ଡାଇବେଟିସ ରୋଗୀ ଗୁଡ ଖାଉଥିଲେ ଜାଣି ରଖନ୍ତୁ ଏହି ସବୁ କଥା, ନଚେତ୍ ....

ବର୍ତ୍ତମାନ ଘରେ ଘରେ ଡାଇବେଟିସ ରୋଗୀ । ବୟସ୍କଙ୍କଠାରୁ ଆରମ୍ଭ କରି କମ୍ ବୟସର ଯୁବଗୋଷ୍ଠୀଙ୍କୁ ମଧ୍ୟ ଗ୍ରାସ କରୁଛି ଏହି ରୋଗ। ପୂର୍ବରୁ ଟାଇପ୍ ୨ ମଧୁମେହ କେବଳ ୪୦ ବର୍ଷରୁ ଅଧିକ ବୟସ୍କ ଲୋକ ଆକ୍ରାନ୍ତ ହେଉଥିଲେ । ହେଲେ ଆଜିକାଲି ଏହି ରୋଗ ୨୦ ରୁ୩୦ ବର୍ଷ ବୟସ୍କ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ତେବେ ଅସ୍ବାସ୍ଥ୍ୟକର ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ ଏବଂ ବ୍ୟାୟାମର ନକରିବା ଏହି ରୋଗ ହେବାର କାରଣ ।

jaggery

ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଭାବେ ଖାଦ୍ୟପେୟଠାରୁ ଆରମ୍ଭ କରି ଜୀବନଶୈଳୀରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହି ରୋଗର ରୋଗୀଙ୍କ ପାଇଁ, ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ମଧୁମେହ ରୋଗୀଙ୍କ ଶରୀରରେ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ପାଏ, ତେବେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାଧାରଣତଃ ମଧୁମେହ ରୋଗୀଙ୍କୁ ସାଧାରଣତଃ ଚିନି ଖାଇବାକୁ ବାରଣ କରାଯାଇଥିବାରୁ ସେମାନେ ଗୁଡ ଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା ମଧୁମେହ ରୋଗୀ ଗୁଡ ଖାଇବା କେତେ ସୁରକ୍ଷିତ।

ଗୁଡ଼ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ । କିନ୍ତୁ ମଧୁମେହ ରୋଗୀ ଏହାକୁ ସେବନ କରିବା ଭଲ ନୁହେଁ। ଗୁଡ଼ ଏବଂ ଚିନି ଉଭୟ ଆଖୁ ରସରୁ ତିଆରି ହୁଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଗୁଡ଼ ଖାଇବା ନିରାପଦ ନୁହେଁ। ଗୁଡ଼ ଖାଇବା ଦ୍ୱାରା ମଧ୍ୟ ଶର୍କରା ସ୍ତର ବୃଦ୍ଧି ପାଏ। ଯଦି ଆପଣଙ୍କର ମଧୁମେହ ପୀଡିତ ଓ ମିଠା ଖାଇବାକୁ ଇଚ୍ଛା ହୁଏ ତେବେ ଗୁଡ ବଦଳରେ ଏବଂ କନ୍ଦମୂଳ ଖାଇପାରିବେ। ତଥାପି, ମଧୁମେହ ରୋଗୀ ଏହାକୁ ଅତ୍ୟଧିକ ଖାଇବା ଭଲ ନୁହେଁ। ଗୁଡ଼କୁ ଚିନି ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ । ଏଥିରେ ଭିଟାମିନ ଓ ଖଣିଜ ସାର ଭଳି ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ରହିଥାଏ । ଗୁଡରେ ଆଇରନ, କ୍ୟାଲସିୟମ, ପୋଟାସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚିନିରେ ନଥାଏ । ଚିନି ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବାରୁ ଗୁଡ ଏହାର ଏକ ସ୍ବାସ୍ଥ୍ୟକର ବିକଳ୍ପ । ଗୁଡ଼ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ। ଏହା ପେଟ ଗ୍ୟାସ୍, ଫୁଲିବା ଏବଂ ଅନ୍ୟାନ୍ୟ ପେଟ ସମସ୍ୟାକୁ ଦୂର କରେ। ଗୁଡ଼ ଖାଇବା ଦ୍ୱାରା ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ । ଗୁଡ଼ ଖାଇବା ଦ୍ୱାରା ଶରୀରର ଶକ୍ତି ମିଳିଥାଏ। ଗୁଡ଼ରେ ପୋଟାସିୟମ ନାମକ ଆଉ ଏକ ପୋଷକ ତତ୍ତ୍ୱ ଥିବାରୁ ଏହା ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+