Health Tips: ଏହି ଭିଟାମିନ କମ ହେଲେ ବଢ଼ିଥାଏ ଓଜନ
ଓଜନ ବଢ଼ିବା ଆଜିକାଲି ଅତ୍ୟନ୍ତ ସାଧାରଣ ହୋଇ ଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍ ଠିକଣା ରହୁ ନଥିବାରୁ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ୍ୟାୟାମ କରି ଏବଂ ଖାଇବାରେ ନିୟନ୍ତ୍ରଣ ରଖି ମଧ୍ୟ ବେଳେ ବେଳେ ଏହି ସମସ୍ୟାର ସମାଧାନ ହୋଇ ନଥାଏ । ତେବେ ଏଭଳି ଓଜନ ବଢ଼ିବା ବା ଏତେ ଚେଷ୍ଟା କରିବା ପରେ ଓଜନ ନ କମିବାର କାରଣ ଆପଣଙ୍କ ଖାଦ୍ୟ ନୁହେଁ ବରଂ ଭିଟାମିନର ଅଭାବ ହେଉଛି ଏହାର ପ୍ରକୃତ କାରଣ ।
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ଭାରତୀୟ ମହିଳାଙ୍କ ଓଜନ ବଢ଼ିବା ଏବଂ ମଧୁମେହ ବଢ଼ିବାର ମୁଖ୍ୟ କାରଣ ହେଉଛି ଭିଟାମିନ୍ Dର ଅଭାବ । ଗବେଷଣାରୁ ପ୍ରାୟ ୬୮.୬ ପ୍ରତିଶତ ଭାରତୀୟ ମହିଳାଙ୍କ ମଧ୍ୟରେ ଭିଟାମିନ୍ Dର ଅଭାବ ରହିଥିବା ବେଳେ ୨୬ ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍ D ପରିମାଣ ଅଧିକ ଦେଖା ଯାଇଥିଲା । କେବଳ ୫.୫ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍ D ପରିମାଣ ଠିକ୍ ଥିବାର ଗବେଷଣାରୁ ଜଣା ପଡ଼ିଥିଲା ।

ମହିଳାଙ୍କ ମଧ୍ୟରେ ଭିଟାମିନ୍ Dର ପରିମାଣ କମ ଥିବାରୁ ସେମାନଙ୍କ ଓଜନ ବଢ଼ୁଥିବାର ଦେଖିବାକୁ ମିଳିଛି । ମହିଳାମାନେ ଅଧିକ ସମୟ ଘରେ ରହୁଥିବାରୁ ସେମାନଙ୍କ ଦେହରେ ଭଲ ଭାବରେ ସୂର୍ଯ୍ୟ କିରଣ ପଡ଼ି ପାରି ନଥାଏ । ଯାହା ଫଳରେ ସେମାନଙ୍କ ଶରୀରରେ ଭିଟାମିନ୍ Dର ଅଭାବ ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ମହିଳାମାନଙ୍କୁ ଭିଟାମିନ୍ D ଅଭାବକୁ ପୂରଣ କରିବା ପାଇଁ ଭିଟାମିନ୍ D ସପ୍ଲିମେଣ୍ଟସ୍ ଖାଇବା ସହ ୨ଘଣ୍ଟା ସୂର୍ଯ୍ୟକିରଣ ନେବା ବୁଲିବା ନିହାତି ଆବଶ୍ୟକ । ଅନ୍ୟ ପକ୍ଷରେ ଭିଟାମିନ୍ Dର ଅଭାବକୁ ଦୂର କରିବା ପାଇଁ ଆପଣମାନେ ଏହି ସବୁ ଖାଦ୍ୟ ମଧ୍ୟ ଖାଇ ପାରିବେ ।
୧. ଭିଟାମିନ୍ Dର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ କ୍ଷୀର, ଲହୁଣୀ, ମାଛ, ଛତୁ, କମଳା, ଅଣ୍ଡା ଏବଂ ଗାଜର ଇତ୍ୟାଦି ଖାଇବା ନିହାତି ଆବଶ୍ୟକ ।
୨. ସକାଳ ଖାଇବାରେ ଗହମ ଜାତୀୟ ଖାଦ୍ୟ ସାମିଲ କରିବା ଦରକାର । ଏପରି କଲେ ଶରୀରରେ ଭିଟାମିନ୍ Dର ଅଭାବ ହୋଇ ନଥାଏ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ











Click it and Unblock the Notifications