ଚିକାଗୋ ଶୁଣିଥିଲା 'କୂପ ମଣ୍ଡୁକ'ର କାହାଣୀ

Chicago Speech of Swami Vivekananda -ଚିକାଗୋ ଶୁଣିଥିଲା 'କୂପ ମଣ୍ଡୁକ'ର କାହାଣୀ

ଭୁବନେଶ୍ୱର: କୂପ ମଣ୍ଡୁକ ଉକ୍ତିଟି ଆମେ ପ୍ରାୟ ସମସ୍ତଙ୍କ ମୁହଁରୁ ପ୍ରାୟ ଶୁଣିଛେ । ହେଲେ ୧୮୯୩ ମସିହାରେ ଠିକ୍ ଆଜିର ଦିନରେ ଏହି କାହାଣୀ ଶୁଣିଥିଲା ଆମେରିକାର ଚିକାଗୋ ସହର। ସମବେତ ହୋଇଥିବା ବିଭିନ୍ନ ଧର୍ମର ଲୋକଙ୍କ ରୁଢିବାଦୀ ଓ ସିମାବଦ୍ଧ ମାନସିକତାକୁ କୂପ ମଣ୍ଡୁକର କାହାଣୀ ଶୁଣାଇଥିଲେ ମହାନ୍ ଭାରତୀୟ ସନ୍ଥ ସ୍ବାମୀ ବିବେକାନନ୍ଦ। ୧୮୯୩ ମସିହାର ସେପ୍ଟେମ୍ବର ୧୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଧର୍ମସଭାରେ ଭାରତରୁ ସନାତନ ଧର୍ମକୁ ପ୍ରତିନିଧିତ୍ବ କରିବାକୁ ଯାଇଥିଲେ ସ୍ବାମୀଜି। ୧୮୯୩ର ଆଜିର ଦିନରେ ଆମେରିକାର ଚିକାଗୋ ମହାଧର୍ମ ସଭାରେ ସ୍ୱାମୀ ବିବେକାନନ୍ଦ ଏହି ଗପ କହି ବିଶ୍ୱ ଏକତାର ମହାମନ୍ତ୍ର ଶୁଣାଇଥିଲେ ।

Swami Vivekananda

ଗୋଟିଏ ନିର୍ଦ୍ଧିଷ୍ଟ ଧର୍ମର ବାକ୍ଷ୍ୟା କରୁଥିବା କିଛି ଲୋକ ତାଙ୍କ ଦୃଷ୍ଟିକୋଣ ବାହାରେ ଥିବା ଧର୍ମର ବ୍ୟାପକତାକୁ ଦେଖି ପାରନ୍ତି ନାହିଁ। ଅନେକ ସମୟରେ ଏହି ବ୍ୟାପକତାର ପ୍ରଚାର ପ୍ରସାର ମଧ୍ୟ ହୋଇପାରେ ନାହିଁ କି ଧର୍ମର ଆକ୍ଷରୀକ ଅର୍ଥ କେହି ବୁଝନ୍ତି ନାହିଁ। ଚିକାଗୋ ଧର୍ମସଭାରେ ଏହି କଥାଟି ଉଠିଥିଲା। ଭାଷଣରେ ବିଭିନ୍ନ ଧର୍ମକୁ ବୁଝାଇବାକୁ ଯାଇ ସମସ୍ତଙ୍କୁ କୂପ ମଣ୍ଡୁକ ବୋଲି କହିଥିଲେ ସ୍ୱାମୀଜୀ। ଆଉ ଏହାର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ ସେ ଏକ ଗପ କହିଥିଲେ ।

