ନିରୋଗ ସ୍ବାସ୍ଥ୍ୟ ପାଇଁ ରାତିରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ଜାଣନ୍ତୁ କଣ କଣ ?

ଏକ ସୁସ୍ଥ ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ନିହାତି ଜରୁରୀ । ଯଦି ଆମେ ଶରୀରର ଆବଶ୍ୟକତା ଅନୁଯାୟୀ ସଠିକ ପରିମାଣରେ ଖାଦ୍ୟ ନଖାଇବା ହୁଏତ ରୋଗରେ ପଡିଯିବା । ନଚେତ ବରମ୍ବାର ଅସୁସ୍ଥ ଅନୁଭବ କରିବା | ତେଣୁ ପ୍ରତିଦିନ ନିଜ ନିଜ ଖାଦ୍ୟକୁ ନେଇ ସଚେତନ ରହିବା ନିହାତି ଜରୁରୀ । କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଆମେ ଆମ ନିତ୍ୟ ନିୟମିତ ଖାଦ୍ୟ ଉପରେ ସେତେଟା ଧ୍ୟାନ ଦେଇପାରୁ ନାହୁଁ ।

health tips

ସମୟ ଅଭାବରୁ ଅଧିକାଂଶ ଲୋକ ଘର ଖାଦ୍ୟ ବଦଳରେ ବାହାର ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି । କିନ୍ତୁ ରାତିରେ ଶୋଇବା ପୂର୍ବରୁ ଅଥବା ରାତି ଖାଦ୍ୟ ଉପରେ ଆମେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯାହାକି ଆମ ଜୀବନ ଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଆସନ୍ତୁ ସେ ବିଷୟରେ ଜାଣିରଖିବା:

ଘିଅରେ ପ୍ରସ୍ତୁତ ଜିନିଷ ହଜମ କରିବାକୁ ଏହା ବହୁତ ସମୟ ନେଇଥାଏ, ତେଣୁ ରାତିରେ ଶୋଇବା ପୂର୍ବରୁ ଘିଅରେ ତିଆରି ଜିନିଷ ଜିନିଷ ଖାଇବା ଉଚିତ୍ ନୁହେଁ । ମଇଦା ମଧ୍ୟ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ସେହିପରି ଭାତ, ସିଙ୍ଗଡା, ଛଣାଛଣି ଜିନିଷ ଖାଇବା ପରେ ତୁରନ୍ତ ଶୋଇବା ଉଚିତ ନୁହେଁ। ମୋଟାପଣ ମଧ୍ୟ ବୃଦ୍ଧି ହୋଇଥାଏ। ପାଉଁରୁଟି ଖାଇବାର ଅଭ୍ୟାସ ଥିଲେ ଧଳା ପାଉଁରୁଟି ବଦଳରେ ମାଟିଆ ପାଉଁରୁଟି ଖାଇପାରିବେ। ଅନେକ ଲୋକେ ରାତିରେ କଦଳୀ ଓ ଖିର ଖାଇଥାଆନ୍ତି। ମାତ୍ର ରାତି ପରିବର୍ତ୍ତେ ଆପଣ ଜଳଖିଆରେ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

ରାତିରେ ପାସ୍ତା ଖାଇବା ଓଜନ ବୃଦ୍ଧିର କାରଣ ହୋଇପାରେ। ଏହାବ୍ୟତୀତ ପାସ୍ତା ଖାଇଲେ ରାତିରେ ଠିକ୍ ଭାବେ ନିଦ ହୁଏ ନାହିଁ। ଚକୋଲେଟ୍ ଖାଇବାର ବି କେତେଗୁଡ଼ିଏ ଉପକାରିତା ଓ ଅପକାରିତା ରହିଛି। ଚକୋଲେଟ୍ ଏକପ୍ରକାର ବ୍ରେନ୍ ବୁଷ୍ଟର୍। ଏହା ମସ୍ତିଷ୍କକୁ ସକ୍ରିୟ ରଖେ ଏବଂ ହୃଦ୍ ଯନ୍ତ୍ରକୁ ବି କାର୍ଯ୍ୟକ୍ଷମ କରେ। କିନ୍ତୁ ଏହା ଓଜନ ବୃଦ୍ଧି ବି କରିଥାଏ। ତେଣୁ ରାତିରେ ଚକୋଲେଟ୍ ଖାଆନ୍ତୁ ନାହିଁ। ଛୋଟ ପିଲାଙ୍କର ମନପସନ୍ଦ ହେଲା ଚିପ୍ସ। କିନ୍ତୁ ଏହା ଏକ ପ୍ରକାର ପ୍ରୋସେସ୍‌ ଫୁଡ୍। ଏଥିରେ ଥିବା ସୋଡିୟମ୍ ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। ଓଜନ ବି ବଢ଼ିଥାଏ। ଏଥିରେ ପୋଷକତତ୍ୱ ଖୁବ୍ କମ୍ ପରିମାଣ ରହିଥାଏ। ରାତିରେ ଫାଷ୍ଟ ଫୁଡ୍‌ ଯଥା ବର୍ଗର, ପିଜା ଖାଇବା ଅନୁଚିତ। ଏହା ଗ୍ୟାସ୍‌ଟ୍ରିକ୍‌ ସମସ୍ୟାର କାରଣ ହୋଇଥାଏ। ଗ୍ୟାସ୍‌ ହେବା ପରେ ଛାତି ପୋଡ଼ିଥାଏ। ଲେଟ୍ ନାଇଟ୍ ମୁଭି ଦେଖିବା ସମୟରେ ଖାଉଥିବା ପପ୍ କର୍ଣ୍ଣ ବି ଆପଣଙ୍କ ଶରୀର ପାଇଁ ଘାତକ ହୋଇପାରେ। ଏଥିରେ ଥିବା ଅତ୍ୟଧିକ ଲୁଣ ଓ ବଟର ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+