେବେ ବେଳେ ବେଳେ ଖାଦ୍ୟ ପାଇଁ ମଧ୍ୟ ଆମକୁ ରାତିରେ ଠିକ୍ ଭାବେ ନିଦ ହୋଇ ନଥାଏ । ଚାଲନ୍ତୁ ଦେଖିବା କେଉଁ କେଉଁ ଖାଦ୍ୟ ରାତ୍ରୀରେ ନଦ୍ରା ନହେବାର କାରଣ ସାଜିଥାଏ ।
- ଚା ବା କଫି: ରାତ୍ରୀରେ ଶୋଇବା ପୂର୍ବରୁ ଚା କିମ୍ବା କଫି ପିଅନ୍ତୁ ନାହିଁ । ନିଦ ନ ହେବାର ଏହା ଏକ ମୁଖ୍ୟ କାରଣ । ଅନେକ ଲୋକ ରାତିରେ କଫି, ଚା ପିଇବା ପସନ୍ଦ କରନ୍ତି ଯାହା ପ୍ରଭାବ ଶୀରରରେ ପ୍ରାୟ ୬ ଘଣ୍ଟା ଯାକେ ରହିଥାଏ । ଏପରିକି ଏନର୍ଜି ଡ୍ରିଙ୍କସ୍ ମଧ୍ୟ ରାତିରେ ପିଇବା ଅନୁଚିଚ ।
- ଫାଷ୍ଟଫୁଡ: ଆଜିକା ତାରିଖରେ ସମସ୍ତଙ୍କ ପ୍ରଥମ ପସନ୍ଦ ଫାଷ୍ଟଫୁଡ ଖାଦ୍ୟ । ହେଲେ ଏହା ଆମ ଶରୀର ପାଇଁ କ୍ଷତିକାରକ । ସବୁଠୁ ଅଧିକ ଏହାର ପ୍ରଭାବ ରାତିରେ ପଡିଥାଏ । ଶୋଇବା ପୂର୍ବରୁ ଏହି ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ନିଦ ମଧ୍ୟ ଠିକସେ ହୋଇ ନଥାଏ ।
- ମିଠା: ଶୋଇବା ପୂର୍ବରୁ କୌଣସି ପ୍ରକାର ମିଠାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହାର କୁପ୍ରଭାବ ଆପଣଙ୍କ ଦାନ୍ତରେ ମଧ୍ୟ ପଡିଥାଏ । ସେହିପରି ଏହା ଶରୀରରେ ସୁଗାର ଲେବଲ୍ ମଧ୍ୟ ବଢାଇ ଦେଇଥାଏ । ନିଦ ନ ହେବାର ଏହା ମଧ୍ୟ ଏକ କାରଣ ।












Click it and Unblock the Notifications