Get Updates
Get notified of breaking news, exclusive insights, and must-see stories!

Diwali 2025: କଣ ରହିଛି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ନିର୍ଦେଶାବଳୀ ?

ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହି ସମୟରେ ବିଶେଷ କରି ସବୁଜ ବାଣ ସହିତ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ସମସ୍ତେ ଉତ୍ସବ ପାଳନ କରିଥାନ୍ତି । ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଉତ୍ସବ ପାଳନ କରାଯାଇଥାଏ । ତେବେ ଦୀପାବଳିରେ ବାଣ ଫୁଟାଇବା ସମୟରେ ହାର୍ଟ ରୋଗୀଙ୍କୁ ସତର୍କ କରାଇଛନ୍ତି ହୃଦରୋଗ ଡାକ୍ତର । ଏହି ସମୟରେ କିପରି ନିଜକୁ ସୁରକ୍ଷିତ ରଖିବେ ସେନେଇ ଦେଇଛନ୍ତି ପରାମର୍ଶ ।

ଆଲୋକର ପର୍ବ ଦୀପାବଳି। ତେବେ ବାଣ ଫୁଟାଇବା ଲାଗି ୨ ଘଣ୍ଟା ସମୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାକୁ ସୀମିତ ରଖିବା ଓ ବେରିୟମଯୁକ୍ତ ବାଣ ତଥା ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ନ ଫୁଟାଇବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦେଶାବଳୀ ସହ ପୂର୍ବରୁ କଟକଣା ଜାରି କରାଯାଇଛି। ବାଣରୁ ସୃଷ୍ଟ ଶବ୍ଦ ୧୨୫ ଡେସିବଲ ମଧ୍ୟରେ ରହିଥିବା ଦରକାର। ବାଣ ଫୁଟାଇବା ବେଳେ ଅଘଟଣ ଆଶଙ୍କା ରହିଥିବାରୁ ଏଥିପ୍ରତି ଯତ୍ନବାନ ଓ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Diwali

ସୁପ୍ରିମକୋର୍ଟ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିବାରୁ ପ୍ରଚଣ୍ଡ ଶବ୍ଦ-ସୃଷ୍ଟିକାରୀ ବାଣର ଉତ୍ପାଦନ ଏବଂ ବିକ୍ରିକୁ ମଧ୍ୟ ନିଷେଧ କରିଛନ୍ତି। ତେବେ ବଗିଚା, ପାର୍କ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ, ମନ୍ଦିର ପାଖରେ ବାଣ ନ ଫୁଟାଇବାକୁ ନିର୍ଦେଶ ଦିଆଯାଇଛି। ପଶୁପକ୍ଷୀଙ୍କ ପାଖରେ ବାଣ ଫୁଟାନ୍ତୁ ନାହିଁ। ବୃଦ୍ଧ ଓ ରୋଗୀ ବାଣ ଧୂଆଁରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଚାଳ ଘର, ଦୋକାନ, ଅଗ୍ନିପ୍ରବଣ ସ୍ଥାନ, ରାସ୍ତା ଏବଂ ବ୍ୟସ୍ତବହୁଳ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ସୂୂତା କପଡ଼ା ପିନ୍ଧିବା ଓ ନିକଟରେ ପାଣି ବାଲ୍‌ତି ରଖିବା ଭଳି ଏକାଧିକ ପରାମର୍ଶ ଦିଆଯାଇଛି। ବାଣକୁ ହାତରେ ନ ଜଳାଇ ଭୂମିରେ ରଖି ଜଳାଇବା ଓ ଉପଯୁକ୍ତ ଦୂରତାରେ ଛିଡ଼ା ହୋଇ ବାଣ ଫୁଟାଇବେ। ଅଫୁଟା ବାଣ ନିକଟକୁ ଯାଇ ପୁଣିଥରେ ଜଳାଇବାର ଚେଷ୍ଟା ନ କରିବାକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

କଣ ରହିଛି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ନିର୍ଦେଶାବଳୀ:-
୧) ଦୀପାବଳିରେ କେବଳ ଦୀପ ଜଳାଇ ଉତ୍ସବ ମନାନ୍ତୁ, ସନ୍ଧ୍ୟା ୭ ଟାରୁ ରାତି ୯ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ନିର୍ଦ୍ଦେଶ ।
୨) ଅଧିକ ମାତ୍ରାରେ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦିଆଯିବ ନାହିଁ ।
୩) ଯେ କୌଣସି ବାଣ ୧୨୫ ଟିବିରୁ ଅଧିକ ଶବ୍ଦ ନକରିବାକୁ ପରାମର୍ଶ ଦେଇଛନ୍ତି ।
୪) ବିଶେଷ ଭାବରେ ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ଭିତରେ ବାଣ ଫୁଟାଇବା ଆବଶ୍ୟକ । କେବଳ ସବୁଜ ବାଣ ଖୋଲା ସ୍ଥାନରେ ଫୁଟାଇବାକୁ ଅନୁମତି ଦିଆଯାଇଛି । ସେହିପରି ଦୋକାନ, ଅଗ୍ନି ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।
୫) ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ବାରଣ ।
୬) ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ କଟନ ବା ସୂତା କପଡା ପରିଧାନ କରିବା ଆବଶ୍ୟକ ।
୭) ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାର ସଂପୂର୍ଣ ନିଷେଧ କରାଯାଇଛି ।
୮) ଏହି ସମସ୍ତ ନିର୍ଦ୍ଦେଶାବଳୀକୁ ଖିଲାପ କଲେ 2000 ଟଙ୍କା ଆକାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
୯) ବାଣ ଫୁଟାଇବା ସମୟରେ ନିକଟରେ ପାଣି କିମ୍ବା ବାଲି ରଖିନ୍ତୁ ।
୧୦) ବାଣକୁ ହାତରେ ଧରି ଜଳାନ୍ତୁ ନାହିଁ, ଭୂମିରେ ରଖି ଜଳାନ୍ତୁ ବା ବାଣ ଫୁଟାନ୍ତୁ।
୧୧) ବାଣ ଫୁଟିବା ସମୟରେ ସୁରକ୍ଷିତ ଦୂରତାକୁ ଯାଆନ୍ତୁ ।
୧୨) ପ୍ରଥମ ଚେଷ୍ଟାରେ ଫୁଟିନଥିବା ବାଣକୁ ପୁଣିଥରେ ଜଳାଇବାକୁ ଚେଷ୍ଟା କରନ୍ତୁ ନାହିଁ ।
୧୩) ବ୍ୟବହୃତ ବାଣ ଓ ତାହାର ଅବଶିଷ୍ଟକୁ ସୁରକ୍ଷିତ ଭାବରେ ନିଷ୍କାସନ କରନ୍ତୁ, ଯାହାଦ୍ୱାରା ଅବଶିଷ୍ଟ ଅଗ୍ନିକାଣ୍ଡରୁ ବଞ୍ଚି ଯାଇପାରିବ ।
୧୪) ପଶୁପକ୍ଷୀଙ୍କୁ ବାଣର ଧୂଆଁରୁ ଓ ଶବ୍ଦରୁ ସୁରକ୍ଷା କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+