କାଶ ସମସ୍ୟା ଦୂର କରିବ ଚକୋଲେଟ
ଏମିତିରେ ଦେଖିବାକୁ ଗଲେ କାଶ ଏକ ସାଧାରଣ ସମସ୍ୟା । କିନ୍ତୁ ବିଶେଷକରି ଏହି ସମସ୍ୟା ଶୀତଦିନେ ଅଧିକ ଦେଖାଯାଏ । ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ । ଏଥିପାଇଁ କେହି କେହି ଘରୋଇ ଉପଚାର ନଚେତ୍ ଡାକ୍ତରୀ ପରାମର୍ଶ ଦ୍ବାରା ଔଷଧ ସେବନ କରିଥାନ୍ତି ।
କିନ୍ତୁ ଜାଣନ୍ତି, କାଶ ସମସ୍ୟାରୁ ରକ୍ଷା ପାଇବାର ସବୁଠୁ ସହଜ ଉପାୟ ହେଉଛି ଚକୋଲେଟ୍ ସେବନ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଯଦି ଅତ୍ୟଧକ କାଶ ଜନିତ ଯନ୍ତ୍ରଣାରେ ପୀଡ଼ିତ ଥାନ୍ତି, ତେବେ ଡାର୍କ ଚକୋଲେଟ୍ ସେବନ ଦ୍ବାରା ଏଥିରୁ ଉପଶମ ପାଇପାରିବେ । ୟୁନିଭର୍ସିଟି ଅଫ୍ ହଲେର କାର୍ଡିଓଭାକ୍ୟୁଲାର୍ ଏବଂ ରେସ୍ପିରେଟରୀ ବିଭାଗର ପ୍ରମୁଖ ପ୍ରଫେସର୍ ଏଲିନ୍ ମୋରିସ୍ଙ୍କ ଅନୁସାରେ, କାଶ ହେବା ବେଳେ ଡାର୍କ ଚକୋଲେଟ୍ର ସେବନ ଔଷଧଠାରୁ ଅଧିକ ଫାଇଦା ଦେଇଥାଏ।

ଗବେଷଣାରେ ସାମିଲ ବିଶେଷଜ୍ଞଙ୍କ ଅନୁସାରେ, ଚକୋଲେଟ୍ରେ ମହଜୁଦ୍ କୋକୋଆ କାଶ ସମସ୍ୟାକୁ ଦୁଇ ଦିନ ମଧ୍ୟରେ ଠିକ୍ କରି ଦେଇଥାଏ। କିନ୍ତୁ ଔଷଧ ଦ୍ଵାରା ଏହାକୁ ଠିକ୍ ହେବା ପାଇଁ ସାଧାରଣ ଭାବେ ଦୁଇରୁ ଅଧିକ ଦିନ ଲାଗିଥାଏ । ଇମ୍ପେରିୟାଲ୍ କଲେଜ ଅଫ୍ ଲଣ୍ଡନ୍ରେ ହୋଇଥିବା ଅନ୍ୟ ଏକ ଗବେଷଣା ମୁତାବକ, କୋକୋଆରେ ଏକ ପ୍ରକାରର ଆଲ୍କାଲଏଡ୍ ଥାଏ, ଯାହା କାଶକୁ ତୁରନ୍ତ ଭଲ କରିବାରେ କୋଡିନ୍ଠାରୁ ବି କମ୍ ସମୟ ନେଇଥାଏ। କେଡିନ୍ ଏକ ଔଷଧ, ଯାହା କାଶ ପାଇଁ ବ୍ୟବହୃତ ସିରରେ ଥାଏ।












Click it and Unblock the Notifications