Chandra Grahan 2025: ହୋଲି ପୂର୍ବରୁ ପଡ଼ିବ ଚନ୍ଦ୍ର ଗ୍ରହଣ, କେଉଁଠି ହେବ ଦୃଶ୍ୟମାନ ? କଣ ରହିବ ପ୍ରଭାବ ?

ଚଳିତ ବର୍ଷ ହୋଲିକା ଦହନରେ ଚନ୍ଦ୍ରଗ୍ରହଣ ପଡୁଛି । ଏହି ଚନ୍ଦ୍ରଗ୍ରହଣ ହୋଲିକା ଦହନ ଉପରେ କୌଣସି ପ୍ରଭାବ ପଡ଼ିବ କି ? ତେବେ କେଉଁ କେଉଁ ସ୍ଥାନରେ ହେବ ଦୃଶ୍ୟମାନ ।

୨୦୨୫ ମାର୍ଚ୍ଚ ୧୪ରେ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଏହା ବ୍ଲଡ ମୁନ୍ ଭଳି ଦେଖାଯିବ।

ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୁଏ । ସୂତକ ସମୟରେ କୌଣସି ପ୍ରକାରର ପୂଜା ବିଧି ନିଷେଧ । ଏହି ସମୟ ମଧ୍ୟରେ ପୂଜା ଆଦି କରାଯାଏନାହିଁ । ହୋଲିକା ଦହନ ସମୟରେ ଗ୍ରହଣ ଏବଂ ଭାଦ୍ର ସମୟ ମଧ୍ୟ ରହିବ ବୋଲି କୁହାଯାଉଛି ।

Chandra Grahan 2025

ତେବେ ହୋଲିକା ଦହନ ଦିନ ହେଉଥିବା ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହା ଆମେରିକା, ୟୁରୋପ ଏବଂ ଆଟଲାଣ୍ଟିକ ମହାସାଗରରେ ଦୃଶ୍ୟମାନ ହେବ । ତେଣୁ ଏହି ଗ୍ରହଣର ପ୍ରଭାବ ଭାରତରେ ପଡ଼ିବ ନାହିଁ। ଏହି ଗ୍ରହଣ ସମୟରେ ଭାରତରେ ସୂତକ କାଳ ପରିଲକ୍ଷିତ ହେବ ନାହିଁ।

ଯେତେବେଳେ ଗ୍ରହଣ ହେବ ସେତେବେଳେ ଆମ ଦେଶରେ ଦିନ ହୋଇଥିବ। ସେଥିପାଇଁ ଏହି ଦିନ ସମସ୍ତ ଧାର୍ମିକ କାର୍ଯ୍ୟକଳାପ ସେମାନଙ୍କ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ। କାରଣ ଆମ ଦେଶରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+