wami Vivekananda

ଏକ ନିର୍ଦ୍ଧିଷ୍ଟ କୂଅରେ ବେଙ୍ଗଟିଏ ରହୁଥିଲା । ସେ ସେଇଠି ଜନ୍ମ ହୋଇଥିବା ବେଳେ ସେଇଠି ବଡ ହୋଇଥିଲା । ଆଉ ସେ ଭାବୁଥିଲା ବିଶ୍ୱରେ ସବୁଠାରୁ ବଡ ଜଳଉତ୍ସଟି ହେଉଛି ଏହି କୂପ। କାରଣ କେବଳ ଏହାର ବ୍ୟପକତାକୁ ହିଁ ସିଏ ଦେଖିଥିଲା। ବାହାର ଦୁନିଆ ସହ ତାର କୌଣସି ଦିଆନିଆ ନ ଥିଲା। ଦିନେ ସେହି କୂଅକୁ ସମୁଦ୍ରରେ ରହୁଥିବା ଏକ ବେଙ୍ଗ ଆସିଲା । ଆଉ ସେ କୂଅରେ ରହୁଥିବା ବେଙ୍ଗକୁ ଦେଖି ହସିବାକୁ ଲାଗିଲା। ହସିବାକୁ ଲାଗିଲା ତା କଥା ଶୁଣି ଯେ, ଏହା ସବୁଠାରୁ ବଡ ଜଳଉତ୍ସ ବୋଲି। କୂପ ମଣ୍ଡୁକ(ବେଙ୍ଗ)କୁ ବୁଝାଇବାକୁ ସେ ସମୁଦ୍ରକୁ ବ୍ୟାକ୍ଷା କଲା । ହେଲେ କୁଅରେ ରହୁଥିବା ବେଙ୍ଗ ଏହାକୁ ବିଶ୍ୱାସ କଲା ନାହିଁ ଏବଂ ସେହି କୂଅରେ ତା ଜୀବନ ନିର୍ବାପିତ ହେଲା।

ଏହି ଗପକୁ ଧର୍ମ ସହ ତୁଳନା କରିଥିଲେ ସ୍ବାମୀଜୀ। ଆଉ କହିଥିଲେ, ଆମ ଧାର୍ମିକ ଚିନ୍ତାଧାରାକୁ ବ୍ୟାପକ କରିବାକୁ ପଡିବ। ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବାକୁ ପଡିପ। ସମୟୋପଯୋଗୀ ହୋଇ ନିଜ ଧର୍ମର ବ୍ୟପକତାକୁ ବ୍ୟାକ୍ଷା କରିବାକୁ ପଡିବ। ତାଙ୍କ କହିବାର ତାତ୍ପର୍ଯ୍ୟ ଥିଲା, " ମୁଁ ଜଣେ ହିନ୍ଦୁ । ମୁଁ ରହୁଥିବା ସେହି ଟିକି କୂଅକୁ ମୁଁ ଦୁନିଆର ସବୁଠାରୁ ବଡ ଭାବେ । ଏଣୁ ବିଶ୍ବ ଏକତାକୁ ଏକିଭୂତ କରିବାକୁ ଆମ ଧର୍ମର ବ୍ୟାପକତାକୁ ବୁଝିବାକୁ ପଡିବ। ତା ହେଲେ ଏ ସମଗ୍ର ବସୁଧା କୁଟୁମ୍ବଟିଏ ପାଲଟିଯିବ। ସ୍ବାମୀଜୀଙ୍କ ଏ ବ୍ୟାକ୍ଷାକୁ ଶୁଣି ସ୍ତବ୍ଧ ହୋଇ ଯାଇଥିଲା ଧର୍ମସଭା। ତାଙ୍କ ଓଜସ୍ବିନୀ ଭାଷଣ ମନ୍ତ୍ରମୁଗ୍ଧ କରିଥିବା ବିଶ୍ବର ବିଭିନ୍ନ ଧାର୍ମିକ ଗୋଷ୍ଠୀଙ୍କୁ। ସେଦିନ ଭାରତୀୟ ଦର୍ଶନକୁ ମନଭରି ଶୁଣିଥିଲା ସାରା ବିଶ୍ବ।।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+