ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ, ପଢନ୍ତୁ କଣ କହୁଚି ଆପଣଙ୍କ ରାଶି
ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ, ପଢନ୍ତୁ କଣ କହୁଚି ଆପଣଙ୍କ ରାଶି
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....
ମେଷ: ଆପଣଙ୍କ ଖର୍ଚ୍ଚି ସ୍ଵଭାବ। ଆଜି ଆପଣ ମନ ପସନ୍ଦର କାମ କରନ୍ତୁ। ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ପରେ ଏହାକୁ ନେଇ ଦୁଃଖୀ ହେବା ସହିତ ଅସୁବିଧାରେ ପଡ଼ିବେ। ପୁରୁଣା ବନ୍ଧୁଙ୍କ ସହ ଭଲ ସମୟ ବିତାଇବେ। ଜୀବନସାଥୀଙ୍କ ଠାରୁ ଉପହାର ମିଳିବ।
ବୃଷ : ଧର୍ମ ଦିଗରେ ମନ ରହିବ। ପୂଜା ପାଠ ଆଦିରେ ଯୋଗ ଦେଇ ପାରନ୍ତି ଆଜି ଆପଣଙ୍କ ଆତ୍ମ ବିଶ୍ବାସ ଅଧିକ ରହିବ। ସକରାତ୍ମକ ଚିନ୍ତାଧାରା ବଢ଼ାନ୍ତୁ। ଯାହା ଦ୍ଵାରା ଆପଣଙ୍କ ପରିବାର ମଧ୍ୟ ଖୁସି ହେବେ। ଆଜି ଆପଣ ଅଧିକ ସମୟ ଅଫିସ୍ କାମରେ ବିତେଇବେ। ଦିନଟି ଭଲ ରେ ବୀତିବ।
ମିଥୁନ: ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ହେବ। କିନ୍ତୁ ଆପଣ ଧନ କୁ ନେଇ ଯଦି ଚିନ୍ତିତ ରହିବେ । ତେବେ ଘରର ଗୁରୁଜନଙ୍କ ଠାରୁ ଧନ ସଞ୍ଚୟ କରିବାର ଉପାୟ ପଚାରି ବୁଝନ୍ତୁ। ସହକର୍ମୀ ଏବଂ ବରିଷ୍ଠଙ୍କ ସହିତ ମିଶି ଅଫିସରେ ଭଲ କାମ କରିବେ। ସେମାନେ ସର୍ବଦା ଆପଣଙ୍କର ଭଲ ଚାହାଁନ୍ତି ବୋଲି ଆପଣ ଆଜି ସ୍ପଷ୍ଟ ହେବେ। ପିଲାମାନେ ପାଠପଢ଼ାରେ ଖୁସି ଖବର ଆଣିବେ।
କର୍କଟ: ଜୀବନସାଥୀଙ୍କ ଅବହେଳା ଆପଣଙ୍କୁ କଷ୍ଟ ଦେଇପାରେ। ଅଚାନକ ଆପଣ ଛୁଟି ନେବାର ପ୍ଲାନ୍ ବନିପାରେ। ଜୀବନସାଥୀଙ୍କ ପାଇଁ ବେଶୀ ଖର୍ଚ୍ଚ କରିବେ । କିନ୍ତୁ ଆପଣଙ୍କୁ ଖୁସି ମିଳିବ ନାହିଁ। ଅଶାନ୍ତି ଭିତରେ ଦିନଟି ଅତିବାହିତ ହେବ। ମାନସିକ ଦୁଶ୍ଚିନ୍ତାରେ ରହିବେ। ଏହା କାର୍ଯ୍ୟକୁ ପ୍ରଭାବିତ କରିବ।
ସିଂହ : ଆଜି ଆପଣଙ୍କୁ ଭୂମି, ସାଂସ୍କୃତିକ ପରିଯୋଜନାରେ ଧ୍ୟାନ ଦିଅନ୍ତୁ। କାମ ଭିତରେ ବି ଭଲ ସମୟ କରନ୍ତୁ। ବୈବାହିକ ଜୀବନ ଖୁବ୍ ଭଲ ରହିବ। ପତ୍ନୀଙ୍କ ସହିତ ଦୂର ସ୍ଥାନ ବୁଲି ଯିବା ପାଇଁ ଚେଷ୍ଟା କରନ୍ତୁ। ସେଠାରେ କିଛି ବିଶେଷ ମୁହୂର୍ତ୍ତ ପରସ୍ପର ସହିତ ବିତାନ୍ତୁ।
କନ୍ୟା: ଦିନଟିକୁ ଧର୍ମ କାର୍ଯ୍ୟରେ ବିତାଇବେ । ଆୟ ଅବ୍ୟାହତ ରହିବ । ନୂଆ ବସ୍ତ୍ର କିଣିବାର ଯୋଗ ରହିଛି। ବନ୍ଧୁମିଳନ ଓ ସୁସ୍ୱାଦୁ ଭୋଜନ ହୋଇପାରେ । ଖୁବ୍ ଖୁସିରେ ଦିନଟି କଟିବ।

ତୁଳା: ମନ ଖୁସି ରହିବ । ତୀର୍ଥ ଯାତ୍ରାର ଯୋଗ ରହିଛି । ଆୟ ହିସାବରେ ବ୍ୟୟ ଅଧିକ ହେବ । ଅବସର ସମୟର ସଦୁପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ । ଦିନଟି ଭଲରେ ବିତିବ।
ବିଛା: ଶରୀର ସୁସ୍ଥ ରହିବ, କିନ୍ତୁ ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଆୟ ଭଲ ହେବ । କିନ୍ତୁ କାର୍ଯ୍ୟକୁ ନେଇ ଚିନ୍ତରେ ରହିବେ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ । ଏହାକୁ ନେଇ ଚିନ୍ତା ଲାଗି ରହିବ । ପରିବାର ରେ ମଧ୍ୟ ଅଶାନ୍ତି ରହିବ।
ଧନୁ: ଆଜି ଆପଣ ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରହିବେ। ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧାରେ ଦିନଟି ବିତିବ । ମନୋରଞ୍ଜନ ପାଇଁ ସମୟ ପାଇବେ । ସମୟର ଠିକରେ ବ୍ୟବହାର କରନ୍ତୁ।
ମକର: ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବା ଯୋଗୁଁ ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ। ବୁଲିବା ପାଇଁ ଯାଇ ପାରନ୍ତି।
କୁମ୍ଭ: ବୁଝି ବିଚାରି କାମ କରିବେ । ପୂର୍ବରୁ ଲାଗି ରହିଥିବା ବିବାଦ କମ ହେବ। ଆବଶ୍ୟକ ପଡିଲେ ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ପରିବାର ସହିତ ସମୟ ବିତିବ । ପିଲାଙ୍କ ସଫଳତା ଖୁସି ଆଣିଦେବ। ଗୁରୁଜନ ମାନେ ଅଧିକ ଖୁସି ହେବେ । ପିଲାଙ୍କୁ ଭଲ ସଂସ୍କାର ଦେବେ।
ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବଢିବ । ଦୂରଯାତ୍ରା କରନ୍ତୁ ,ଲାଭଦାୟକ ହେବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟିହୋଇପାରେ । ତେଣୁ ଧ୍ୟାନ ରଖି ଆପଣଙ୍କ ପତ୍ନୀଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଛାତ୍ରଛାତ୍ରୀ ଅସଫଳ ହେବେ। ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। ମନ ଦେଇ କାମ କଲେ ସଫଳତା ନିଶ୍ଚୟ ପାଦ ଛୁଇଁବ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications