ଏହି ଉପାୟରେ ଭଲ କରନ୍ତୁ ଏକଜିମା

ଭୁବନେଶ୍ୱର: ଏକଜିମା ଏକ ପ୍ରକାର ଚର୍ମ ରୋଗ। ଏହି ରୋଗ ଡର୍ମାଟାଇଟିସ୍ ନାଁରେ ବି ପରିଚିତ। ଶରୀରରେ ଯେଉଁ ସ୍ଥାନରେ ଏକଜିମା ହୋଇଥାଏ ସେହି ଜାଗାଟି ସର୍ବଦା ଶୁଷ୍କ ରହିଥାଏ। ସେହି ସ୍ଥାନଟିକୁ ବାରମ୍ବାର କୁଣ୍ଡାଇବାକୁ ଇଚ୍ଛା ହୁଏ। ପୁଣି ଅଧିକ କୁଣ୍ଡାଇ ଦେଲେ ସେହି ଜାଗାରୁ ରକ୍ତ ବାହାରିଥାଏ। ଫଳରେ ଉକ୍ତ ସ୍ଥାନରେ ଚର୍ମର ବାହ୍ୟ ଅଂଶ ସୁରକ୍ଷିତ ରହେ ନାହିଁ। ଆଉ ରୋଗଜୀବାଣୁ ଏହି ବାଟ ଦେଇ ଶରୀର ଭିତରକୁ ପଶିବା ସହଜ ହୋଇଯାଏ।

ମୁଖ୍ୟତଃ ରକ୍ତ ଅପରିଷ୍କାର ରହିଲେ ବା ରକ୍ତ ଜନିତ ସମସ୍ୟାରୁ ଏକଜିମା ହୋଇଥାଏ। ଠିକ୍ ସମୟେର ଚିକିତ୍ସା ନକଲେ ଏହା ଶରୀର ବ୍ୟାପି ଯାଏ। ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏକଜିମା ହୋଇପାରେ। ତେବେ କିଛି ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ଏହି ରୋଗର ଲକ୍ଷଣକୁ ହ୍ରାସ କରାଯାଇପାରିବ। ଚନ୍ଦନ, ନିମ୍ବ ପତ୍ର, ହରଡ଼ ଓ ହଳଦି ଆଦି ଭଳି ଘରେ ସହଜେରେ ଉପଲବ୍ଧ ହେଉଥିବା ଜିନିଷଗୁଡ଼ିକ ଏକଜିମା ପାଇଁ ଭାରି ଉପାଦେୟ ହୋଇଥାଏ।

Cure eczema in this way

ଯେଉଁମାନଙ୍କର ଏକଜିମା ହୋଇଛି ସେମାନେ ପ୍ରତିଦିନ ସାଫିରୁ ଦୁଇ ଚାମଚ ଲେଖାଏଁ ପିଇଲେ ଏହି ରୋଗରୁ ବହୁ ମାତ୍ରାରେ ଠିକ୍ ହୋଇଯାଇଥାଏ। ସାଫି ହେଉଛି ଏକ ବହୁ ପ୍ରଚଳିତ ଆର୍ୟୁବେଦିକ ଔଷଧ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ। ସେହିପରି ଗୋଟିଏ ଚାମଚ ଚନ୍ଦନରେ କର୍ପୁର ମିଶାଇ ଏକଜିମା ହୋଇଥିବା ସ୍ଥାନରେ ଲଗାଇଲେ ବହୁ ଆରାମ ମିଳେ ଓ ଅନେକାଂଶେର ଏକଜିମା ଭଲ ହୋଇଥାଏ ଏବଂ ଉକ୍ତ ସ୍ଥାନଟି ଶୁଷ୍କ ଜଣାପଡ଼େ ନାହିଁ।

କଅଁଳିଆ ନିମ୍ବ ପତ୍ରକୁ ବାଟି ତା'ର ରସେର ଅଳ୍ପ ମିଶ୍ରି ପକାଇ ପ୍ରତିଦିନ ପିଇଲେ ରକ୍ତ ସଫା ରହେ ଓ ଏକଜିମା ଭଲ ହେବାକୁ ଲାଗେ।ଚାରୋଟି ହରଡ଼କୁ ଗୋ-ମୂତ୍ରରେ ମିଶାଇ ବାଟି ପ୍ରଲେପ ତିଆରି କରନ୍ତୁ। ଏହାକୁ ଦିନରେ ତିନି ଥର ଏକଜିମା ହୋଇଥିବା ସ୍ଥାନରେ ଲଗାନ୍ତୁ। ଏଥିରୁ ବହୁତ ଫାଇଦା ମିଳିବ।

କ'ଣ ଖାଇବେ ଓ କ'ଣ ନଖାଇବେ

ସେହିପରି ଏକଜିମା ହୋଇଥିବା ବ୍ୟକ୍ତିମାନେ ଖାଇବା ପିଇବା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ୍। ବିଶେଷ କରି ସେମାନଙ୍କୁ କିଛି ଖାଦ୍ୟ ନଖାଇବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ଦହି ଓ ଖଟାରୁ ଦୂରେଇ ରହିବାକୁ ହେବ। ତେବେ କଲରା ଓ ନିମ୍ବ ଫୁଲ ଖାଇଲେ ଭଲ। ଶୁଦ୍ଧ ହଳଦୀ ଏକଜିମା ପାଇଁ ଭାରି ଭଲ। ଏହାକୁ ବାଟି ଏକଜିମା ସ୍ଥାନରେ ଲଗାଇଲେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ସେହିପରି କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ଆହୁରି ଭଲ। ତରଭୁଜ, ଗାଜର ଆଦି ଖାଇଲେ ଏକଜିମା ପାଇଁ ବହୁ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରଚୁର ପାଣି ବି ପଇଲେ ଭଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+