Get Updates
Get notified of breaking news, exclusive insights, and must-see stories!

କମ୍ ମୂଲ୍ୟରେ ଘରକୁ ଦିଅନ୍ତୁ ଆଧୁନିକ ଲୁକ୍

ଆସନ୍ତୁ ଜାଣିବା ଅଧିକ ଅର୍ଥ ଖର୍ଚ୍ଚ ନକରି ଶସ୍ତା ବଜେଟରେ ନିଜ ଘରକୁ ଦେଇ ପାରିବେ ଭିନ୍ନ ଲୁକ।

ପ୍ରତ୍ୟେକ ଲୋକ ଜୀବନରେ ଏକ ସୁନ୍ଦର ଘର ବନେଇବା ପାଇଁ ଇଚ୍ଛା କରିଥାନ୍ତି ଏବଂ ଆଉ ଏହି ଘରକୁ ଆକର୍ଷଣୀୟ କରିବା କାହାକୁ ବା ପସନ୍ଦ ନୁହେଁ । କିଏ ଘରକୁ ସୁନ୍ଦର ଆଉ ଭିନ୍ନ ଲୁକ୍ ଦେବାକୁ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି କିଛି ଲୋକ। କିଏ ବିଭିନ୍ନ ଡିଜାଇନରଙ୍କ ସହାୟତାରେ ତ କିଏ ନିଜ ଚେଷ୍ଟାରେ ଘରକୁ ଏକ ନୂଆ ରୂପ ଦେଇଥାନ୍ତି । ଫାବ୍ରିକ୍ସ, ରଗ୍ସ, ମିରର, ଟାଇଲ ସହ ଅତ୍ୟାଧୁନିକ ଶୈଳୀରେ ଘରକୁ ଦେଇଥାନ୍ତି ନୂଆ ଲୁକ।

house

ହେଲେ ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ଏହା କାଠିକର ପାଠ ହୋଇପାରେ । ମହଙ୍ଗା ସାମଗ୍ରୀ କିଣି ଘର ସଜାଇବ ସେମାନଙ୍କ ପାଇଁ ଅସମ୍ଭବ ହେବ। ମନରେ ଥାଏ ଆଧୁନିକ ଲୁକରେ ଘରକୁ ଦେଖିବା। କିନ୍ତୁ ବଜେଟ ଅନୁସାରେ ଜିନିଷ କିଣିବା ସମ୍ଭବ ହୁଏନି । ତେବେ ଆସନ୍ତୁ ଜାଣିବା ଅଧିକ ଅର୍ଥ ଖର୍ଚ୍ଚ ନକରି ଶସ୍ତା ବଜେଟରେ ନିଜ ଘରକୁ ଦେଇ ପାରିବେ ଭିନ୍ନ ଲୁକ।

ରଙ୍ଗ:
ଘରର ସମ୍ପର୍ଣ୍ଣ ଲୁକ ବଦଳାଇ ଦେଇଥାଏ ରଙ୍ଗ । ଆପଣ ବିଭିନ୍ନ କଲର ବ୍ୟବହାର କରି ଘର ସଜାଇପାରିବେ । କୌଣସି ନିର୍ଦ୍ଦିଷ୍ଟ କଲର ବଦଳରେ ନ୍ୟୁଟ୍ରାଲ ରଙ୍ଗ ବ୍ୟବହାର କରନ୍ତୁ । ଏହା ଘରକୁ ଏକ ପାରମ୍ପରିକ ରୂପ ସହ ଆକର୍ଷଣୀୟ ଲୁକ ଦେବ । କ୍ରିମ, ଧଳା, ଗ୍ରେ, ବ୍ରାଉନ, ପ୍ରାକୃତିକ କାଠର ରଙ୍ଗ ଆଦି ଟ୍ରାଏ କରନ୍ତୁ । ବର୍ତ୍ତମାନ ଡିଜାଇନରମାନେ ଏହି ରଙ୍ଗ ବ୍ୟବହାର କରୁଛନ୍ତି ।

ପ୍ରାଚୀନ ବସ୍ତୁର ବ୍ୟବହାର:
ସେହିପରି ଆଉ ଏକ ଶସ୍ତା ସାମଗ୍ରୀ ହେଉଛି ପ୍ରାଚୀନ ବସ୍ତୁର ବ୍ୟବହାର । କିଛି ପୁରୁଣା ଜିନିଷକୁ ଆପଣ ଘର ସଜାଇବାରେ ବ୍ୟବହାର କରିପାରିବେ। ରଙ୍ଗ ଦେଇ ଅଥବା ସାମାନ୍ୟ ହାତ କାମ କରି ଏହାକୁ ନୂଆ ରୂପ ଦିଅନ୍ତୁ । ଘରର କୌଣସି କୋଣରେ କିମ୍ବା କାନ୍ଥରେ ଏହାକୁ ରଖି ଦିଅନ୍ତୁ । ଘରେ ଥିବା ପୁରୁଣା ଜିନିଷ ବ୍ୟବହାର କରି ପାରିବେ । ବିଭିନ୍ନ ସେଲିବ୍ରିଟି କିମ୍ବା ଧନୀ ବ୍ୟକ୍ତିଙ୍କ ଘରେ ଆପଣ ଏହି ପୁରୁଣା ସାମଗ୍ରୀ ଦେଖିପାରିବେ ଯାହା ଘରକୁ ଚତ୍ମକାର ଲୁକ ଦେଇଥାଏ ।

