ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଦେଶୀ ଘିଅ, ଏସିଡ଼ିଟି ‌ଓ ଗ୍ୟାସ ସମସ୍ୟାରୁ ମିଳିବ ମୁକ୍ତି

Desi Ghee Health Benefits: ଆଜିକା ତାରିଖରେ ଲୋକେ ସୁସ୍ଥ ରହିବା ପାଇଁ ପୁରୁଣା ଏବଂ କିଛି ଘରୋଇ ଉପାୟ ଆପଣାଉଛନ୍ତି । ପ୍ରତିଦିନ ସକାଳେ ଗରମ ପାଣିରେ ଘିଅ ମିଶାଇ ପିଇବା ଦ୍ୱାରା ଅନେକ ପ୍ରକାରର ଲାଭ ମିଳିଥାଏ । ଏହା ଭାରତର ପାରମ୍ପରିକ ଚିକିତ୍ସା ପ୍ରଣାଳୀ ।

ସକାଳେ ଖାଲି ପେଟରେ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଗୋଟିଏ ଚାମଚ ଘିଅ ମିଶାଇ ପିଇବାର ଅନେକ ଲାଭ ରହିଛି । ସେହିପରି କିଛି ଲୋକ ରାତିରେ ମଧ୍ୟ ଏହାକୁ ପିଇବା ପସନ୍ଦ କରନ୍ତି । ଆୟୁର୍ବେଦ ଅନୁସାରେ, ଗରମ ପାଣିରେ ଘିଅ ମିଶାଇ ପିଇବା ଦ୍ୱାରା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

Desi Ghee Health Benefits

ଘିଅରେ ପ୍ରଚୁର ପରିମାଣର ଫ୍ୟାଟି ଏସିଡ୍ ଥାଏ। ଘିଅ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ । ଗରମ ପାଣିରେ ଘିଅ ମିଶାଇ ପିଇଲେ ପାଚନ ପାଇଁ ଏକ ଲୁବ୍ରିକେଣ୍ଟ ଭାବରେ କାର୍ଯ୍ୟ କରିଥାଏ । ଯାହା ପାଚନକ୍ରିୟା ଉତ୍ତମ କରିଥାଏ ଏବଂ ପେଟ ଜନିତ ସମସ୍ୟା ଦୂର କରିଥାଏ । ଏସିଡ଼ିଟି ‌ଓ ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ସକାଳେ ଉଠିବା ପରେ, ଗୋଟିଏ ଗ୍ଲାସ ଉଷୁମ ପାଣି ନିଅନ୍ତୁ, ସେଥିରେ ଗୋଟିଏ ଚାମଚ ଦେଶୀ ଘିଅ ମିଶାଇ ପିଅନ୍ତୁ। ଏହାକୁ ପିଇବା ଦ୍ୱାରା ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ପାଚନ ଶକ୍ତିରେ ଉନ୍ନତ ହୋଇଥାଏ । ଏହାସହ ଆପଣଙ୍କ ତ୍ୱଚାରେ ଚମକ ମଧ୍ୟ ଆସିଥାଏ ।

ଯେଉଁ ଲୋକମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ସେମାନେ ଦେଶୀ ଘିଅ ସହିତ ଉଷୁମ ପାଣି ପିଇବା ଉଚିତ ଏବଂ ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ ମଧ୍ୟ କରିଥାଏ ।

ଦେଶୀ ଘିଅ ଆଖି, ଚର୍ମ, ପେଟ ଏବଂ କେଶ ପାଇଁ ବହୁତ ଭଲ। ଦେଶୀ ଘିଅରେ ଓମେଗା-3 ଥାଏ ଯାହା ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ଆଖିର ଶୁଷ୍କତା ମଧ୍ୟ କମ କରିଥାଏ। ତେଣୁ, ଏହାକୁ ଉଷୁମ ପାଣିରେ ପିଇବା ଲାଭଦାୟକ।

ଦେଶୀ ଘିଅ ଖାଇବା ଦ୍ୱାରା ଚର୍ମ ଚମକଦାର ହୋଇଥାଏ। ଚର୍ମର ଶୁଷ୍କତାକୁ ହ୍ରାସ କରେ। ଉଷୁମ ପାଣିରେ ଘିଅ ମିଶାଇ ପିଇବା ଦ୍ୱାରା ଅନ୍ତନଳୀ ଭିତରୁ ସଫା ହୋଇଯାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ଶରୀର ଭିତରୁ ବାରି ଆସିଥାଏ ।

ପ୍ରତିଦିନ ଖାଲି ପେଟରେ ଉଷୁମ ପାଣିରେ ଘିଅ ମିଶାଇ ପିଇବା ଦ୍ଵାରା ଶୀତଦିନେ ଥଣ୍ଡା-କାଶ ସମସ୍ୟାରୁ ମୁକ୍ତି ମିଳିଥାଏ। ନାକ, ଗଳା ଏବଂ ଛାତିରେ ସଂକ୍ରମଣ ଦୂର କରେ। ଏହା ବ୍ୟତୀତ, ଏହା ଶରୀରକୁ ଗରମ ରଖିବାରେ ମଧ୍ୟ ସାହାଯ୍ୟ କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+