Vastu tips: ଏହି ସ୍ଥାନରେ ରଖନ୍ତୁ କଇଁଛ ପ୍ରତିମା, ଘରକୁ ଆସିବ...
ପେଙ୍ଗ୍ଶୁଇରେ ବସ୍ତୁକୁ ସଠିକ୍ ଦିଗରେ ରଖୁବାକୁ ଖାସ୍ ନିୟମ ରହିଛି । ଏହାଦ୍ୱାରା ପରିବାରକୁ ଲାଭ ମିଳିଥାଏ। ଅଧିକାଂଶ ଲୋକ ଘରକୁ ଡେକୋରେଟ୍ କରିବାକୁ କଇଁଛକୁ ସ୍ଥାନିତ କରିଥାନ୍ତି। ଏହାକୁ ରଖିବାର ସଠିକ୍ ଦିଗ ନିର୍ଣ୍ଣୟ ନ କରିପାରିଲେ, ପରିବାରର ସୁଖ ଶାନ୍ତି ନଷ୍ଟ ହୁଏ । ଜାଣନ୍ତୁ କଇଁଛକୁ କେଉଁ ଦିଗରେ ରଖିବେ... କଳା ରଙ୍ଗର କଇଁଛକୁ ଉତ୍ତର, କ୍ରିଷ୍ଟାଲ୍ରେ ତିଆରି କଇଁଛକୁ ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର- ପଶ୍ଚିମ ଦିଗ, କାଠରେ ତିଆରି କଇଁଛକୁ ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ ହେବ ।

ଯଦି କଇଁଛ ମାଟିରେ ତିଆରି ହୋଇଥାଏ, ତେବେ ତାକୁ ଉତ୍ତର-ପୂର୍ବ ଦିଗ କିମ୍ବା ଦକ୍ଷିଣ-ପଶ୍ଚିମରେ ରଖିଲେ ଉନ୍ନତି ହେବ । ଫାଇଦା: କୁହାଯାଏ ଘରେ କଇଁଛର ପ୍ରତିମା ରଖିଲେ ଧନ ପ୍ରାପ୍ତି ହୋଇଥାଏ। ଯଦି ଘରେ ଆର୍ଥକ ସମସ୍ୟା ଥାଏ, ତେବେ କ୍ରିଷ୍ଟାଲ୍ କଇଁଛ ରଖିଲେ ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ। କଇଁଛକୁ ଚାକିରି ଏବଂ ପରୀକ୍ଷାରେ ସଫଳତା ପ୍ରାପ୍ତି ଉଦ୍ଦେଶ୍ୟରେ ମଧ୍ୟ ଘରେ ରଖାଯାଏ। ଯଦି ଏସବୁ କାମରେ ସଫଳତା ଚାହୁଁଛନ୍ତି, ତେବେ ଘରେ କଇଁଛର ପ୍ରତିମାକୁ ଗୁରୁତ୍ୱପୂର୍ଣ ସ୍ଥାନ ଦେବା ଉଚିତ୍।
ଘରେ କଇଁଛର ପ୍ରତିମା ରହିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ସୁଖଶାନ୍ତି ବଜାୟ ରହିଥାଏ ଏବଂ ରୋଗଶୋକ ଦୂର ହୋଇଥାଏ। ନୂଆ ବ୍ୟବସାୟ ଆରମ୍ଭ କରିଥିଲେ ସେଠାରେ ରୂପା କଇଁଛକୁ ସ୍ଥାନିତ କରନ୍ତୁ ।
ଲାଭ ବଢ଼ିବ। କ୍ଷ ଜୀବନରେ ଉନ୍ନତି କରିବାକୁ ଚାହୁଁଥୁଲେ କଳା ରଙ୍ଗର କଇଁଛକୁ ପୂଜା କରନ୍ତୁ। କଇଁଛର ପ୍ରତିମା ଘରେ ରହିଲେ ନକାରାତ୍ମକ ପ୍ରଭାବ ଦୂର ହୋଇ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛୁକ ଥିଲେ ଏକ ମାଈ କଇଁଛ ଉପରେ ଛୁଆ କଇଁଛ ଥିବାର ପ୍ରତିମାକୁ ଆଣି ଘରେ ରଖନ୍ତୁ; ମନୋବାଞ୍ଛା ପୂର୍ଣ ହେବ।












Click it and Unblock the Notifications