ରାତିରେ ଖାଆନ୍ତୁ ନାହିଁ ଏହି ସମସ୍ତ ଫଳ, ପଡିପାରନ୍ତି ବଡ଼ ରୋଗରେ
Do not eat all these fruits at night: ସ୍ୱାସ୍ଥ୍ୟ ପାଇଁ ଫଳ ଅତ୍ୟନ୍ତ ଲାଭଦାୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିଦିନ ଫଳ ଖାଇବା ଉଚିତ, ଏହା ଶରୀରକୁ ପ୍ରଚୁର ଭିଟାମିନ୍ ଏବଂ ମିନେରାଲ୍ସ ଯୋଗାଇଥାଏ । ଫଳରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ଭରପୂର ଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ ।
ହେଲେ ଫଳ ଖାଇବା ପାଇଁ ଉପଯୁକ୍ତ ସମୟ ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଫଳ ଖାଇବା ପାଇଁ ଉପଯୁକ୍ତ ସମୟ ଜଳଖିଆ ପରେ ଏବଂ ମଧ୍ୟାହ୍ନ ଭୋଜନ ପୂର୍ବରୁ । ହେଲେ ରାତିରେ କେବେ ହେଲେ ଫଳ ଖାଇବା ଉଚିତ୍ ନୁହେଁ । କାରଣ ଏହା ପେଟରେ ଗ୍ୟାସ୍, ସମସ୍ୟାକୁ ଆହୁରି ବଢାଇ ଦେଇଥାଏ ।

ଆପଲ୍
ଆପଲ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରାୟ ପ୍ରତିଦିନ ଆପଲ ଖାଇବାକୁ ପରାମର୍ଶ ଦିଅନ୍ତି । ଏହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ହେଲେ ଏହି ଫଳକୁ କେବେ ରାତିରେ ଖାଇବା ଉଚିତ୍ ନୁହେଁ । ଏଥିରେ ପ୍ରଚୁର ଫାଇବର ଥାଏ ଏବଂ ଏହା ଗ୍ୟାସ ଏବଂ ଅମ୍ଳର ସମସ୍ୟା ସୃଷ୍ଟି କରିଥାଏ । ଏହା ବ୍ୟତୀତ ଏହି ଫିଲ ନିଦ ହେବାର ଏକ ମୁଖ୍ୟ କାରଣ ।
କଦଳୀ
କଦଳୀରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ଶକ୍ତି ଦେଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କିନ୍ତୁ ରାତିରେ କଦଳୀ ଖାଇବା ସମ୍ପୂର୍ଣ୍ଣ ନିଷେଧ । କାରଣ କଦଳୀରେ ଅଧିକ ପରିମାଣର କ୍ୟାଲୋରୀ ଥାଏ । ରାତିରେ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ ଏବଂ ଶୋଇବାରେ ଅସୁବିଧା ହୋଇଥାଏ ।
କମଳା
କମଳାରେ ଭିଟାମିନ୍ ସି'ଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ସେହିପରି କମଳା ଖାଇବା ଦ୍ୱାରା ତ୍ୱତାରେ ଚମକ ଆସିଥାଏ । କିନ୍ତୁ ଶୋଇବା ପୂର୍ବରୁ ଏହି ଫଳକୁ ଖାଆନ୍ତୁ ନାହିଁ । କାରଣ କମଳା ଏସିଡିଟି ବଢାଇଥାଏ ଏବଂ ଛାତିରେ ଜଳା ପୋଡା ଅନୁଭବ ହୋଇଥାଏ ।
ପଜୁଳି
ପିଜୁଳି ମଧ୍ୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ହେଲେ ଏହାକୁ ରାତିରେ ଖାଇବା ଉଚିତ୍ ନୁହେଁ । ଏହି ଫଳ ହଜମ କରିବା କଷ୍ଟକର ।
ଡାଳିମ୍ବ
ରାତିରେ ଡାଳିମ୍ବ ଖାଆନ୍ତୁ ନାହିଁ । କାରଣ ଏହା ମଧ୍ୟ କମଳା ପରି ଏସିଡିଟି ବଢାଇଥାଏ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ବାନ୍ତି ହେବାର ଏହା ମୁଖ୍ୟ କାରଣ । ମୋଟା ମୋଟି ଭାବେ କହିବାକୁ ଗଲେ ରାତିରେ ଫଳ ଖାଇବା ଉଚିତ୍ ନୁହେଁ ।












Click it and Unblock the Notifications