Get Updates
Get notified of breaking news, exclusive insights, and must-see stories!

ଏହି ରାଜ୍ୟରେ ଆତଙ୍କ ଖେଳାଇଲାଣି ଚାନ୍ଦିପୁରା ଭୂତାଣୁ:୨ ଦିନରେ ଗଲାଣି ୫ ଶିଶୁଙ୍କ ଜୀବନ

Chandipura Virus: ବର୍ଷା ଋତୁରେ ଡେଙ୍ଗୁ ଏବଂ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଏକ ନୂଆ ଭାଇରସ୍ ବିପଦ ସୃଷ୍ଟି କରୁଛି । ଗୁଜୁରାଟ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ଚାନ୍ଦିପୁରା ଭୂତାଣୁ ବ୍ୟାପିବାରେ ଲାଗିଛି । କୁହାଯାଉଛି ଯେ ଏହି ଭୂତାଣୁ ଯୋଗୁଁ ଗୁଜରାଟରେ ୫ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ପିଲାଙ୍କର ଚିକିତ୍ସା ବର୍ତ୍ତମାନ ଜାରି ରହିଛି । ଗୋଟିଏ ପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏହି ଭୂତାଣୁ ଅନୁସନ୍ଧାନ ପାଇଁ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏହି ଭୂତାଣୁକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ସଂକ୍ରମଣର ସମ୍ପୁର୍ଣ୍ଣ ଚିକିତ୍ସା ପାଇଁ ପ୍ରସ୍ତୁତ ନୁହଁନ୍ତି । ଏହ ସଂକ୍ରମଣର ଲକ୍ଷଣ ଭାଇରାଲ୍ ଜ୍ୱର, ଥଣ୍ତା । ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଘତିକାରକ ବୋଲି କୁହାଯାଉଛି । ଏହି ଭୂତାଣୁ ମଶା, ମାଛି ଏବଂ କୀଟପତଙ୍ଗ କାମୁ଼ଡିବା ଦ୍ୱାରା ବ୍ୟାପିଥାଏ ।

Chandipura virus in Gujrat

ଜ୍ୱର ଆସିଲେ ରୋଗୀର ମସ୍ତିଷ୍କରେ ଫୁଲା ଆରମ୍ଭ ହୋଇଥାଏ । ଆରମ୍ଭରୁ ସାଧାରଣ ପ୍ଲୁ ପରି ମନେ ହେଉଥିବା ଏହି ରୋଗ ପରବର୍ତ୍ତୀ ସମୟରେ ଭୟଙ୍କର ରୂପ ନେଇଥାଏ । ଜ୍ୱର ଆସିବା ସହ ମୁଣ୍ତ ଫୁଲିବା ଆରମ୍ଭ ହୋଇଥାଏ । ଯାହା ପରେ ରୋଗୀ କୋମାକୁ ପଳାଇଯାଇଥାଏ । ମାଛି ଏବଂ ମଶା ମାଧ୍ୟମରେ ଏହି ଜୀବାଣୁ ଶୀଘ୍ର ବ୍ୟାପିଥାଏ। ଏହି ମାଛି ସାଧାରଣତଃ ବର୍ଷା ପରେ ଅଧିକ ଦେଖିବା ପାଇଁ ମିଳିଥାନ୍ତି ।


ଚାନ୍ଦିପୁରା ଜୀବାଣୁ ସନ୍ଦେହରେ ମୃତ୍ୟୁବରଣ କରିଥିବା ପିଲାମାନଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ସାବରକାନ୍ତର ସିଭିଲ୍ ହସ୍ପିଟାଲରେ ଅନ୍ୟ କେତେକ ଶିଶୁ ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ଏହି ଜୀବାଣୁ ଜ୍ୱର ଆକାରରେ ବ୍ୟାପିଥାଏ ଏବଂ ପରେ ରୋଗୀର ମସ୍ତିଷ୍କ ଫୁଲିଥାଏ ।

1965 ମସିହାରେ ଏହି ଭାଇରସର ନାଁ ଚାନ୍ଦିପୁରା ରଖାଯାଇଥିଲା । ଏହି ଭାଇରସ କାରଣରୁ 15 ବର୍ଷରୁ କମ୍ ପିଲାଙ୍କର ମୃତ୍ୟୁ ଘଟିଥିଲା । ମହାରାଷ୍ଟ୍ର ପରେ 2003 ରେ ମଧ୍ୟ ଏହି ଭୂତାଣୁ ଆନ୍ଧ୍ରପ୍ରଦେଶରେ ବ୍ୟାପିଥିଲା ଯେଉଁଥିରେ ପ୍ରାୟ 150 ରୁ ଅଧିକ ପିଲାଙ୍କର ମୃତ୍ୟୁ ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+