ଏହି ଭିଟାମିନର ଅଭାବ ଶରୀରକୁ ଦୁର୍ବଳ କରିପାରେ, ଜାଣନ୍ତୁ କିପରି କରିବେ ଏହାକୁ ଦୂର
ଶରୀରକୁ ସୁସ୍ଥ ରଖିବା ପାଇଁ ଭାଟାମିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ । ଯଦି କୌଣସି ଗୋଟିଏ ଭିଟାମିନର ଅଭାବ ଥାଏ, ତେବେ ତାହା ସମଗ୍ର ଶରୀରକୁ ପ୍ରଭାବିତ କରେ । ଏଥି ସହ ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବାକୁ ଲାଗେ ଏବଂ ଶରୀର ରୋଗର ଘର ପାଲଟି ଯାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ପାଇଁ ଭିଟାମିନ୍ ସି' ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଯାହା ଆମ ଶରୀରକୁ ରୋଗ ସହିତ ଲଢ଼ିବାର କ୍ଷମତା ଦିଏ ଏବଂ ଏହାକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ ।
ଏତି ସହ ଆପଣମାନେ ଜାଣିରଖନ୍ତୁ ଯେ ଯଦି ଶରୀରରେ ଭିଟାମିନ୍ ସି'ର ଅଭାବ ଥାଏ, ତେବେ ଆପଣ ଶୀଘ୍ର ଅସୁସ୍ଥ ହୋଇପାରନ୍ତି । ସାମନ୍ୟ ଥଣ୍ଡା ମଧ୍ୟ ଶରୀରକୁ ପ୍ରଭାବିତ କରିବା ଆରମ୍ଭ କରେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ କେଶ ମଧ୍ୟ ଝଡିବାକୁ ଲାଗିଥାଏ । ଏଥି ସହ ହାଡ ଦୁର୍ବଳ ହୋଇଯାଏ ଏବଂ ମୁହଁର ଗ୍ଲୋ ନଷ୍ଟ ହୋଇଯାଇଥାଏ । ଭାଟାମିନ୍ ସି' ଅଭାବରୁ ଦାନ୍ତ ଏବଂ ମାଢ଼ିରେ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହାର ଅର୍ଥ ହେଉଛି ଯଦି ଭିଟାମିନ୍ ସି'ର ଅଭାବ ରହିଛି, ତେବେ ସମ୍ପୂର୍ଣ୍ଣ ଶରୀର ଖୀରାପ ହେବାକୁ ଲାଗେ ।

ଭିଟାମିନ୍ ସି'ର ଅଭାବକୁ ଦୂର କରିବା ପାଇଁ, ଆପଣଙ୍କ ଖାଦ୍ୟରେ କିଛି ଖାସ୍ ଜିନିଷ ସାମିଲ କରନ୍ତୁ । ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଆପଣଙ୍କର ଭିଟାମିନ୍ ସି'ର ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରିବ । ତେବେ ଆସନ୍ତୁ ଜାଣିବା ଭିଟାମିନ୍ ସି ଭରପୂର ଖାଦ୍ୟ କ'ଣ? କେଉଁ ଜିନିଷରେ ଭିଟାମିନ୍ ସି ସବୁଠାରୁ ଅଧିକ ମିଳିଥାଏ?
