ପୁରୀ ଯାଉଥିବା ବେଳେ କାଦୁଆ ଠାରେ ଅଟକି ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ; ଦୋକାନୀଙ୍କ ସହ ସୁଖଦୁଃଖ ହେଲେ
ପୁରୀ ଗସ୍ତରେ ଯାଉଥିବା ବେଳେ କାଦୁଆ ଠାରେ ଅଟକି ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଇଡ଼ ପିଇବା ପରେ ଦୋକାନୀଙ୍କୁ ଟଙ୍କା ଦେଲେ ଓ ତାଙ୍କ ସହ ସୁଖଦୁଃଖ ହେଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ପଇଡ଼ ପିଆଇ ଖୁସି ହେଲେ ପଇଡ଼ ବ୍ୟବସାୟୀ ଶ୍ରୀଧର।
ପଇଡ଼ ପଇବା ବେଳେ ବ୍ୟବସାୟୀ ଶ୍ରୀଧର ମହାପାତ୍ର ସହ କଥା ହୋଇଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବର୍ଷା ହେଉଥିବାରୁ ବେପାର କମ୍ ହେଉଛି ବୋଲି ଶ୍ରୀଧର କହିଥିଲେ। ମହାବାତ୍ୟା ପରଠୁ ସାକ୍ଷୀଗୋପାଳରେ ନଡ଼ିଆ ଉତ୍ପାଦନ କମିଛି । ୧୯୯୯ ମହାବାତ୍ୟାରେ ଅନେକ ଗଛ ମରିଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଇଡ଼ ପିଇବା ପରେ ଶ୍ରୀଧରଙ୍କୁ ପ୍ରଶଂସା କରିବା ସହିତ ଦୁଇଟି ୫ଶହ ଟଙ୍କିଆ ବଢ଼ାଇ ଦେଇଥିଲେ ।

ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ଯାଇଛନ୍ତି । ସେଠରେ ସେ ପ୍ରଥମେ ଶ୍ରୀସଦାଶିବ ପରିସରରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ସନ୍ଦର୍ଭରେ ଭାରତୀୟ ଜ୍ଞାନ ପରମ୍ପରା କାର୍ଯ୍ୟକ୍ରମରେ ଯୋଗଦାନ ଦେବେ । ଅପରାହ୍ଣ ୪ଟା ୪୫ରେ ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସକୁ ଯାଇ ହବିଷ୍ୟାଳିମାନଙ୍କୁ ଭେଟି ଭଲମନ୍ଦ ବୁଝିବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications