Cyclone Montha: ଭୟଙ୍କର ହେଲା ବାତ୍ୟା ମନ୍ଥା: ଆସିଲା ବଡ ଅପଡେଟ୍
ଆଜି ସକାଳ ୫ଟା ୩୦ରୁ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି ମନ୍ଥା । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ୫୫୦କିମି ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଏହା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମ୍ ଓ କଳିଙ୍ଗପାଟନମ୍ ମଧ୍ୟରେ ଥିବା କାକିନାଡାରେ ଅତିକ୍ରମ କରିବ ।

ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦କି.ମି ରହିବା ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଟୁଇନ ସିଟିରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ଭୂସ୍ଖଳନ ହେବାକୁ ଆଶଙ୍କା କରାଯାଇଥିବାରୁ ସରକାରଙ୍କୁ ଏଥିପାଇଁ ଅବଗତ କରାଯାଇଛି । ସରକାର ଏଥିପାଇଁ ସତର୍କ ଓ ପ୍ରସ୍ତୁତି କରିଛନ୍ତି ।
ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ବର୍ଷା । ଗୋପାଳପୁରରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ଲାଗି ରହିଛି । ପ୍ରଶାସନ ପକ୍ଷରୁ ସଭିଁଙ୍କୁ ସତର୍କ କରାଯାଇଛି । ବେଳାଭୂମିକୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି ।
ସମ୍ଭାବ୍ୟ ବାତ୍ୟା 'ମନ୍ଥା'କୁ ନେଇ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲାରେ ଏଥିଯୋଗୁଁ ଭୂସ୍ଖଳନ(ଲ୍ୟାଣ୍ଡ ସ୍ଲାଇଡ୍) ଆଶଙ୍କା ରହିଛି। ବିଶେଷକରି ଗଜପତି ଜିଲାର ଆର୍ ଉଦୟଗିରି, ହୁମା, ମୋହନା ଓ ରାୟଗଡ଼ା, ମାଲକାନଗିରି ଜିଲା ଖଇରପୁଟ ବ୍ଲକର ମୁଦୁଲିପଡ଼ା, ବଣ୍ଡାଘାଟି, ଚିତ୍ରକୋଣ୍ଡା ଓ କଳାହାଣ୍ଡିର କଳିଙ୍ଗାଘାଟି, ଥୁଆମୂଳ ରାମପୁର ଏବଂ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ସରୋଡ଼ା ଆଦି ଅଞ୍ଚଳର କିଛି ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଖସି ଭୂସ୍ଖଳନ ହେବା ଭୟ ରହିଛି। ଯେକୌଣସି ସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରୁ ଗଜପତିର ମହେନ୍ଦ୍ରଗିରି ପର୍ଯ୍ୟନ୍ତ ପାହାଡ଼ିଆ ଅଞ୍ଚଳ ଲମ୍ବିଛି। ମାଟି ଅତଡ଼ା ଖସିବା ସହ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଯିବା ଲାଗି ପରାମର୍ଶ ଦିଆଯାଇଛି। କିଛି ଅସୁବିଧା ହେଲେ ସ୍ଥାନୀୟ ପ୍ରଶାସନର ସହଯୋଗ ନିଅନ୍ତୁ ଓ ସୂଚନା ଦିଅନ୍ତୁ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଛି ବାତ୍ୟା ମୋନ୍ଥା । ଆନ୍ଧ୍ରରେ ତାଣ୍ଡବ କରିବ। ବ୍ୟାପକ କ୍ଷୟକ୍ଷତି କରିବା ଆଶଂକା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ଉପକୂଳ ଆନ୍ଧ୍ର ପ୍ରଦେଶ ରୁଟ୍ ରେ ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ କ୍ୟାନସେଲ ହୋଇଛି । ବିଶେଷ କରି ବିଜୟୱାଡ଼ା, ରାଜମୁଣ୍ଡ୍ରି, କାକିନାଡ଼ା, ବିଶାଖାପାଟଣା ଏବଂ ଭୀମାବରମ ରୁଟରେ ଟ୍ରେନ୍ କ୍ୟାନସେଲ କରାଯାଇଛି । ଆଜି ଏବଂ ଆସନ୍ତାକାଲି ଏହି ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିବ। ଓଡ଼ିଶା-ଆନ୍ଧ୍ର କରିଡରରେ ମଧ୍ୟ ଟ୍ରେନ ବାତିଲ କରିଛି ଇଷ୍ଟ କୋଷ୍ଟ ରେଲୱେ । ଫ୍ଲାଇଟ ଅପରେସନ୍ ମଧ୍ୟ ବ୍ୟାହତ ହୋଇଛି ।
ବିଶାଖାପାଟଣା ଏୟାରପୋର୍ଟରୁ ସମସ୍ତ ଫ୍ଲାଇଟ ଅପରେସନ ବନ୍ଦ କରାଯାଇଛି। କେବଳ ଆଜି ପାଇଁ ଫ୍ଲାଇଟ ଅପରେସନ ବନ୍ଦ । ଉପକୂଳ ଆନ୍ଧ୍ର ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରିଛି ଆଇଏମଡି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । ଆଜି ସଂଧ୍ୟା ବା ରାତିରେ ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications