Get Updates
Get notified of breaking news, exclusive insights, and must-see stories!

ବାଣ ଫୁଟାଇବା ସମୟରେ ରୁହନ୍ତୁ ସତର୍କ, ବୃଦ୍ଧି ପାଇପାରେ ଆଲର୍ଜି ଜନିତ ସମସ୍ୟା

ବାଣ ଫୁଟାଇବା ସମୟରେ ରୁହନ୍ତୁ ସତର୍କ

ଭୁବନେଶ୍ୱର: ଆଜି ଦୀପାବଳି । ଆଜି ବାଣ ନ ଫୁଟାଇବା ପାଇଁ ବା କମ୍ ପରିମାଣରେ ବାଣ ଫୁଟାଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି କାରଣ ଏହା ବାୟୁ ପ୍ରଦୂଷଣର ଏକ ମୁଖ୍ୟ କାରଣ । ଏହା ସତ୍ୱେ ଅନେକ ଲୋକ ବାଣ ଫୁଟାଇବା ଆରମ୍ଭ କରିଦେଇଛନ୍ତି । ଏହି କାରଣରୁ AQI ସ୍ତର ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଯଦି ଏପରି ଘଟେ, ତେବେ ଶ୍ୱାସ ବା ଏଲର୍ଜି ଜନିତ ସମସ୍ୟା ଅଧିକ ବଢିବାର ସମ୍ଭାବନ ମଧ୍ୟ ରହିଛି ।

 diwali 2022

ଆଲର୍ଜି ସମସ୍ୟା ବୃଦ୍ଧି ପାଇପାରେ
ପ୍ରଦୂଷଣ ଆଲର୍ଜି ସୃଷ୍ଟି କରେ । ଚର୍ମ ରୋଗ, ଲାଲ୍ ଦାଗ ଏବଂ ପିମ୍ପଲ୍ ହେବାର ଆଶଙ୍କ ରହିଛି । କିଛି ଲୋକଙ୍କ ଚର୍ମ ବହୁତ ସମ୍ବେଦନଶୀଳ ହୋଇଥାଏ । ଯେଉଁ କାରଣରୁ ପାଗ ବା ପରିବେଶରେ କୌଣସି ପରିବର୍ତ୍ତନ ହେଲେ ଚର୍ମରେ କୁଣ୍ଡେଇ ହେବା, ଜଳିବା ଏବଂ ଶୁଷ୍କତା ଭଳି ସମସ୍ୟା ଦେଖାଦିଏ । ଧୂଆଁ ମଧ୍ୟ ଏହିପରି ଏକ ସମ୍ବେଦନଶୀଳ ଜିନିଷ। ଏଥିରେ ଥିବା କାର୍ବନ କଣିକା ବାୟୁରେ ଅମ୍ଳଜାନର ସ୍ତରକୁ ହ୍ରାସ କରିଥାଏ । ଆଲର୍ଜି ପାଇଁ ଅନେକ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ, କାଶ ଏବଂ ଛିଙ୍କ ଭଳି ସମସ୍ୟା ବୃଦ୍ଧି ପାଇଥାଏ ।

ବାଣ ଫୁଟାଇବା ସମୟରେ ରୁହନ୍ତୁ ସତର୍କ
ଦୀପାବଳିରେ ଲୋକମାନେ ବାଣ ଫୁଟାଇବାରେ ଅସାବଧାନତା ଅବଲମ୍ବନ କରନ୍ତି । ବାଣ ଫୁଟାଇବା ସମୟରେ ଘରର ଛୋଟ ପିଲାଙ୍କୁ ଏକା ଛାଡନ୍ତୁ ନାହିଁ । ବାଣ ଫୁଟାଇବା ସମୟରେ ଚଷମା ବ୍ୟବହାର କରନ୍ତୁ । ଖୋଲା ସ୍ଥାନରେ ବାଣ ଫୁଟାନ୍ତୁ । ହାତରେ ଧରି ବାଣ ଫୁଟାନ୍ତୁ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+