ସାବଧାନ!! ଘରେ ଅଗରବତୀ ଲଗାଉଛନ୍ତି କି ?

ଭାରତୀୟ ପରିବାରେ ପ୍ରତିଦିନ ପୂଜାପାଠ ସମୟରେ ଧୂପକାଠି ବା ଅଗରବତୀ ଜଳାଇବା ଦେଖାଯାଇଥାଏ । ଇଶ୍ବରଙ୍କୁ ସମ୍ମାନ ଏବଂ ପୂଜା ଅର୍ଚ୍ଚନା ପାଇଁ ସକାଳ ଏବଂ ସନ୍ଧ୍ୟାରେ ଅଗରବତୀ ଲଗାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭକ୍ତି ଏବଂ ଭାବନା ଦ୍ବାରା ଲାଗାଯାଉଥିବା ଏହି ଅଗରବତୀ ବିଭିନ୍ନ ପ୍ରକାର ରୋଗ କାରଣ ହୋଇଥାଏ । ଆସନ୍ତୁ ଜାଣିବା ଅଗରବତୀ ଦ୍ବାରା ପାଲଟିଥାଏ କେଉଁ ରୋଗର କାରଣ ...

କଫ :
ଅଗରବତୀର ଧୂଆଁରୁ ଅଧିକ ମାତ୍ରାର କାର୍ବୋନୋଅକ୍ସସାଇଡ଼ ବାହାରିଥାଏ । ଏହି ଧୂଆଁରେ ନିଶ୍ବାସ ନେବା ଦ୍ବାରା କାଶ , ଛିଙ୍କ ସମସା ଉପଜୁବା ସହ ଛାତିରେ କଫ ଜମା ହୋଇଥାଏ । ଏଥିଯୋଗୁଁ ନିଶ୍ବାସ ଜନିତ ରୋଗର ସମସ୍ୟା ଉପୁଜିଥାଏ ।

aggarbatti

ଶ୍ବାସରୋଗ :
ପୂର୍ବରୁ ପ୍ରମାଣିତ ହୋଇସାରିଛି କି ଅଗରବତୀର ଧୂଆଁ ଧୂମପାନ ଧୂଆଁ ଠାରୁ ମଧ୍ୟ ଅଧିକ ହାନିକାରକ ହୋଇଥାଏ । ଏହି ଧୂଆଁଙ୍କୁ ନିଶ୍ବାସରେ ନେବା ଦ୍ବାରା ଏଥିରେ ଉପସ୍ଥିତ ନାଇଟ୍ରୋଜେନ୍ ଏବଂ ସଲଫର୍ ଡ଼ାଏଅକ୍ସସାଇଡ୍ ଶରୀରରେ ପ୍ରବେଶ କରି ଶ୍ବାସ ଏବଂ ସିଓପିଡି ଆଦି ରୋଗ ହୋଇଥାଏ ।

ତ୍ବଚା ଏବଂ ଆଖି :
ଅଗରବତୀର ଧୂଆଁ ରେ ଉପସ୍ଥିତ କେମିକାଲ୍ ଆଖି ଜଳାଇବା ସହ ତ୍ବଚା ସଂକ୍ରମଣ ଆଦି ସମସ୍ୟା ଦେଖାଯାଇଥାଏ । ଏହା ଛଡ଼ା ଧୂଆଁ କାରଣରୁ ମସ୍ତିଷ୍କର କୋଷିକା ଗୁଡ଼ିକରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ମୁଣ୍ଡବିନ୍ଧା , ମାଇଗ୍ରେନ୍ ଆଦି ସମସ୍ୟା ଦେଖାଯାଇଥାଏ । ବାରମ୍ବାର ଏହି ଧୂଆଁ ଶରୀର ମଧ୍ୟକୁ ପ୍ରବେଶ କରୁଥିବାରୁ ହୃଦଜନିତ ସମସ୍ୟା ଆଦିର ସାମ୍ନା କରିବାକୁ ପଡ଼ିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+