ଗୋଟାଏ ମାସ ପ୍ରତ୍ୟେକ ଦିନ କିଛି ସମୟ କନ୍ଦନ୍ତୁ, ମିଳିବ ଅଦ୍ଭୁତ ଫାଇଦା; ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ
କାନ୍ଦ ଅନେକ ସମୟରେ ଦୁର୍ବଳତାର ଲକ୍ଷଣ ଭାବେ ଦେଖାଯାଏ, କିନ୍ତୁ ନିକଟରେ ହୋଇଥିବା ବୈଜ୍ଞାନିକ ଅନୁସନ୍ଧାନ ଅନୁଯାୟୀ, କାନ୍ଦ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ବିଶେଷଜ୍ଞମାନଙ୍କ ମତରେ, କାନ୍ଦ ମାଧ୍ୟମରେ ଶରୀରରୁ ଚାପ ଏବଂ ନକାରାତ୍ମକ ଭାବନା ବାହାରିଯାଏ, ଯାହା ମଣିଷର ମନକୁ ହାଳୁକା କରିଥାଏ ।

କାନ୍ଦିଲେ ଶରୀରକୁ ମିଳେ ଏହି ଫାଇଦା
ଗବେଷଣା ଅନୁଯାୟୀ, କାନ୍ଦିଲେ ଶରୀରରେ ଷ୍ଟ୍ରେସ ହରମୋନ କର୍ଟିସୋଲର ମାତ୍ରା ହ୍ରାସ ପାଏ। ଏହା ହୃଦୟକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ଏହା ବ୍ୟତୀତ, ଲୁହରେ ଥିବା ରାସାୟନିକ ପଦାର୍ଥ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। କାନ୍ଦ ଆଖିକୁ ଓଦା ରଖି ଆଖିର ସୁରକ୍ଷା ମଧ୍ୟ କରେ।
ମାନସିକ ଚାପରୁ ମୁକ୍ତି ମିଳେ
ମନୋବିଜ୍ଞାନୀମାନଙ୍କ ମତରେ, କାନ୍ଦିବା ପ୍ରାକୃତିକ ଭାବେ ମାନସିକ ଚାପ ମୁକ୍ତ କରିବାର ଉପାୟ। ଏହା ବ୍ୟକ୍ତିର ମନରେ ଜମା ହୋଇଥିବା ଦୁଃଖ, କ୍ରୋଧ ଓ ଅସନ୍ତୋଷକୁ ବାହାର କରିଥାଏ । ଏହା ମସ୍ତିଷ୍କରେ ଏଣ୍ଡୋରଫିନ ଏବଂ ଅନ୍ୟାନ୍ୟ ସୁଖଦ ରାସାୟନିକ ପଦାର୍ଥକୁ ସୃଷ୍ଟି କରେ, ଯାହା ମନରେ ଶାନ୍ତି ଓ ଆନନ୍ଦ ଅଣିଦିଏ।
ଯଦିଓ କାନ୍ଦ ଲାଭଦାୟକ, ତେବେ ଅତ୍ୟଧିକ କାନ୍ଦ ବା ଲଗାତାର ଦୁଃଖରେ ରହିବା ମାନସିକ ରୋଗ ଯଥା ଡିପ୍ରେସନର ଲକ୍ଷଣ ହୋଇପାରେ। ଏପରି ସ୍ଥିତିରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ତେଣୁ, ପରବର୍ତ୍ତୀ ସମୟରେ ଯେତେବେଳେ ଆପଣଙ୍କୁ କାନ୍ଦିବାର ମନ ହୁଏ, ଏହାକୁ ଅଣଦେଖା ନକରି ମନ ଖୋଲି କାନ୍ଦନ୍ତୁ। ଏହା ଆପଣଙ୍କ ଶରୀର ଓ ମନ ପାଇଁ ଏକ ପ୍ରାକୃତିକ ଔଷଧ ହୋଇପାରେ।












Click it and Unblock the Notifications