ମୋଲଡିଂ କଲର:
ଘରେ ରଙ୍ଗ ଦେବା ପୂର୍ବରୁ ଘରକୁ ମୋଲଡିଂ କଲର ଦେଇ ସଜାନ୍ତୁ । ଏଥିରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଘର ଭିତର ଢଳେଇ କରିବାବେଳେ କ୍ରାଉନ ମୋଲଡିଂ ଦିଅନ୍ତୁ । ଏହା ପରେ ଘରେ ରଙ୍ଗ ଲଗାନ୍ତୁ , ଦେଖିବେ ଘରର ଲୁକ୍ କେମିତି ଲାଗିବ।

ମେଟାଲିକ୍ ୱାଲପେପର:
ମେଟାଲିକ ବସ୍ତୁର ବ୍ୟବହାର କରନ୍ତୁ । ମେଟାଲିକ ୱାଲପେପର ଓ ପେଣ୍ଟିଂ ସହ ଆପଣ ବିଭିନ୍ନ ଲିଚୁ ଲାଇଟ ଲଗାଇପାରିବେ । ଏହା ଘରକୁ ଚତ୍ମକାର ଲୁକ ଦେବ । ବିଭିନ୍ନ ପ୍ରକାର ୱାଲ୍ ପେପର ଦୋକାନ ସହ ଅନଲାଇନ ରେ ମଧ୍ୟ ଉପଲବ୍ଧ ହେଲାଣି। ଖୁବ୍ କମ୍ ଅର୍ଥ ବ୍ୟୟରେ ଆପଣ ଏହାକୁ କିଣି ପାରିବେ।

ପରଦା:
ଘର ସଜାଇବାରେ ସାଜସଜ୍ଜାରେ ଏକ ପ୍ରମୁଖ ଅଂଶ । ଏଥିରେ ସାଧାରଣତଃ ଲୋକେ ଅଧିକ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆପଣ ମାହାଙ୍ଗା ଲୁକ୍ ଥିବା ପରଦା କମ୍ ଟଙ୍କାରେ ଅନଲାଇନରୁ କିଣି ପାରିବେ। ଥ୍ରିଡି ଇଫେକ୍ଟସ ଥିବା ପରଦା କିଣି ଲଗାନ୍ତୁ । ଏହା ଘର ଭିତରକୁ ଏକ ମହଙ୍ଗା ଲୁକ ଦେବ । ଏହାସହ ଫ୍ଲୋରାଲ ପରଦା ଘରକୁ କୁଲ ଲୁକ ଦେଇଥାଏ। କେବଳ ଏତିକି ନୁହେଁ ଆପଣ କମ୍ ପଇସାରେ ବିଭିନ୍ନ ପ୍ରକାର ପରଦା ଘରେ ଲଗେଇ ପାରିବେ। ବାସ୍ ଦେଖି ଚାହିଁ ଜିନିଷ କ୍ରୟ କରନ୍ତୁ।

ପାରମ୍ପରିକ ପେଣ୍ଟିଂ:
ଘରେ ରଙ୍ଗ କରି ସାରିବା ପରେ କିଛି ପାରମ୍ପରିକ ପେଣ୍ଟିଂ ୱାଲରେ ଲଗାନ୍ତୁ। ଦେଖିବେ ଭିନ୍ନ ଏବଂ ସୁନ୍ଦର ଦିଶିବ ଆପଣଙ୍କ ଘର। ଅନେକଙ୍କ ଘରେ ଦେଖି ଥିବେ ହ୍ୟାଣ୍ଡ ମେଡ ପେଣ୍ଟିଂ ଲାଗିଥାଏ। ଆଉ ଏହି ପେଣ୍ଟିଂର ଲୁକ୍ ଖୁବ୍ ସୁନ୍ଦର ଥାଏ। ତେଣୁ ଘରେ ଯଦି ଆପଣ ବନେଇ ପାରୁଛନ୍ତି ତ ଭଲ, ନଚେତ୍ କେଉଁ ଜଣେ ଅର୍ଟିଷ୍ଟଙ୍କ ଠାରୁ ମନ ପସନ୍ଦର ପେଣ୍ଟିଂ ବନାନ୍ତୁ। ଦେଖିବେ ଆପଣଙ୍କ ଘର କେତେ ଆକର୍ଷଣୀୟ ଦିଶିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+