Curd For Health: ଦହି ଆମ ଶରୀର ପାଇଁ କେତେ ଉପକାରୀ ?
ଖରା ହେଉ କିମ୍ବା ବର୍ଷା ଦହିର ଆଦର ସବୁଦିନ ରହିଛି। ଦହି ଆମ ଶରୀରକୁ ଶକ୍ତିଶାଳୀ, ଫୁର୍ତ୍ତି ଏବଂ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିଥାଏ।
ଭାରତରେ ପ୍ରାୟ ସବୁ ଜାଗାରେ ଦହିର ଆଦର ରହିଛି। ଘୋଳ ଦହି, ମିଠା ଦହି, ଲସି ଏବଂ ଚହ୍ଲା ଆଦି ଦହି ଖାଇବାକୁ ଲୋକ ପସନ୍ଦ କରିଥା'ନ୍ତି। ଦହିରେ ଅନେକ ପ୍ରକାର ଭିଟାମିନ ରହିଛି।
୧୦୦ ଗ୍ରାମ ଦହିରେ- ସ୍ନେହସାର ୫.୮%
ପୃଷ୍ଟିସାର- ୩.୪%
ଲାକଟୋଜ- ୪.୬ରୁ ୫.୨%
କ୍ୟାଲସିୟମ- ୦.୧୨ରୁ ୦.୧୪%
ଲାକଟିକ ଏସିଡ- ୧.୧%
ଫସଫରସ- ୦.୦୯ରୁ ୦.୦୧୧%
ଲୌହ- ୦.୩%
ଜଳୀୟ ଅଂଶ- ୮୫ରୁ ୮୮%
ରିବୋ ଫ୍ଲାଭିନ- ୩୦ ମି.ଗ୍ରା
ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଉପାଦେୟ ଓ ପୁଷ୍ଟିକର ଖାଦ୍ୟ। ଏଥିରେ ପୁଷ୍ଟିକର, ଖାଦ୍ୟସାର, ଲବଣ ଜାତୀୟ ପଦାର୍ଥ ଭରି ରହିଛି। କ୍ଷୀରରୁ ଦହି ପ୍ରସ୍ତୁତ କରିବା ସମୟରେ କେତେକ ବ୍ୟାକ୍ଟେରିଆ ସାହାଯ୍ୟ କରିଥା'ନ୍ତି। ଏମାନେ ଖାଦ୍ୟ ନଳୀର ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଅନ୍ତି ଏବଂ ହଜମରେ ସାହାଯ୍ୟ କରୁଥିବା ବ୍ୟାକ୍ଟେରିଆ ସୃଷ୍ଟି କରନ୍ତି। ଶରୀରକୁ ଆବଶ୍ୟକୀୟ ମିନେରାଲ ଯୋଗାଇଥା'ନ୍ତି।
ଦହି ଖାଇବା ଫଳରେ ଶରୀରର ଦୁର୍ବଳତା ଦୂର ହେବା ସହ ପାକସ୍ଥଳୀର ବାୟୁ ଏବଂ ଶୁଷ୍କତା ଦୂର କରି ବିଭିନ୍ନ ହଜମକାରୀ ପଦାର୍ଥ ସୃଷ୍ଟି କରି ପାକସ୍ଥଳୀକୁ ସୁସ୍ଥ ରଖିଥାଏ। କୋଷ୍ଠକାଠିନ୍ୟ, ପତଳା ଝାଡ଼ା ଏବଂ ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ସମାଧାନ ପାଇଁ ଦହି ଖାଆନ୍ତୁ।

- ଯକ୍ଷ୍ମା ରୋଗୀ ଦହି ଖାଇବା ଫଳରେ ଏଥିରୁ ଉପଶମ ମିଳିଥାଏ।
- ଦହି ରକ୍ତର ଶର୍କରା ଅଂଶକୁ କମାଇଦେଇଥାଏ। ଫଳରେ ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ।
- ହୃଦରୋଗୀମାନଙ୍କ ପାଇଁ ଦହି ବେଶ ଲାଭଦାୟକ ହୋଇଥାଏ। ଦହିରେ ଥିବା ଭିଟାମିନ ହୃଦୟକୁ ସଫା ରଖିଥାଏ।
- ଅନିଦ୍ରା ଜନିତ ସମସ୍ୟା ଦେଇ ଗତି କରୁଥିଲେ ଦହି ଖାଆନ୍ତୁ। ଏହା ଫଳରେ ଭଲ ଏବଂ ଗଭୀର ନିଦ ହୋଇଥାଏ।
- କେତେକ ଅପମିଶ୍ରିତ ଖାଦ୍ୟ ଯୋଗୁଁ ଆମର ଅନ୍ତନଳୀ ବିଷାକ୍ତ ହୋଇଯାଏ। ନିୟମିତ ଦହି ଖାଇବା ଫଳରେ ଅନ୍ତନଳୀ ସଫା ରହିଥାଏ।
- ବହୁମୂତ୍ର ରୋଗୀଙ୍କ ପାଇଁ ଦହି ବେଶ ଉପାଦେୟ ହୋଇଥାଏ।
- ନିୟମିତ ଦହି ଖାଇବା ଫଳରେ ଅଷ୍ଟିଓପୋରୋସିସ ନିୟନ୍ତ୍ରଣ ହୋଇଥାଏ।
- ଚର୍ମର ସତେଜତା ଏବଂ ଚମକ ପାଇଁ ଦହି ବ୍ୟବହାର କରାଯାଇଥାଏ।
- ଦହି ଖାଇବା ଯୋଗୁଁ ଅନ୍ତନଳୀ କ୍ୟାନ୍ସର ହେବାର ଆଶଙ୍କା ନଥାଏ।












Click it and Unblock the Notifications