୧. ଅଳାଁ : ଅଳାଁକୁ ଭିଟାମିନ୍ ସି'ର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଅଲାଁରେ ଭିଟାମିନ୍ ସି' ଭରପୂର ମାତ୍ରାରେ ଥାଏ । ତେବେ ଆପଣ ସବୁଦିନ ଅଳାଁ ଖାଇବା ଅଭ୍ୟାସ୍ କରନ୍ତୁ । ଏଥି ସହ ଆପଣ ପ୍ରତିଦିନ ଅଳାଁ ଜୁସ୍, ଅଳାଁ ପାୁଡର, ଅଳାଁ ଆଚାର କିମ୍ବା ଅଳାଁ ଚଟଣୀ ଖାଇପାରିବେ ।
୨. ପିଜୁଳି : ଅଧିକାଂଶ ଲୋକ ଭାବନ୍ତି ଯେ ଭିଟାମିନ୍ ସି' କେବଳ ଖଟା ଜିନିଷରେ ଅଧିକ ପରିମାଣରେ ମିଳିଥାଏ । କିନ୍ତୁ ତାହା ଆଦୌ ନୁହେଁ । ଫଳ ମଧ୍ୟରେ ପିଜୁଳିରେ ମଧ୍ୟ ଭରପୂର ମାତ୍ରାରେ ଭିଟାମିନ୍ ସି' ରହିଥାଏ । ଆପଣ ପ୍ରତିଦିନ ଗୋଟିଏ ପିଜୁଳି ଖାଆନ୍ତୁ, ଯାହା ଦ୍ବାରା ଆପଣଙ୍କ ଶରୀରକୁ ୨୨୮ ମିଲିଗ୍ରାମର ଭିଟାମିନ୍ ସି' ମିଳିବ । ତେବେ ଏଥିପାଇଁ ଆପଣ ନିଶ୍ଚିତ ଭାବରେ ନିଜର ଡାଏଟ୍ ପ୍ଲାନରେ ପିଜୁଳି ସାମିଲ୍ କରିପାରିବେ ।
୩. କିୱି : ଏଥି ସହ ଜାଣିରଖନ୍ତୁ ଯେ କିୱି ଫଳରେ ଭିଟାମିନ୍ ସି' ମଧ୍ୟ ଭରପୂର ମାତ୍ରାରେ ରହିଛି । ତେଣୁ ଆପଣ ପ୍ରତିଦିନ ଗୋଟି, କିୱି ଖାଆନ୍ତୁ । ଗୋଟିଏ କିୱରରେ ପ୍ରାୟ ୯୨ ମିଗ୍ରା ଭିଟାମିନ୍ ସି' ଥାଏ । ଯାହା ସାହାଯ୍ୟରେ ଆପଣ ଆପଣଙ୍କର ଦୈନନ୍ଦିନ ଆବଶ୍ୟକତାକୁ ବହୁ ପରିମାଣରେ ପୂରଣ କରିପାରିବେ ।
୪. ଅମୃତଭଣ୍ଡା : ଆପଣ ନିଶ୍ଚିତ ଭାବରେ ଜାଣିରଖନ୍ତୁ ଯେ ଯଦି ଆପଣ ପ୍ରତ୍ୟେକ ଦିନ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତି, ତେବେ ଆପଣଙ୍କ ଶରୀରରେ କୌଣସି ସମସ୍ୟା ହେବ ନାହିଁ । କାହିଁକି ନା ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ସି' ରହିଥାଏ । ଜାଣନ୍ତି କି ଗୋଟିଏ କପ୍ ଅମୃତଭଣ୍ଡା ଖାଇବା ଦ୍ବାରା ଶରୀରକୁ ୮୮ ମିଲିଗ୍ରାମ ଭିଟାମିନ୍ ସି' ମିଳିଥାଏ । ଗ୍ରୀଷ୍ମ ଋତୁରେ ଅମୃତଭଣ୍ଡା ଖାଇବା ଫଳରେ ପେଟ ଥଣ୍ଡା ରହିଥାଏ ।
୫. କମଳା ଏବଂ ଲେମ୍ବୁ : କମଳା ଏବଂ ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ୍ ସି' ରହିଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ତେବେ ଆପଣ ପ୍ରତିଦିନ ଗୋଟିଏ କମଳା ଖାଇବା ଅଭଭ୍ୟାସ କରନ୍ତୁ, ଯାହା ଶରୀରକୁ ୭୦ ମିଲିଗ୍ରାମ ଭିଟାମିନ୍ ସି' ମିଳିଥାଏ । ସେହିଭଳି ୧୦୦ ଗ୍ରାମ ଲେମ୍ବୁ ଖାଇବା ଦ୍ବାରା ଶରୀର ପ୍ରାୟ ୫୦-୬୦ ମିଲିଗ୍ରାମ ଭିଟାମିନ୍ ସି' ପାଇଥାଏ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications