Dark Circle: ଆଖିତଳ କଳା ପଡ଼ୁଛି କି? ଏହି ସବୁ ଉପଚାର କରି ପାଇପାରିବେ ଉପଶମ
Dark Circle: ଆଜିକାଲି ଆମେ ଆମ ଶରୀର ଓ ତ୍ୱଚାକୁ ନେଇ ବେଶ୍ ସତର୍କ ରହୁଛନ୍ତି । ମୁହଁରେ କୌଣସି ଦାଗ କିମ୍ବା ଚିହ୍ନ ହେଲେ ଅନେକ ପ୍ରକାର କ୍ରିମ୍ ଏବଂ ଲୋସନର ବ୍ୟବହାର କରୁଛନ୍ତି । ତ୍ୱଚାକୁ ସୁନ୍ଦର ଓ ନରମ କରିବାକୁ ଆମେ ବିଭିନ୍ନ ଘରୋଇ ଉପଚାର ମଧ୍ୟ ଆପଣଉଛନ୍ତି । ଏପରିକି ଅତ୍ୟଧିକ ଅସୁବିଧା ଥିଲେ ତୁରନ୍ତ ଚର୍ମଡାକ୍ତରଙ୍କ ପରାମର୍ଶ କରିବା ସହ ଉପଚାର କରୁଛନ୍ତି ।

କିନ୍ତୁ ଆଜିକାଲି ସମସ୍ତଙ୍କ ମୁହଁରେ ଅର୍ଥାତ୍ ଆଖି ତଳ କଳା ପଡ଼ିବା ଏକ ସାଧାରଣ କଥା ହୋଇଗଲାଣି । ଆମର ଦିନଚର୍ଯ୍ୟା ତଥା ଖାଦ୍ୟକୁ ନେଇ ଏହି ସବୁ ସମସ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଏହି ଡାର୍କ ସର୍କଲ କିଛି ଜଣଙ୍କ ଠାରେ ଜେନେଟିକାଲି ଦେଖା ଦେଉଥିବା ବେଳେ ଅନ୍ୟ କିଛି ଲୋକଙ୍କ ଠାରେ ଖାଦ୍ୟ ତଥା ପୁଷ୍ଟି ଅଭାବରୁ ହୋଇଥାଏ । ଏପରିକି ଏହି ରୋଗ ପାଇଁ କୌଣସି ବୟସସୀମା ନାହିଁ । ଖୁବ୍ କମ୍ ବୟସର ପୁଅଝିଅଙ୍କ ଠାରେ ବି ଏହି ସମସ୍ୟା ଦେଖିବାକୁ ମିଳୁଛି । ତେବପେ ଆଖି ତଳେ ଥିବା ଡାର୍କ ସର୍କଲ୍ କେବଳ ଚେହେରାକୁ ନଷ୍ଟ କରେ ନାହିଁ କିନ୍ତୁ ଶରୀରରେ କିଛି ପୁଷ୍ଟିର ଅଭାବକୁ ସୂଚିତ କରେ । ଏହି ସମସ୍ୟା ଚାପ ବ୍ୟତୀତ, କେତେକ ମାନସିକ କାରଣରୁ ମଧ୍ୟ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଆଖି ତଳେ ଡାର୍କ ସର୍କଲର ତିନୋଟି ମୁଖ୍ୟ କାରଣ ।
ଭିଟାମିନ୍ ଅଭାବ
କେବଳ ଆଇରନ୍ ନୁହେଁ, ଅନେକ ଭିଟାମିନ୍ ର ଅଭାବ ମଧ୍ୟ ଆଖି ତଳେ ଡାର୍କ ସର୍କଲ୍ ସୃଷ୍ଟି କରେ । ଆମ ଶରୀରରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ କେ ର ଅଭାବ ଡାର୍କ ସର୍କଲ୍ ପାଇଁ ଦାୟୀ । ଭିଟାମିନ୍ ଅଭାବ ଯୋଗୁଁ କୋଲାଜେନ୍ ମଧ୍ୟ କମିଯାଏ ଓ ରକ୍ତ ପ୍ରବାହ ମଧ୍ୟ ପ୍ରଭାବିତ ହୁଏ ।
ଆଇରନ୍ ଅଭାବ
ଶରୀରରେ ଆଇରନର ଅଭାବ ଆଖି ତଳେ ଡାର୍କ ସର୍କଲ୍ ସୃଷ୍ଟି କରିପାରେ । ଯେତେବେଳେ ଶରୀରରେ ଆଇରନ୍ ଅଭାବ ଥାଏ, ଲାଲ ରକ୍ତ କଣିକା ଗଠନ ହୁଏ ନାହିଁ । ଯେଉଁ କାରଣରୁ ସଠିକ୍ ପରିମାଣର ଅମ୍ଳଜାନ କୋଷରେ ପହଞ୍ଚେ ନାହିଁ । ଚର୍ମ କୋଷରେ ଅମ୍ଳଜାନର ଅଭାବ ଯୋଗୁଁ ଆଖି ପାଖରେ ଥିବା ଚର୍ମ କଳା ଓ ଡାର୍କ ସର୍କଲ୍ ହେବାକୁ ଲାଗେ ।
ଜଳ ଅଭାବ
ଡିହାଇଡ୍ରେସନ୍ ମଧ୍ୟ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ, ଯାହା ମଧ୍ୟରୁ ଗୋଟିଏ ଆଖି ତଳେ ଡାର୍କ ସର୍କଲ୍ ହୋଇପାରେ । ପ୍ରକୃତରେ ଜଳର ଅଭାବ ଆପଣଙ୍କ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ । ଏହି କାରଣରୁ, ଡାର୍କ ସର୍କଲଗୁଡିକ ଆଖି ତଳେ ଦେଖାଯିବା ଆରମ୍ଭ କରେ । ତେଣୁ ସଠିକ୍ ପରିମାଣର ପାଣି ପିଇବା ଜରୁରୀ ଅଟେ ।
ଏହା ବାଦ୍ ଅଧିକ ମାତ୍ରାରେ ଏହି ସମସ୍ୟା ଦେଖାଦେଲେ ବଜାରରେ ମିଳୁଥିବା ଶସ୍ତା କ୍ରିମ୍ ବ୍ୟବହାର ନ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ସହ ଏହାର ଉପତାର କରିବା ଆବଶ୍ୟକ ।












Click it and Unblock the Notifications