Get Updates
Get notified of breaking news, exclusive insights, and must-see stories!

ମହିଳାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଖଜୁରୀ, ଦୂର ହେବ ଏହି ସମସ୍ତ ସମସ୍ୟା

Benefits oF Dates: ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ହେଲେ ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଅଧିକ ଭଲ । ଖାଲି ପେଟରେ 2ଟି ଖଜୁରି ଖାବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଫର୍ଟିଲିଟି ପାଇଁ ଏହା ଲାଭ ଦାୟକ: ଖଜୁରୀ ଖାଇବା ଦ୍ୱାରା ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ । ହରମୋନ୍ କୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ଖଜୁରୀ । ସେହିପରି ହରମୋନ୍ ସମସ୍ୟାରେ ମଧ୍ୟ ଦୂର କରିଥାଏ ।

ଗର୍ଭାବସ୍ଥାରେ ଖଜୁରୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଡାକ୍ତରମାନେ ଏହି ସମୟରେ ଖଜୁରୀ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ଏଥିରେ ଭିଟାମିନ୍ ବି ଯାହା ଅଧିକ ପରିମାଣରେ ରହିଥାଏ ।

Benefits oF Dates

ଖଜୁରୀ ପୋଷକ ତତ୍ତ୍ୱର ଭଣ୍ଡାର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି 6, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି ଏସିଡ୍ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ ।

ଖଜୁରୀରେ ଭିଟାମିନ୍ ସିଏ ଓ ଡି ଭରପୁର ପରିମାଣରେ ରହିଥାଏ । ଯାହା କେଶ ଓ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ । କେଶ ଝଡ଼ିବା ମଧ୍ୟ କମ୍ କରିଥାଏ । ଖଜୁରୀରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ପରିମାଣରେ ରହିଥାଏ। ଯାହା ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣିଥାଏ । ସେହିପରି ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ସେହିପରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+