For Quick Alerts
Turn On Notification  
For Daily Alerts
Oneindia App Download

ଟିକା ନେବାକୁ ଯାଉଛନ୍ତି କିମ୍ବା ନେଇ ସାରିଲେଣି ? ଜାଣିରଖନ୍ତୁ ଆପଣଙ୍କ ଶରୀର ପାଇଁ କେଉଁ ସବୁ ଦିଗକୁ ଧ୍ୟାନ ଦେବେ

ଟିକା କିପରି ଆମ ଶରୀର ପାଇଁ ଅଧିକରୁ ଅଧିକ ଲାଭଦାୟକ ହେବ ସେଥିପାଇଁ ଆମକୁ କିଛି ଜିନିଷ ଉପରେ ଗୁରୁତ୍ୱ ଦେବାକୁ ହେବ। ଯେମିତି ଟିକା ନେବା ପୂର୍ବରୁ କେଉଁ ଖାଦ୍ୟ ଖାଇବା ଏବଂ କେଉଁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ସେନେଇ ଆମେ ସଚେତନ ହେବା ଉଚିତ

|

ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ରଖିଛି। ସଂକ୍ରମଣକୁ ରୋକିବାକୁ ଟିକାକରଣ ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ମେ' 1ରୁ 18 ବର୍ଷରୁ ଅଧିକ ଏହି ଟିକା ନେବା ଆରମ୍ଭ ହୋଇଛି । ହେଲେ ଟିକା କିପରି ଆମ ଶରୀର ପାଇଁ ଅଧିକରୁ ଅଧିକ ଲାଭଦାୟକ ହେବ ସେଥିପାଇଁ ଆମକୁ କିଛି ଜିନିଷ ଉପରେ ଗୁରୁତ୍ୱ ଦେବାକୁ ହେବ। ଯେମିତି ଟିକା ନେବା ପୂର୍ବରୁ କେଉଁ ଖାଦ୍ୟ ଖାଇବା ଏବଂ କେଉଁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ସେନେଇ ଆମେ ସଚେତନ ହେବା ଉଚିତ।
ମଦ: ଯଦି ଆପଣ ମଦ ପିଉଛନ୍ତି ତେବେ ଟିକା ନେବା ପୂର୍ବରୁ ଓ ପରେ କିଛିଦିନ ପାଇଁ ମଦଠାରୁ ନିଜକୁ ଦୂରେଇ ରଖନ୍ତୁ। ଶରୀରର ମଧ୍ୟକୁ ଯଦି କିଛି ମାତ୍ରାରେ ମଦ ଯାଏ ତେବେ ଡିହାଇଡ୍ରୋଜେନ୍ ବଢିଯାଇଥାଏ। ଯାହାପାଇଁ ଅଳ୍ପ ପାର୍ଶ୍ଵ ପ୍ରତିକ୍ରିୟା ବଦଳରେ ଏହା ଅଧିକ ହୋଇଥାଏ। ଶରୀରର ଇମ୍ୟୁନିଟ ସିଷ୍ଟମ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। ମଦ ପିଇବା ଦ୍ୱାରା ଶୀଘ୍ର ଏବଂ ଗଭୀର ନିଦ ଆସିଥାଏ। ଯାହା ଇମ୍ୟୁନି ଫକ୍ସନ ଉପରେ ପ୍ରଭାବ ପଡିଥାଏ।

କରୋନା
ଖାଇବା ଏବଂ ଶୋଇବା ସମୟ: ଟିକା ନେବା ପୂର୍ବ ରାତିରେ ଭଲ ନିଦ ସହିତ ରାତ୍ରି ଭୋଜନ ଉପରେ ଖାସ୍ ଧ୍ୟାନ ଦେବା ଉଚିତ୍। ଏହାଦ୍ୱାରା ଇମ୍ୟୁନିଟି ସିଷ୍ଟମ ଭଲ ପ୍ରତିକ୍ରିୟା ଦେଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ରାତ୍ରି ଭୋଜନ ଏମିତି ହେବା ଦରକାର ଯେ ଯାହାକୁ ଖାଇଲେ ଶୀଘ୍ର ଏବଂ ଭଲ ନିଦ ହେଉଥିବ। ରାତ୍ରି ଭୋଜନରେ ସୁପ, ସାଲାଦ ଖାଇବା ଉଚିତ୍। ଏହାସହିତ ଯଦି ଆପଣ ଶୀଘ୍ର ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ଶୋଇବା ଆଗରୁ ଆପଣଙ୍କୁ ଭୋକ ଲାଗୁଛି ତେବେ ଫଳ ମଧ୍ୟ ଖାଇ ପାରିବେ। ରାତ୍ରି ଭୋଜନର ୩ ଘଣ୍ଟା ପରେ ଶୋଇବା ଉଚିତ। ୬ ଘଣ୍ଟା ଆଗରୁ କଫି ପିଇବେ ନାହିଁ।
ପାଣି: ଭ୍ୟାକସିନ୍ ନେବା ପୂର୍ବରୁ ଶରୀରରେ ପାଣିର ମାତ୍ରା କମ୍ ହେବା ଉଚିତ ନୁହେଁ। ମହିଳାମାନେ ଦିନରେ ୨.୭ ଲିଟର ଏବଂ ପୁରୁଷମାନେ ୩.୭ ଲିଟର ପାଣି ପିଇବା ଉଚିତ। ବେଳେବେଳେ ଲେମ୍ବୁ ପାଣି ପିଇବା ଦରକାର। ଏହାସହିତ କାକୁଡି ଏବଂ ଫଳ ମଧ୍ୟ ଖାଇପାରିବେ ଯାହା ଶରୀରରେ ପାଣିର ଅଭାବ ଦୂର କରିପାରିବ।
ଟିକା ନେବା ପରେ କଣ ଖାଇବା ଉଚିତ ?

କରୋନା
- ଟିକା ନେବା ପରେ ଆପଣଙ୍କୁ ବାନ୍ତି ଲାଗିଲା ଭଳି ଅନୁଭୁତ ହୋଇପାରେ। ଏପରି ହେଲେ ଆପଣ ସେହି ଖାଦ୍ୟ ଖାଇବା ଦରକାର ଯାହା ସହଜରେ ହଜମ ହୋଇପାରୁଥିବ।
-ସୁପ, ପଇଡ଼ ପାଣି ଏବଂ ଫଳ ପିଇ ପାରିବେ।
-ତେଲରେ ଛଣା ହୋଇଥିବା ଖାଦ୍ୟ, ମାଂସ, ମିଠା ଏବଂ ଗରିଷ୍ଠ ଖାଦ୍ୟ ଠାରୁ ଦୂରେଇ
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Coronavirus Vaccine Heres What you can and cannot do After Getting Vaccinated
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X